ଅଗଷ୍ଟ ୫ରେ ଭେଲୋର ଲୋକସଭା ଆସନ ପାଇଁ ନିର୍ବାଚନ

ଚେନ୍ନାଇ: ଭୋଟ ପୂର୍ବରୁ ନୋଟ କାରବାର ପାଇଁ ବନ୍ଦ ରହିଥିବା ତାମିଲନାଡୁର ଭେଲୋର ଲୋକସଭା ଆସନ ପାଇଁ ଆସନ୍ତା ଅଗଷ୍ଟ ୫ ତାରିଖରେ ନିର୍ବାଚନ ହେବ। ଏଥିପାଇଁ ଆଜି ଭାରତୀୟ ନିର୍ବାଚନ କମିଶନ ପକ୍ଷରୁ ଘୋଷଣା କରାଯାଇଛି। ଅଗଷ୍ଟ ୫ରେ ଭୋଟ ଓ ଅଗଷ୍ଟ ୯ରେ ଫଳାଫଳ ପ୍ରକାଶ ପାଇବ। କମିଶନ ପକ୍ଷରୁ କୁହାଯାଇଛି ଯେ ନିର୍ବାଚନ ସଂକ୍ରାନ୍ତ ବିଜ୍ଞପ୍ତି ଜୁଲାଇ ୧୧ରେ ପ୍ରକାଶ ପାଇବ। ଜୁଲାଇ ୧୮ ନାମାଙ୍କନ ଦାଖଲର ଶେଷ ତାରିଖ ଓ ୧୯ […]

aq

Hemant Lenka
  • Published: Thursday, 04 July 2019
  • , Updated: 04 July 2019, 02:52 PM IST

ଚେନ୍ନାଇ: ଭୋଟ ପୂର୍ବରୁ ନୋଟ କାରବାର ପାଇଁ ବନ୍ଦ ରହିଥିବା ତାମିଲନାଡୁର ଭେଲୋର ଲୋକସଭା ଆସନ ପାଇଁ ଆସନ୍ତା ଅଗଷ୍ଟ ୫ ତାରିଖରେ ନିର୍ବାଚନ ହେବ। ଏଥିପାଇଁ ଆଜି ଭାରତୀୟ ନିର୍ବାଚନ କମିଶନ ପକ୍ଷରୁ ଘୋଷଣା କରାଯାଇଛି।

ଅଗଷ୍ଟ ୫ରେ ଭୋଟ ଓ ଅଗଷ୍ଟ ୯ରେ ଫଳାଫଳ ପ୍ରକାଶ ପାଇବ। କମିଶନ ପକ୍ଷରୁ କୁହାଯାଇଛି ଯେ ନିର୍ବାଚନ ସଂକ୍ରାନ୍ତ ବିଜ୍ଞପ୍ତି ଜୁଲାଇ ୧୧ରେ ପ୍ରକାଶ ପାଇବ। ଜୁଲାଇ ୧୮ ନାମାଙ୍କନ ଦାଖଲର ଶେଷ ତାରିଖ ଓ ୧୯ ତାରିଖରେ ଏହାର ଯାଞ୍ଚ ହେବ। ନାମାଙ୍କନ ପ୍ରତ୍ୟାହାର ପାଇଁ ଶେଷ ତାରିଖ ଜୁଲାଇ ୨୨ ରହିବ। ନିର୍ବାଚନ ତାରିଖ ଘୋଷଣା ହେବା ସହ ଆଜିଠାରୁ ହିଁ ଆଚରଣ ବିଧି ଲାଗୁ ହୋଇଛି।

ଏହି ଭେଲୋର ଲୋକସଭା ପାଇଁ ନିର୍ବାଚନ ଏପ୍ରିଲ ୧୮ରେ ହେବାର ଥିଲା। ତେବେ ଜଣେ ଡିଏମକେ ନେତାଙ୍କ ଘରୁ ବିପୁଳ ପରିମାଣର ନଗଦ ଟଙ୍କା ଜବତ ହୋଇଥିଲା। ଏହି କାରଣରୁ ନିର୍ବାଚନ କମିଶନ ଏଠାରେ ଭୋଟ ଗ୍ରହଣ ପ୍ରକ୍ରିୟାକୁ ବନ୍ଦ ରଖିଥିଲେ।

Related story