ପ୍ରଚାର ପାଇଁ ବରୁଣ ଗାନ୍ଧୀ ଆଲ୍ଲାହାବାଦ ଯାଇଥିବା ନେଇ ବିଜେପି କ୍ଷୁବ୍ଧ

ନୂଆଦିଲ୍ଲୀ: ସାଂସଦ ବରୁଣ ଗାନ୍ଧୀ  ମେ’୧ ତାରିଖରେ ନିର୍ବାଚନ ପ୍ରଚାର  ପାଇଁ ଆଲ୍ଲାହାବାଦ  ଯାଇଥିବା  ନେଇ ବିଜେପି ଅସନ୍ତୋଷ ପ୍ରକାଶ କରିଛି। ବିଜେପି ବରୁଣ ଗାନ୍ଧୀଙ୍କୁ ନିର୍ବାଚନ ପ୍ରଚାର  ସୁଲତାନପୁରରେ  ସୀମିତ ରଖିବା ପାଇଁ   ନିର୍ଦ୍ଦେଶ ଦେଇଥିଲା।  ସୁଲତାନପୁର ବାହାରକୁ ନିର୍ବାଚନ ପ୍ରଚାର ପାଇଁ  ଗଲେ  ବିଜେପିର କୌଣସି ନେତାଙ୍କ ପରାମର୍ଶ ନେଇ  ଯିବାକୁ ବରୁଣଙ୍କୁ ଦଳ କହିଥିଲା।  କିନ୍ତୁ  ବିଜେପିର  ଏହି  ପରାମର୍ଶ ସତ୍ତ୍ୱେ ବରୁଣ କାହାକୁ କିଛି  ନ କହି  ଆଲ୍ଲାହାବାଦ ଯାଇଥିବା ଦଳ […]

Varun

Rakesh Mallick
  • Published: Thursday, 09 June 2016
  • , Updated: 09 June 2016, 03:41 PM IST

ନୂଆଦିଲ୍ଲୀ: ସାଂସଦ ବରୁଣ ଗାନ୍ଧୀ  ମେ’୧ ତାରିଖରେ ନିର୍ବାଚନ ପ୍ରଚାର  ପାଇଁ ଆଲ୍ଲାହାବାଦ  ଯାଇଥିବା  ନେଇ ବିଜେପି ଅସନ୍ତୋଷ ପ୍ରକାଶ କରିଛି। ବିଜେପି ବରୁଣ ଗାନ୍ଧୀଙ୍କୁ ନିର୍ବାଚନ ପ୍ରଚାର  ସୁଲତାନପୁରରେ  ସୀମିତ ରଖିବା ପାଇଁ   ନିର୍ଦ୍ଦେଶ ଦେଇଥିଲା।  ସୁଲତାନପୁର ବାହାରକୁ ନିର୍ବାଚନ ପ୍ରଚାର ପାଇଁ  ଗଲେ  ବିଜେପିର କୌଣସି ନେତାଙ୍କ ପରାମର୍ଶ ନେଇ  ଯିବାକୁ ବରୁଣଙ୍କୁ ଦଳ କହିଥିଲା।  କିନ୍ତୁ  ବିଜେପିର  ଏହି  ପରାମର୍ଶ ସତ୍ତ୍ୱେ ବରୁଣ କାହାକୁ କିଛି  ନ କହି  ଆଲ୍ଲାହାବାଦ ଯାଇଥିବା ଦଳ ଅସନ୍ତୋଷ ପ୍ରକାଶ କରିଛି।

ବିଧାନସଭା ନିର୍ବାଚନକୁ  ଆଖିଆଗରେ ରଖି ଆସନ୍ତା ସପ୍ତାହରେ  ବିଜେପି  ଆଲ୍ଲାହାବାଦରେ  ରାଷ୍ଟ୍ରୀୟ  କାର୍ଯ୍ୟକାରିଣୀ ବୈଠକ କରିବ। ଏହି ବୈଠକରେ  ବିଜେପି  ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ରଣନୀତି  ପ୍ରସ୍ତୁତି କରିବ।  ଦଳ ଏପର୍ଯ୍ୟନ୍ତ କାହାକୁ ମୁଖ୍ୟମନ୍ତ୍ରୀ  ପ୍ରାର୍ଥୀ ଭାବେ ଘୋଷଣା କରିନାହିଁ।

 ମିଳିଥିବା ସୂଚନା ଅନୁଯାୟୀ, ନିଜକୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ଉପସ୍ଥାପିତ କରିବା ଉଦ୍ଦେଶ୍ୟ  ନେଇ ସେ ଆଲ୍ଲାହାବାଦ ଯାଇଥିବା ଦଳରେ ଚର୍ଚ୍ଚା ହେଉଛି।  ଦଳର ନେତାମାନେ ଚର୍ଚ୍ଚା କରୁଛନ୍ତି, ବରୁଣ ଗାନ୍ଧୀ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ  ହେବା ପାଇଁ ଆଗ୍ରହୀ ଅଛନ୍ତି।

Related story