Those convicted or facing charges of abuse of public office and misappropriation of funds are claiming to be the custodians of truth.@laluprasadrjd जी जब चाहें, मेरे साथ मीडिया के सामने बैठ जाएं, सबको पता चल जाएगा कि मेरे और उनके बीच क्या बात हुई और किसने किसको क्या ऑफर दिया।
— Prashant Kishor (@PrashantKishor) 13 April 2019
ସେପଟେ ଆରଜେଡି ନେତା ତଥା ଲାଲୁଙ୍କ ପୁଅ ତେଜସ୍ବୀ ଯାଦବ ମଧ୍ଯ ଏହି ପ୍ରସଙ୍ଗରେ ଜେଡିୟୁ ସୁପ୍ରିମୋ ନୀତୀଶ କୁମାରଙ୍କ ନୀରବତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ଏହି ପ୍ରସଙ୍ଗରେ ପ୍ରଶାନ୍ତ ନୁହେଁ ବରଂ ନୀତୀଶ କୁମାର ପ୍ରତିକ୍ରିୟା ରଖିବା ଦରକାର ବୋଲି ପୂର୍ବତନ ଉପମୁଖ୍ଯମନ୍ତ୍ରୀ ତେଜସ୍ବୀ ଯାଦବ କହିଛନ୍ତି।
ଯାହାର କଡ଼ା ଜବାବ ଟ୍ବିଟ୍ କରି ଆଜି ରଖିଛନ୍ତି ପ୍ରଶାନ୍ତ କିଶୋର। ଦୁର୍ନୀତିରେ ସଜା କାଟୁଥିବା ନେତା ଜେଲରେ ରହି କେତେ ସତ କହୁଛନ୍ତି ସମସ୍ତଙ୍କୁ ଜଣା। ଲାଲୁ ଯାଦବ ଥରେ ମିଡ଼ିଆ ସାମ୍ନାରେ ଆଲୋଚନା କଲେ ଜଣାପଡ଼ିବ କିଏ କାହାକୁ କ’ଣ ଅଫର ଦେଇଥିଲା।
ତେବେ ଏହା ପୂର୍ବରୁ ଲାଲୁ ତାଙ୍କ ଆତ୍ମଜୀବନୀ ଉପରେ ଲେଖାଯାଉଥିବା ବହି ‘ଗୋପାଳଗଞ୍ଜ ଟୁ ରାଇସିନା’ରେ ମଧ୍ୟ ଜେଡିୟୁ ଆରେଜଡି ସହ ମିଶି ମହାମେଣ୍ଟରେ ସାମିଲ ହେବାକୁ ଚେଷ୍ଟା କରିଥିଲା ବୋଲି ଉଲ୍ଲେଖ କରିଛନ୍ତି। ଏହାକୁ ନେଇ ସେତେବେଳେ ମଧ୍ୟ ପ୍ରଶାନ୍ତ କିଶୋର ପ୍ରତିକ୍ରିୟା ରଖିଥିଲେ। ଜେଡିୟୁରେ ଯୋଗ ଦେବା ପୂର୍ବରୁ ସେ ଲାଲୁଙ୍କୁ ଭେଟିବାକୁ ଯାଇଥିଲେ କୌଣସି ଯୋଗସୂତ୍ର ପାଇଁ ନୁହେଁ ବୋଲି ସ୍ପଷ୍ଟୀକରଣ ରଖିଥିଲେ ପ୍ରଶାନ୍ତ କିଶୋର।
The claims made by Laluji as reported are BOGUS. This is nothing but a poor attempt seeking relevance by a leader whose best days are behind him.
Yes, we did meet many times before I joined JDU, but if I were to tell what all was discussed then he would be quite embarrassed. https://t.co/9B5clUBxea
— Prashant Kishor (@PrashantKishor) 5 April 2019
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।