ଜମ୍ମୁ: ଜମ୍ମୁର ପୁଞ୍ଛ ଅଞ୍ଚଳରେ ପାକିସ୍ତାନ ପୁଣି ଥରେ ଅସ୍ତ୍ରବିରତି ଉଲ୍ଲଂଘନ କରିଛି। ପୁଞ୍ଛର ମାଲତୀ ଅଞ୍ଚଳର ଏଲ୍ଓସିରେ ପାକିସ୍ତାନ ପକ୍ଷରୁ ଗୁଳିବିନିମୟ କରାଯାଇଛି।
ଗୁଳିବିନିମୟ ସହ ପାକିସ୍ତାନ ପକ୍ଷରୁ ମୋର୍ଟାର ମାଡ଼ ମଧ୍ୟ କରାଯାଇଛି। ଭାରତୀୟ ସେନା ମଧ୍ୟ ଏହାର ପାଲଟା ଜବାବ୍ ଦେଇଛି।
ଭାରତର ସର୍ଜିକାଲ ଷ୍ଟ୍ରାଇକ୍ ପରେ ପାକିସ୍ତାନ ବାରମ୍ୱାର ଅସ୍ତ୍ରବିରତି ଉଲ୍ଲଂଘନ କରିବା ସହ ସୀମାରେ ଲଗାତାର ସ୍ଥିତି ଜଟିଳ ହେବାରେ ଲାଗିଛି।
ଗତକାଲି ଜମ୍ମୁ-କାଶ୍ମୀରର କୁପୱାଡା ଜିଲ୍ଲାର ହଣ୍ଡୱାଡା ସ୍ଥିତ ସେନା କ୍ୟାମ୍ପ୍ ଉପରେ ଆତଙ୍କବାଦୀ ଆକ୍ରମଣ କରିଥିଲେ। ଏହାପରେ ଭାରତୀୟ ସେନାର ପାଲଟା ଆକ୍ରମଣରେ ୩ ଆଙ୍କବାଦୀଙ୍କ ମୃତ୍ୟୁ ଘଟିଥିଲା।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Politics
କେଜ୍ରିୱାଲଙ୍କ ମୁହଁକୁ ପାଣି ଛାଟି ଯୁବକ ଅଟକ
ବିଜେପିକୁ ଦାୟୀ କଲା ଆମ୍ ଆଦମୀ ପାର୍ଟି। ଅଭିଯୁକ୍ତକୁ ଅଟକ ରଖି ପଚରାଉଚରା କରୁଛି ପୁଲିସ।
National
ମହାରାଷ୍ଟ୍ରର ନୂଆ ମୁଖ୍ୟମନ୍ତ୍ରୀଙ୍କ ନାଁ ଘୋଷଣା ପୂର୍ବରୁ ବଡ଼ ସୂଚନା ଦେଲେ ଅଜିତ ପାୱାର
ଗତକାଲି ମୁମ୍ବାଇରେ ମହାୟୁତିର ଏକ ବୈଠକ ବସିବାର ଥିଲା। ମାତ୍ର କାମଚଳା ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ହଠାତ୍ ତାଙ୍କ ଗାଁକୁ ଚାଲିଯିବାରୁ ବୈଠକ ବାତିଲ ହୋଇ ଯାଇଥିଲା।
Crime
ମଣିପୁର ହିଂସା: ଥାନା ଓ ବିଧାୟକଙ୍କ ବାସଭବନରେ ଜଳାପୋଡ଼ା ଘଟଣାରେ ୮ ଗିରଫ
ରାଜ୍ୟରେ ଏକାଧିକ ହିଂସାତ୍ମକ ଘଟଣାରେ ଏହି ୮ ଅଭିଯୁକ୍ତଙ୍କ ସଂପୃକ୍ତି ଥିବା ପୁଲିସ କହିଛି।
Politics
'ମୋ ଘର ଦୂଆର ଓ ଅଫିସ୍ ଆପଣମାନଙ୍କ ପାଇଁ ସବୁବେଳେ ଖୋଲା'
ୱାୟନାଡ଼ର ସାଂସଦ ଭାବେ ଶପଥ ନେବା ପରେ ପ୍ରଥମ ଥର ପାଇଁ କେରଳ ଗସ୍ତ କରିଛନ୍ତି ପ୍ରିୟଙ୍କା ଗାନ୍ଧି।