ଆଳୁ, ପିଆଜ ଦାମ ବୃଦ୍ଧି ପଛରେ ମୋଦି ସରକାର ଦାୟୀ: ମମତା

କୋଲକାତା: ଆଳୁ, ପିଆଜ ଦର ଆକାଶଛୁଆଁ ହେବା ପଛରେ କିଏ ଦାୟୀ? କେନ୍ଦ୍ରର ମୋଦି ସରକାର ନା ମମତା ସରକାର। ଆସନ୍ତାବର୍ଷ ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ରହିଛି। ଏହାପୂର୍ବରୁ ଶାସକ ଦଳ ଟିଏମସି ଏବଂ ରାଜ୍ୟର ପ୍ରମୁଖ ବିରୋଧୀ ଦଳ ଭାବରେ ଉଭା ହୋଇଥିବା ବିଜେପି ମଧ୍ୟରେ ଏଭଳି କିଛି ପ୍ରସଙ୍ଗକୁ ନେଇ ଆରମ୍ଭ ହୋଇଛି ବିତର୍କ। ରବିବାର ବିଜେପି କହିଥିଲା, ରାଜ୍ୟରେ ଆଳୁ, ପିଆଜ ଦର ଦାମ ବୃଦ୍ଧି କରି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନିର୍ବାଚନ […]

mamata-banerjee

Subhransu Sekhar
  • Published: Monday, 09 November 2020
  • , Updated: 09 November 2020, 05:50 PM IST

କୋଲକାତା: ଆଳୁ, ପିଆଜ ଦର ଆକାଶଛୁଆଁ ହେବା ପଛରେ କିଏ ଦାୟୀ? କେନ୍ଦ୍ରର ମୋଦି ସରକାର ନା ମମତା ସରକାର। ଆସନ୍ତାବର୍ଷ ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ରହିଛି। ଏହାପୂର୍ବରୁ ଶାସକ ଦଳ ଟିଏମସି ଏବଂ ରାଜ୍ୟର ପ୍ରମୁଖ ବିରୋଧୀ ଦଳ ଭାବରେ ଉଭା ହୋଇଥିବା ବିଜେପି ମଧ୍ୟରେ ଏଭଳି କିଛି ପ୍ରସଙ୍ଗକୁ ନେଇ ଆରମ୍ଭ ହୋଇଛି ବିତର୍କ।

ରବିବାର ବିଜେପି କହିଥିଲା, ରାଜ୍ୟରେ ଆଳୁ, ପିଆଜ ଦର ଦାମ ବୃଦ୍ଧି କରି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନିର୍ବାଚନ ପାଇଁ ଫଣ୍ଡ ଯୋଗାଡ଼ କରୁଛନ୍ତି। ଏହାର ଜବାବରେ ମମତା ଦରଦାମ ବୃଦ୍ଧି ପଛରେ କେନ୍ଦ୍ର ଦାୟୀ ବୋଲି ସେ କହିଛନ୍ତି। ଏଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସେ ଏକ ଚିଠି ଲେଖିଛନ୍ତି।

ମମତା ଚିଠିରେ ଲେଖିଛନ୍ତି ଯେ, ରାଜ୍ୟରେ ଆଳୁ, ପିଆଜ ପରିବା ଦରଦାମ ବୃଦ୍ଧି ହୋଇଛି। କେନ୍ଦ୍ର ସରକାର ଅତ୍ୟାବଶ୍ୟକ ସାମଗ୍ରୀ ତାଲିକାରୁ ଏହିସବୁ ବାଦ୍ ଦେବାରୁ ଦରଦାମ ବୃଦ୍ଧି ହୋଇଛି ସେ ଲେଖିଛନ୍ତି। ଏହି ବିଲ୍ ପାରିତ ହେବା ପୂର୍ବରୁ ବ୍ୟାପକ ଭାବରେ ସଂସଦରେ ଆଲୋଚନା ହେବାର ଥିଲା। ହେଲେ କେନ୍ଦ୍ର ସରକାର ଆଲୋଚନା ନକରି ମନଇଚ୍ଛା ଆଇନ କରିଥୁବାରୁ ଦରଦାମ ବଢ଼ିଛି ବୋଲି ମମତା ତାଙ୍କ ଚିଠିରେ ଲେଖିଛନ୍ତି।

ସଂଶୋଧନ ଆଇନରେ ରାଜ୍ୟ ସରକାରଙ୍କ ଅଧିକାର ଛଡ଼ାଇ ନିଯାଇଛି ବୋଲି ମମତା ବାନାର୍ଜୀ ଚିଠିରେ ଲେଖିଛନ୍ତି। ବର୍ତ୍ତମାନ କେବଳ କେନ୍ଦ୍ର ସରକାରଙ୍କର ଏହି କୃଷିଜାତ ଦ୍ରବ୍ୟକୁ ନିୟନ୍ତ୍ରଣ କରିବାର ଅଧିକାର ରହିଛି। ବିଲ୍ ପାରିତ ହେବା ବେଳେ ଟିଏମସି ଯେଉଁ ଆକଳନ କରିଥିଲା ଏବେ ସମାନ ସ୍ଥିତି ଉପୁଜିଛି ବୋଲି ସେ କହିଛନ୍ତି। 2014-2015 ରେ ମଧ୍ୟ ଏହି ପରିସ୍ଥିତି ଉପୁଜିଥିଲା, କିନ୍ତୁ ଆମେ ନିୟନ୍ତ୍ରଣ କରିଥିଲୁ ବୋଲି ସେ କହିଛନ୍ତି।

Related story