ଶୈଳେଶ ସିଂହଙ୍କ ମୃତ୍ୟୁକୁ ନେଇ ରାଜନୀତି

ନୂଆଦିଲ୍ଲୀ: ଜେଟ୍ ଏୟାରୱେଜ୍‌ କର୍ମଚାରୀ ଶୈଳେଶ ସିଂଙ୍କ ଆତ୍ମହତ୍ୟାକୁ ନେଇ ରାଜନୀତି ଜୋର ଧରିଛି। ଏହି ଆତ୍ମହତ୍ୟା ପାଇଁ କଂଗ୍ରେସ ସିଧାସଳଖ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଦାୟୀ କରିଛି। ଶୈଳେଶ ଓ ତାଙ୍କ ପୁଅ ଜେଟ୍ ଏୟାରେୱେଜରେ ଚାକିରି କରୁଥିଲେ କିନ୍ତୁ ଦୀର୍ଘ ଦିନ ଧରି ଦରମା ନମିଳିବାରୁ ଚାପରେ ଥିଲେ। ତେଣୁ ସେ ଆତ୍ମହତ୍ୟା କରିବାକୁ ବାଧ୍ୟ ହେଲେ ବୋଲି ବରିଷ୍ଠ କଂଗ୍ରେସ ନେତା ଆନନ୍ଦ ଶର୍ମା ଅଭିଯୋଗ କରିଛନ୍ତି। ଅନ୍ୟପକ୍ଷରେ ପୁଲିସ୍‌ ଘଟଣାର ଛାନଭିନ୍‌ […]

uu

Hemant Lenka
  • Published: Sunday, 28 April 2019
  • , Updated: 28 April 2019, 08:59 PM IST

ନୂଆଦିଲ୍ଲୀ: ଜେଟ୍ ଏୟାରୱେଜ୍‌ କର୍ମଚାରୀ ଶୈଳେଶ ସିଂଙ୍କ ଆତ୍ମହତ୍ୟାକୁ ନେଇ ରାଜନୀତି ଜୋର ଧରିଛି। ଏହି ଆତ୍ମହତ୍ୟା ପାଇଁ କଂଗ୍ରେସ ସିଧାସଳଖ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଦାୟୀ କରିଛି। ଶୈଳେଶ ଓ ତାଙ୍କ ପୁଅ ଜେଟ୍ ଏୟାରେୱେଜରେ ଚାକିରି କରୁଥିଲେ କିନ୍ତୁ ଦୀର୍ଘ ଦିନ ଧରି ଦରମା ନମିଳିବାରୁ ଚାପରେ ଥିଲେ। ତେଣୁ ସେ ଆତ୍ମହତ୍ୟା କରିବାକୁ ବାଧ୍ୟ ହେଲେ ବୋଲି ବରିଷ୍ଠ କଂଗ୍ରେସ ନେତା ଆନନ୍ଦ ଶର୍ମା ଅଭିଯୋଗ କରିଛନ୍ତି।

ଅନ୍ୟପକ୍ଷରେ ପୁଲିସ୍‌ ଘଟଣାର ଛାନଭିନ୍‌ ଚାଲିଥିବା ବେଳେ ଏଯାଏ ଶୈଳଶଙ୍କ ସୁଇସାଇଡ ନୋଟ୍‌ ଠାବ ହୋଇପାରି ନାହିଁ। ସେହିପରି ସେ ଗତ ୩ ବର୍ଷ ଧରି କ୍ୟାନ୍ସରରେ ପୀଡ଼ିତ ଥିବା ଜଣାପଡ଼ିଛି। ଏହି କାରଣରୁ ସେ ଆତ୍ମହତ୍ୟା କରିଥାଇ ପାରନ୍ତି ବୋଲି ପୁଲିସ୍‌ ସନ୍ଦେହ କରୁଛି।

ସେପଟେ ନ୍ୟାଶନାଲ ଆଭିଏସନ୍ ଗିଲ୍ଡର ଉପସଭାପତି ମଧ୍ୟ ଏଥିପାଇଁ କେନ୍ଦ୍ର ସରକାରଙ୍କୁ ଦାୟୀ କରିଛନ୍ତି। ଯଦି କେନ୍ଦ୍ର ସରକାର ଏଥିରେ ହସ୍ତକ୍ଷେପ ନ କରିବେ, ତା’ହେଲେ ଆଗକୁ ଏମିତି ଘଟଣା ଘଟିବ ବୋଲି ସେ କହିଛନ୍ତି।

Related story