ପାଟନା: ରାଷ୍ଟ୍ରୀୟ ଜନତା ଦଳ ନେତା ତେଜସ୍ୱୀ ଯାଦବ ନିଖୋଜ ଅଛନ୍ତି ଏବଂ ତାଙ୍କ ବାବଦରେ ସୂଚନା ଦେଲେ ପୁରସ୍କାର ମିଳିବ। ଏଭଳି ଏକ ପୋଷ୍ଟର ବର୍ତ୍ତମାନ ମୁଜାଫରପୁରଠାରେ ଦେଖିବାକୁ ମିଳୁଛି। ସ୍ଥାନୀୟ ଜଣେ ସାମାଜିକ କର୍ମୀ ତମନ୍ନା ହାଶମୀ ଏହି ପୋଷ୍ଟର ମାରିଛନ୍ତି ଏବଂ ସେ ସୂଚନାଦାତାଙ୍କୁ ୫୧୦୦ ଟଙ୍କା ପୁରସ୍କାର ଦେବେ ବୋଲି ଘୋଷଣା କରିଛନ୍ତି।
ଏହିଁ ପୋଷ୍ଟରରେ ତେଜସ୍ୱୀ ୨୦୧୯ ଲୋକସଭା ଫଳ ବାହାରିବା ପରେ ନିଖୋଜ ଅଛନ୍ତି ବୋଲି ଲେଖାଯାଇଛି। ଏଥିରେ ଏକ ଫୋନ୍ ନମ୍ବର ମଧ୍ୟ ଦିଆଯାଇଛି। ଏହି ପୋଷ୍ଟର ସେତେବେଳେ ମରାଯାଇଛି ଯେତେବେଳେ ଏନ୍ସେଫାଇଲାଇଟ୍ସରେ ବିହାରର ୧୧୮ ଶିଶୁଙ୍କ ସମେତ ୧୪୦ରୁ ଊର୍ଦ୍ଧ୍ୱ ଲୋକଙ୍କ ଜୀବନ ଗଲାଣି। କିନ୍ତୁ ତେଜସ୍ୱୀ ଆଶ୍ଚର୍ଯ୍ୟଜନକ ଭାବରେ ନିରବ ରହିବାକୁ ନେଇ ସମସ୍ତେ ସମାଲୋଚନା କରିବା ଆରମ୍ଭ କରିଛନ୍ତି। ତାଙ୍କ ଦଳର ନେତା ରଘୁବଂଶ ପ୍ରସାଦ ସିଂହ କହିଛନ୍ତି, " ପ୍ରକୃତରେ ସେ ଏବେ କେଉଁଠି ମୁଁ ଜାଣିନି । ବୋଧହୁଏ ସେ ବିଶ୍ୱକପ୍ ଦେଖିବାକୁ ପଳାଇଥିବେ। କିନ୍ତୁ ମୁଁ ଠିକ୍ ଜାଣିନି।"
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
National
ଏନ୍କାଉଣ୍ଟର, ଟଳିଲେ ୩ ଖଲିସ୍ତାନୀ ଆତଙ୍କୀ
ଘଟଣାସ୍ଥଳରୁ ଦୁଇଟି AK-47 ବନ୍ଧୁକ ସହ ଅନ୍ୟ ମାରଣାସ୍ତ୍ର ଜବତ କରିଛି ପୁଲିସ।
Science & Environment
ମହାକାଶରେ ଝୁଡ଼ଙ୍ଗ ମଞ୍ଜି ହେବ ଗଜା
କ୍ରପ୍ ପେଲୋଡ୍ରେ ୮ଟି ଝୁଡ଼ଙ୍ଗ ମଞ୍ଜିକୁ ମହାକାଶକୁ ପଠାଇବ ଇସ୍ରୋ। ସେହିପରି RV ସାଟ୍-1 ପେଲୋଡଡ୍ରେ ମହାକାଶକୁ ଯିବ ମଣିଷ ପାକସ୍ଥଳୀ ଓ ଅନ୍ତନଳୀରେ ରହୁଥିବା ଜୀବାଣୁ।
National
ଫୁଟ୍ପାଥରେ ଶୋଇଥିଲେ ୯ ଜଣ, ମାଡ଼ିଗଲା ଡମ୍ପର୍
ଘଟଣାସ୍ଥଳରେ ହିଁ ୩ ଜଣଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ୨ଜଣ ଛୋଟ ପିଲା ଅଛନ୍ତି। ସେହିପରି ଅନ୍ୟ ୬ ଜଣ ଗୁରୁତର ହୋଇଛନ୍ତି।
Crime
ଜନ୍ମଦିନରେ ମୋବାଇଲ ଗିଫ୍ଟ ଦେବାକୁ ମନା କଲେ ମାଆ; ଜୀବନ ହାରିଲେ ନାବାଳକ
ଆର୍ଥିକ ଅସୁବିଧା କାରଣରୁ ପୁଅକୁ ମୋବାଇଲ କିଣିଦେବାକୁ ମନା କରିଥିଲେ ମାଆ।
National
ଏଥର ବି ସାଧାରଣତନ୍ତ୍ର ଦିବସରେ ଦିଶିବନି ଦିଲ୍ଲୀର ପ୍ରଜ୍ଞାପନ ମେଢ଼
ଏହାକୁ ମିଶାଇ ୪ର୍ଥ ଥର ପାଇଁ ଦେଶର ରାଜଧାନୀ ଦିଲ୍ଲୀର ପ୍ରଜ୍ଞାପନ ମେଢ଼କୁ ସାଧାରଣତନ୍ତ୍ର ଦିବସ ପ୍ୟାରେଡରେ ପ୍ରଦର୍ଶିତ କରିବାକୁ ଅନୁମତି ମିଳିନାହିଁ।