- Videos
- National
- ଚାରି ଦଶନ୍ଧି ଧରି ଏକଛତ୍ରବାଦୀ ଶାସନର ଅନ୍ତ: ରାଷ୍ଟ୍ରପତିଙ୍କୁ ଗାଦିରୁ ହଟାଇ ଦେଲା ସେନା
ଚାରି ଦଶନ୍ଧି ଧରି ଏକଛତ୍ରବାଦୀ ଶାସନର ଅନ୍ତ: ରାଷ୍ଟ୍ରପତିଙ୍କୁ ଗାଦିରୁ ହଟାଇ ଦେଲା ସେନା
- Published: Thursday, 16 November 2017
- , Updated: 16 November 2017, 08:20 PM IST

ନୂଆଦିଲ୍ଲୀ: ସାମରିକ ବିଦ୍ରୋହ ପରେ ଜିମ୍ବାୱେରେ ଦେଖାଦେଇଛି ରାଜନୈତିକ ସଙ୍କଟ। ଦୀର୍ଘ ଚାରି ଦଶନ୍ଧି ଧରି ଶାସନ ସମ୍ଭାଳୁଥିବା ରାଷ୍ଟ୍ରପତିଙ୍କୁ ଗାଦିରୁ ହଟାଇ ଦେଶରେ ଲାଗୁ କରାଯାଇଛି ସାମରିକ ଶାସନ। ରାଜଧାନୀ ହାରାରେ ସେନା ଛାଉଣିରେ ପରିଣତ ହୋଇଛି । ସେପଟେ ପରିସ୍ଥିତି ଉପରେ ନଜର ରଖିଛନ୍ତି ଦକ୍ଷିଣ ଆଫ୍ରିକା।

(image)

ରାଜନୈତିକ ସଙ୍କଟ

ପୁଣି ଏକ ଆଫ୍ରିକୀୟ ଦେଶରେ ରାଜନୈତିକ ସଙ୍କଟ। ଦୀର୍ଘ ଚାରି ଦଶନ୍ଧି ଧରି ଶାସନ ସମ୍ଭାଳୁଥିବା ରାଷ୍ଟ୍ରପତିଙ୍କୁ ହରାଇବାକୁ ପଡ଼ିଛି ପଦ। ଜିମ୍ବାୱେ ରାଷ୍ଟ୍ରପତି ରବୋର୍ଟ ମୁଗାବୋଙ୍କୁ ଗାଦିରୁ ହଟାଇଛି ସେନା। ଦେଶରେ ଲାଗୁ କରାଯାଇଛି ସାମରିକ ଶାସନ। ରାଜନୈତିକ ସଙ୍କଟ ଆଳରେ ରାଷ୍ଟ୍ରପତିଙ୍କୁ ଗାଦିଚ୍ୟୁତ୍‌ କରିଛି ଦେଶର ସାମରିକ ଶକ୍ତି । ରାଷ୍ଟ୍ରପତି ମୁଗାବୋଙ୍କୁ ନଜର ବନ୍ଦୀ କରି ରଖିବା ସହ ରାଷ୍ଟ୍ରପତିଙ୍କ ପତ୍ନୀ ଏବଂ ପରିବାରକୁ ବି ଅଟକ ରଖାଯାଇଛି। ରାଜଧାନୀ ହାରାରେ ସେନା ଛାଉଣିରେ ପାଲଟିଯାଇଛି। ତନ ତନ କରି କୋଣ ଅନୁକୋଣରେ ପଇନ୍ତରା ମାରୁଛନ୍ତି ଯବାନ। ମଙ୍ଗଳବାର ରାତିରେ ହଠାତ ରାଜଧାନୀରେ ଫୁଟିଥିଲା ସିରିଜ୍ ବିସ୍ଫୋରଣ। ଯାହା ପରେ ସେନା ରାଜଧାନୀକୁ ନିଜ କବ୍‌ଜାକୁ ଆଣିଥିଲା ।

ଆଉ ରାଷ୍ଟ୍ରପତି ଏବଂ ପରିବାରକୁ ନିଜ ଅଧିନକୁ ନେଇଥିଲା ସେନା। ଦେଶର ଅର୍ଥନୀତି ଏବଂ ଅପରାଧକୁ ନିୟନ୍ତ୍ରଣକୁ ନେବା ପାଇଁ ଏପରି କରିଥିବା ସଫେଇ ରଖିଥିଲା ସେନା । ସୂଚନାଯୋଗ୍ୟ, ଠିକ୍ ସେହି ଦିନ ରାଷ୍ଟ୍ରପତି ସେନା ମୁଖ୍ୟ କନଷ୍ଟାଣ୍ଟିନୋଙ୍କୁ ପଦରୁ ହଟାଇଥିଲେ। ସେନା ମୁଖ୍ୟଙ୍କ ନାଁରେ ଲାଗିଥିଲା ଦେଶଦ୍ରୋହ ଭଳି ସଙ୍ଗୀନ ଅଭିଯୋଗ। ତେବେ ରାଜନୈତିକ ଅସ୍ଥିରତା ଗତ ସପ୍ତାହରୁ ସୃଷ୍ଟି ହୋଇଥିଲା। ଉପରାଷ୍ଟ୍ରପତି ଏମରସନ୍ ମନାଙ୍ଗୋଙ୍କୁ ବହିଷ୍କାର କରିଥିଲେ ରାଷ୍ଟ୍ରପତି ମୁଗାବୋ ଜିମ୍ବାୱେ ପରିସ୍ଥିତି ଉପରେ ନଜର ରଖିଛନ୍ତି ଦକ୍ଷିଣ ଆଫ୍ରିକା ରାଷ୍ଟ୍ରପତି ଜାକୋବ୍ ଜୁମା। ସ୍ଥିତି ଅନୁଧ୍ୟାନ ପାଇଁ କିଛି ମନ୍ତ୍ରୀଙ୍କୁ ଜିମ୍ବାୱେକୁ ମଧ୍ୟ ସେ ପଠାଇଛନ୍ତି । ୧୯୮୦ ମସିହାରୁ ସ୍ୱାଧୀନ ଜିମ୍ବାୱେର ଏକଛତ୍ରବାଦ ଶାସକ କରି ଆସୁଥିଲେ ମୁଗାବୋ।

https://www.youtube.com/watch?v=QN5WFOY8t4I