ପ୍ରଦ୍ୟୁମ୍ନ ହତ୍ୟାକାଣ୍ଡ ମାମଲା: ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ମୃତ ଛାତ୍ରଙ୍କ ବାପା

ନୂଆଦିଲ୍ଲୀ: ଗୁରୁଗ୍ରାମ ସ୍ଥିତ ରିଆନ୍ ଇଣ୍ଟରନ୍ୟାସନାଲ ସ୍କୁଲରେ ଅତି ନିର୍ମମ ଭାବେ ହତ୍ୟା କରାଯାଇଥିବା ୭ ବର୍ଷର ସ୍କୁଲ ଛାତ୍ର ପ୍ରଦ୍ୟୁମ୍ନଙ୍କ ବାପା ବରୁଣ ଠାକୁର ପୁଣି ଥରେ ସ୍କୁଲ ଖୋଲିବାକୁ ନେଇ ଆପତ୍ତି ଉଠାଇଛନ୍ତି। ଏହି ମାମଲାର ହସ୍ତକ୍ଷେପ କରିବାକୁ ସେ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି। ଏହାସହିତ ଏହି ମାମଲାର ସିବିଆଇ ତଦନ୍ତ ଆରମ୍ଭ ହେବା ପୂର୍ବରୁ ସ୍କୁଲ ନ ଖୋଲିବାକୁ ସେ ଦାବି କରିଛନ୍ତି। ସୂଚନାଯୋଗ୍ୟ ଯେ, ହତ୍ୟାକାଣ୍ଡର ୧୦ ଦିନ ପରେ ଗତକାଲି […]

Rakesh Mallick
  • Published: Tuesday, 19 September 2017
  • Updated: 19 September 2017, 10:27 AM IST

Sports

Latest News

ନୂଆଦିଲ୍ଲୀ: ଗୁରୁଗ୍ରାମ ସ୍ଥିତ ରିଆନ୍ ଇଣ୍ଟରନ୍ୟାସନାଲ ସ୍କୁଲରେ ଅତି ନିର୍ମମ ଭାବେ ହତ୍ୟା କରାଯାଇଥିବା ୭ ବର୍ଷର ସ୍କୁଲ ଛାତ୍ର ପ୍ରଦ୍ୟୁମ୍ନଙ୍କ ବାପା ବରୁଣ ଠାକୁର ପୁଣି ଥରେ ସ୍କୁଲ ଖୋଲିବାକୁ ନେଇ ଆପତ୍ତି ଉଠାଇଛନ୍ତି। ଏହି ମାମଲାର ହସ୍ତକ୍ଷେପ କରିବାକୁ ସେ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି। ଏହାସହିତ ଏହି ମାମଲାର ସିବିଆଇ ତଦନ୍ତ ଆରମ୍ଭ ହେବା ପୂର୍ବରୁ ସ୍କୁଲ ନ ଖୋଲିବାକୁ ସେ ଦାବି କରିଛନ୍ତି।

ସୂଚନାଯୋଗ୍ୟ ଯେ, ହତ୍ୟାକାଣ୍ଡର ୧୦ ଦିନ ପରେ ଗତକାଲି ସ୍କୁଲ ଖୋଲାଯିବା ପରେ ବନ୍ଦ କରି ଦିଆଯାଇଛି। ସ୍କୁଲ ଖୋଲିବା ନେଇ ପ୍ରଦ୍ୟୁମ୍ନଙ୍କ ପିତା ଜିଲ୍ଲା ପ୍ରଶାସନକୁ ପ୍ରଶ୍ନ କରିଛନ୍ତି। ହତ୍ୟା ସହ ଜିଡ଼ିତ ବିଭିନ୍ନ ପ୍ରମାଣ ନଷ୍ଟ କରାଯାଉଥିବା ବରୁଣ ଆଶଙ୍କା କରିଛନ୍ତି। ହତ୍ୟାକାଣ୍ଡ ପରେ ଛାତ୍ରଛାତ୍ରୀ ଓ ସ୍କୁଲ କର୍ମଚାରୀ ସାହାଯ୍ୟରେ ପ୍ରମାଣ ନଷ୍ଟ କରାଯାଇଥିବା ଅଭିଯୋଗ କରିଛନ୍ତି। ସିବିଆଇ ତଦନ୍ତ ପୂର୍ବରୁ ସ୍କୁଲ ଖୋଲାଗଲେ ସବୁ ପ୍ରମାଣ ନଷ୍ଟ ହୋଇଯିବ ବୋଲି ପ୍ରଦ୍ୟୁମ୍ନ ପିତା କହିଛନ୍ତି।

ସେ ଆହୁରି କହିଛନ୍ତି, “ଏହି ମାମଲାର ତଦନ୍ତ ଦାୟିତ୍ୱ ସିବିଆଇକୁ ଦିଆଯାଇଛି। ବର୍ତ୍ତମାନ ସୁଦ୍ଧା ସିବିଆଇ ଗୁରୁଗ୍ରାମ ପୋଲିସଠାରୁ ଦାୟିତ୍ୱ ନେଇ ନାହିଁ। ତେଣ ପ୍ରମାଣ ନଷ୍ଟ ହେବାର ଆଶଙ୍କା ସୃଷ୍ଟି ହୋଇଛି।”

ଡେପୁଟି କମିଶନର ବିନୟ ପ୍ରତାପ ସିଂ କହିଛନ୍ତି,“ ଏହି ଘଟଣାର ୧୦ ଦିନ ପରେ ସ୍କୁଲ ଖୋଲା ଯାଇଥିଲା। କିନ୍ତୁ ପ୍ରଦ୍ୟୁମ୍ନ ପରିବାର ଲୋକଙ୍କ ଆପତ୍ତି ଉଠାଇବାରୁ ସ୍କୁଲ ପୁଣି ଥରେ ବନ୍ଦ କରିବାକୁ ନିଷ୍ପତ୍ତି ନିଆଯାଇଛି। ଏହାସହିତ ଅନ୍ୟାନ୍ୟ ସୁରକ୍ଷା ମଧ୍ୟ ନିଆଯାଇଛି। ୨୫ ସେପ୍ଟେମ୍ୱର ପର୍ଯ୍ୟନ୍ତ ସ୍କୁଲ ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଛି। ”

ଗତ ସେପ୍ଟେମ୍ୱର ୮ ତାରିଖରେ  ରିଆନ୍ ଇଣ୍ଟରନ୍ୟାସନାଲ ସ୍କୁଲ ଦ୍ୱିତୀୟ ଶ୍ରେଣୀ ପଢ଼ୁଥିବା ପ୍ରଦ୍ୟୁମ୍ନଙ୍କୁ ହତ୍ୟା କରାଯାଇଥିଲା। ଏହି ମାମଲାରେ ସ୍କୁଲ ବସ୍ କଣ୍ଡଡକର୍ ସମେତ ୩ ଜଣଙ୍କୁ ପୋଲିସ ଗିରଫ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos