ୱାଶିଂଟନ; ଯୁକ୍ତରାଷ୍ଟ୍ର ଆମେରିକାର ରାଜଧାନୀ ୱାଶିଂଟନ୍ ଡିସି ପୁଣି ଥରେ ରକ୍ତରଞ୍ଜିତ ହୋଇଉଠିଛି। ଅଚାନକ ଜଣେ ସନ୍ଦିଗ୍ଧ ବ୍ୟକ୍ତି ଏକ କାର୍ରେ ଆସି ୱାଶିଂଟନ୍ ଡିସି ସମ୍ମୁଖରେ ବାରିକେଡ ନିକଟରେ ମୁତୟନ ହୋଇଥିବା ୨ ପୁଲିସ୍ କର୍ମୀଙ୍କୁ ଧକ୍କା ଦେଇଥିଲେ। ଏହାପରେ ଡ୍ରାଇଭରଜଣକ ଗାଡ଼ିରୁ ବାହାରି ୨ ପୁଲିସ୍ କର୍ମୀଙ୍କୁ ଛୁରୀ ସାହାଯ୍ୟରେ ଆକ୍ରମଣ କରିବାକୁ ଚେଷ୍ଟା କରିଥିଲେ। ସେମାନଙ୍କ ମଦ୍ୟରୁ ଜଣଙ୍କ ମୃତ୍ୟୁ ହୋଇଯାଇଥିବା ବେଳେ ଆଉ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ପୁଲିସ୍ର ପାଲଟା ଗୁଳିଚାଳନାରେ ସମ୍ପୃକ୍ତ କାର୍ ଡ୍ରାଇଭରଙ୍କ ମୃତ୍ୟୁ ଘଟିଛି।
ଏହାପରେ ବାହ୍ୟଶତ୍ରୁମାନଙ୍କ ଆକ୍ରମଣ ଆଶଙ୍କା ଥିବାରୁ ୟୁଏସ କ୍ୟାପିଟଲକୁ ସଂଯୋଗ କରୁଥିବା କିଛି ରାସ୍ତାକୁ ବନ୍ଦ କରି ଦିଆଯାଇଥିଲା ।। ସନ୍ଦିଗ୍ଧଜଣଙ୍କ କାହିଁକି କ୍ୟାପିଟଲ କମ୍ପ୍ଲେକ୍ସ ଉପରେ ଆକ୍ରମଣ କଲେ ସେ ନେଇ ସ୍ପଷ୍ଟ ହୋଇ ନଥିଲେ ମଧ୍ୟ ଏହା ଆତଙ୍କବାଦୀ କାର୍ଯ୍ୟକଳାପ ନୁହେଁ ବୋଲି ପୋଲିସ ପକ୍ଷରୁ କୁହାଯାଇଛି। ୟୁଏସ କ୍ୟାପିଟଲ ପୁଲିସ୍ ପକ୍ଷରୁ ଘଟଣାର ତଦନ୍ତ ଚାଲିଛି ।
ଆମେରିକା ସୁରକ୍ଷା ଅଧିକାରୀ ସନ୍ଦିଗ୍ଧ କାର୍ ଡ୍ରାଇଭରଙ୍କୁ ଚିହ୍ନଟ କରି ସାରିଥିବା ଜଣାଯାଇଛି। ସମ୍ପୃକ୍ତ ୨୫ ବର୍ଷୀୟ କାର୍ ଡ୍ରାଇଭରଙ୍କ ନାଁ ନୋଆ ଗ୍ରୀନ ହୋଇଥିବା ବେଳେ ସେ ଯୁକ୍ତରାଷ୍ଟ୍ର ଆମେରିକାର ଇଣ୍ଡିଆନା ଅଞ୍ଚଳର ବୋଲି ଜଣାପଡ଼ିଛି।
ନୋଆ ବେରୋଜଗାର ଥିବା ବେଳେ ବିଭିନ୍ନ ସ୍ୱାସ୍ଥ୍ୟ ସମସ୍ୟା ଦେଇ ଗତି କରୁଥିଲେ। ଶେଷ ସମୟରେ ସେ ଧାର୍ମିକ ଦିଗ ପ୍ରତି ଅଧିକ ଆକୃଷ୍ଟ ହୋଇ ପଡ଼ିଥିବା ବେଳେ ଏପରି କାଣ୍ଡ କାହିଁକି ଘଟାଇଲେ ତାହା ଜଣାପଡ଼ି ନ ଥିବା ତଦନ୍ତକାରୀ ଅଧିକାରୀ କହିଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।