ନିର୍ବାଚନ କମିଶନଙ୍କୁ ପ୍ରଶଂସା କଲେ ପ୍ରଣବ ମୁଖାର୍ଜୀ

ନୂଆଦିଲ୍ଲୀ: ଚଳିତ ନିର୍ବାଚନରେ ନିର୍ବାଚନ କମିଶନଙ୍କୁ ଶାସକ ଦଳ ବିଜେପି ସହିତ ବିରୋଧୀ ସମାଲୋଚନା କରିଛନ୍ତି। ହେଲେ ଏହି ସମାଲୋଚନାକୁ ନାପସନ୍ଦ କରିଛନ୍ତି ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ। ପ୍ରତିଥର ଭଳି ଚଳିତ ଥର ମଧ୍ୟ ନିର୍ବାଚନ କମିଶନ ଠିକ୍ ଭାବରେ ନିର୍ବାଚନ ପରିଚାଳନା କରିବାରେ ସକ୍ଷମ ହୋଇଛନ୍ତି ବୋଲି ପୂର୍ବତନ ରାଷ୍ଟ୍ରପତି କହିଛନ୍ତି। ଗତକାଲି ଦିଲ୍ଲୀରେ ଏକ ସାଂସ୍କୃତିକ କାର୍ଯ୍ୟକ୍ରମରେ ଯୋଗ ଦେଇ ପ୍ରଣବ କହିଥିଲେ ଆଜି ଯଦି ଗଣତନ୍ତ୍ର ବଞ୍ଚିଛି ତା’ହେଲେ ଏହାର ମୁଖ୍ୟ […]

pranab mukharjee

Subhransu Sekhar
  • Published: Tuesday, 21 May 2019
  • , Updated: 21 May 2019, 11:43 AM IST
ନୂଆଦିଲ୍ଲୀ: ଚଳିତ ନିର୍ବାଚନରେ ନିର୍ବାଚନ କମିଶନଙ୍କୁ ଶାସକ ଦଳ ବିଜେପି ସହିତ ବିରୋଧୀ ସମାଲୋଚନା କରିଛନ୍ତି। ହେଲେ ଏହି ସମାଲୋଚନାକୁ ନାପସନ୍ଦ କରିଛନ୍ତି ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ। ପ୍ରତିଥର ଭଳି ଚଳିତ ଥର ମଧ୍ୟ ନିର୍ବାଚନ କମିଶନ ଠିକ୍ ଭାବରେ ନିର୍ବାଚନ ପରିଚାଳନା କରିବାରେ ସକ୍ଷମ ହୋଇଛନ୍ତି ବୋଲି ପୂର୍ବତନ ରାଷ୍ଟ୍ରପତି କହିଛନ୍ତି।
ଗତକାଲି ଦିଲ୍ଲୀରେ ଏକ ସାଂସ୍କୃତିକ କାର୍ଯ୍ୟକ୍ରମରେ ଯୋଗ ଦେଇ ପ୍ରଣବ କହିଥିଲେ ଆଜି ଯଦି ଗଣତନ୍ତ୍ର ବଞ୍ଚିଛି ତା'ହେଲେ ଏହାର ମୁଖ୍ୟ ଶ୍ରେୟ ଯିବ ନିର୍ବାଚନ କମିଶନଙ୍କୁ । ଏ ନେଇ ସେ ଦେଶର ପ୍ରଥମ ନିର୍ବାଚନ କମିଶନର ସୁକୁମାର ସେନଙ୍କ ପାଖରୁ ଆରମ୍ଭ କରି ବର୍ତ୍ତମାନର ମୁଖ୍ୟ ନିର୍ବାଚନ କମିଶନର ସୁନୀଲ ଅରୋରାଙ୍କ ବାବଦରେ ସେ କହିଥିଲେ।
ମୁଖ୍ୟ ନିର୍ବାଚନ କମିଶନରଙ୍କ ବ୍ୟତୀତ ଅନ୍ୟ ଦୁଇ ସହଯୋଗୀ ନିର୍ବାଚନ କମିଶନରଙ୍କୁ ମଧ୍ୟ ପ୍ରଶଂସା କରିଛନ୍ତି ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ। ଏହି ତିନି ନିର୍ବାଚନ କମିଶନରଙ୍କୁ କେହି ସମାଲୋଚନା କରିପାରିବେ ନାହିଁ ବୋଲି ସେ କହିଛନ୍ତି।

Related story