ରାସ୍ତାରେ ଗାତ ପାଇଁ ଜୀବନ ହାରିଲେ ଅଟୋଚାଳକ

ମୁମ୍ବାଇ: ଖରାପ ରାସ୍ତାକୁ ନେଇ ବର୍ଷ ତମାମ ସମାଲୋଚନା ଚାଲୁ ରହିଥାଏ। ତେବେ ଏବେ ଏପରି ଖରାପ ରାସ୍ତାର ଗାତ ଜଣେ ଅଟୋଚାଳକଙ୍କ ମୃତ୍ୟୁର କାରଣ ହୋଇଛି। ମୁମ୍ବାଇର ଏହି ଅଟୋଚାଳକଙ୍କ ନାମ ପଞ୍ଚମଲାଲ ନିର୍ମଲ ବୋଲି ଜଣାପଡ଼ିଛି। ଶନିବାର ଜଣେ ଯାତ୍ରୀଙ୍କୁ ଅନ୍ଧେରୀ ଇଷ୍ଟରୁ ବାନ୍ଦ୍ରା ଇଷ୍ଟ ନେଇ ଯାଉଥିବାବେଳେ ଏଭଳି ଦୁର୍ଘଟଣା ଘଟିଛି। ବାନ୍ଦ୍ରାର ୱେଷ୍ଟର୍ଣ୍ଣ ଏକ୍ସପ୍ରେସ୍ ହାଇୱେ ନିକଟରେ ଥିବା ଏକ ସର୍ଭିସ୍ ରୋଡ୍ରେ ସେ ଯାଉଥିଲେ। ସେଦିନ ପ୍ରବଲ ବର୍ଷା ହେଉଥିବାରୁ […]

Pathhole

Subrat Kumar Nayak
  • Published: Sunday, 08 September 2019
  • , Updated: 08 September 2019, 05:10 PM IST

ମୁମ୍ବାଇ: ଖରାପ ରାସ୍ତାକୁ ନେଇ ବର୍ଷ ତମାମ ସମାଲୋଚନା ଚାଲୁ ରହିଥାଏ। ତେବେ ଏବେ ଏପରି ଖରାପ ରାସ୍ତାର ଗାତ ଜଣେ ଅଟୋଚାଳକଙ୍କ ମୃତ୍ୟୁର କାରଣ ହୋଇଛି। ମୁମ୍ବାଇର ଏହି ଅଟୋଚାଳକଙ୍କ ନାମ ପଞ୍ଚମଲାଲ ନିର୍ମଲ ବୋଲି ଜଣାପଡ଼ିଛି।

ଶନିବାର ଜଣେ ଯାତ୍ରୀଙ୍କୁ ଅନ୍ଧେରୀ ଇଷ୍ଟରୁ ବାନ୍ଦ୍ରା ଇଷ୍ଟ ନେଇ ଯାଉଥିବାବେଳେ ଏଭଳି ଦୁର୍ଘଟଣା ଘଟିଛି। ବାନ୍ଦ୍ରାର ୱେଷ୍ଟର୍ଣ୍ଣ ଏକ୍ସପ୍ରେସ୍ ହାଇୱେ ନିକଟରେ ଥିବା ଏକ ସର୍ଭିସ୍ ରୋଡ୍ରେ ସେ ଯାଉଥିଲେ। ସେଦିନ ପ୍ରବଲ ବର୍ଷା ହେଉଥିବାରୁ ଏହି ଗାତ ଦେଖାଯାଉନଥିଲା। ଫଳରେ ନିର୍ମଲ ଏହି ଗାତରେ ଅଟୋ ପଶାଇ ଦେଇଥିଲେ।

ଅଟୋର ଆଗ ଚକ ଏଥିରେ ଫଶିଯିବାରୁ ସେ ନିୟନ୍ତ୍ରଣ ହରାଇଥିଲେ। ଏହି କାରଣରୁ ସେ ତଳେ ପଡ଼ିଯାଇଥିଲେ ଏବଂ ଅଟୋଟି ତାଙ୍କ ଉପରେ ପଡ଼ିଯାଇଥିଲା। ତାଙ୍କୁ ସ୍ଥାନୀୟ ଲୋକେ ନିକଟସ୍ଥ ଏକ ହସ୍ପିଟାଲ ନେଇଯାଇଥିଲେ। ଅଟୋଟି ତାଙ୍କ ଉପରେ ଏଭଳି ଭାବେ ମାଡ଼ ହୋଇଥିଲା ଯେ, ସେ ନିଃଶ୍ୱାସ ପ୍ରଶ୍ୱାସ ନେବା କଷ୍ଟକର ହୋଇପଡ଼ିଥିଲା। ସେହିଦନ ହିଁ ତାଙ୍କର ମୃତ୍ୟୁ ହୋଇଥିଲା।

Related story