ସାଂସଦଙ୍କ ଉପରେ ଭୟଙ୍କର ହମ୍‌ଲା, ପୁଲିସ ଫାୟାରିଂ

ପାଟନା: ଭୋଟଗ୍ରହଣ ବେଳେ ବିହାରର ପଶ୍ଚିମ ଚମ୍ପାରନ୍‌ର ସାଂସଦ ତଥା ଚଳିତ ନିର୍ବାଚନରେ ପ୍ରାର୍ଥୀ ହୋଇଥିବା ବିଜେପି ନେତା ସଞ୍ଜୟ ଜୈଶ୍ଵାଲଙ୍କ ଉପରେ ଆଜି ଭୟଙ୍କର ହମ୍‌ଲା ହୋଇଛି। ନରକାଟିୟା ବିଧାନସଭା କ୍ଷେତ୍ରର ବୁଥ ନଂ ୧୬୨ ଓ ୧୬୩ ବାହାରେ ସଞ୍ଜୟଙ୍କୁ କିଛି ଲୋକ ଘେରି ଯାଇଥିଲେ। ଏହି ସମୟରେ ଭିଡ଼ ମଧ୍ୟରେ ଥିବା କିଛି ଅସାମାଜିକ ବ୍ୟକ୍ତିମାନେ କାଠ ଫାଳିଆ ଓ ଠେଙ୍ଗା ଧରି ସଞ୍ଜୟଙ୍କ ଉପରେ ହମ୍‌ଲା କରିବାକୁ ଆଗେଇ ଆସିଥିଲେ। ଏହି […]

sad

Hemant Lenka
  • Published: Sunday, 12 May 2019
  • , Updated: 12 May 2019, 07:17 PM IST

ପାଟନା: ଭୋଟଗ୍ରହଣ ବେଳେ ବିହାରର ପଶ୍ଚିମ ଚମ୍ପାରନ୍‌ର ସାଂସଦ ତଥା ଚଳିତ ନିର୍ବାଚନରେ ପ୍ରାର୍ଥୀ ହୋଇଥିବା ବିଜେପି ନେତା ସଞ୍ଜୟ ଜୈଶ୍ଵାଲଙ୍କ ଉପରେ ଆଜି ଭୟଙ୍କର ହମ୍‌ଲା ହୋଇଛି। ନରକାଟିୟା ବିଧାନସଭା କ୍ଷେତ୍ରର ବୁଥ ନଂ ୧୬୨ ଓ ୧୬୩ ବାହାରେ ସଞ୍ଜୟଙ୍କୁ କିଛି ଲୋକ ଘେରି ଯାଇଥିଲେ।

ଏହି ସମୟରେ ଭିଡ଼ ମଧ୍ୟରେ ଥିବା କିଛି ଅସାମାଜିକ ବ୍ୟକ୍ତିମାନେ କାଠ ଫାଳିଆ ଓ ଠେଙ୍ଗା ଧରି ସଞ୍ଜୟଙ୍କ ଉପରେ ହମ୍‌ଲା କରିବାକୁ ଆଗେଇ ଆସିଥିଲେ। ଏହି ସମୟରେ ସାଂସଦଙ୍କ ସୁରକ୍ଷା ଦାୟିତ୍ୱରେ ଥିବା ପୁଲିସ୍‌ କର୍ମଚାରୀ ଭିଡ଼ରୁ ସଞ୍ଜୟଙ୍କୁ ବଞ୍ଚାଇବା ପାଇଁ ଫାଙ୍କା ଗୁଳି ଚାଳନା ମଧ୍ୟ କରିଥିଲେ।

ବଙ୍କତାର ଶେଖୱାନ ଗାଁରେ ଏହି ଘଟଣା ଘଟିଛି। ଏହି ଗାଁର ୯୦% ପ୍ରତିଶତ ଗୋଟିଏ ସଂପ୍ରଦାୟର ହୋଇଥିବା ବେଳେ ସେମାନେ ଅନ୍ୟ ସମ୍ପ୍ରଦାୟର ଭୋଟରଙ୍କ ଉପରେ ବଳ ପ୍ରୟୋଗ କରି ନିଜ ସପକ୍ଷରେ ମତଦାନ କରାଇବାକୁ ଚାହୁଁଥିଲେ। ଏହି ଖବର ପାଇ ସଞ୍ଜୟ ସେଠାରେ ପହଞ୍ଚିଥିଲେ। ତେବେ ସେହି ଅଞ୍ଚଳର ସଂଖ୍ୟାଗରିଷ୍ଠ ସଂପ୍ରଦାୟର ଲୋକମାନେ ତାଙ୍କ ଉପରେ ଅତର୍କିତ ଆକ୍ରମଣ ଉଦ୍ୟମ କରିଥିଲେ। ପୁଲିସର ଗୁଳିଚାଳନା ଯୋଗୁ ଏହି ଆକ୍ରମଣ ଯୋଜନା ଫେଲ ମାରିଥିଲା।

Related story