ପ୍ରତ୍ୟୁଷା ବାନାର୍ଜୀ ଆତ୍ମହତ୍ୟା ମାମଲାରୁ ଓହରିଲେ ରାହୁଲ ସିଂହଙ୍କ ଓକିଲ

ମୁମ୍ବାଇ: ଅଭିନେତ୍ରୀ ପ୍ରତ୍ୟୁଷା ବାନାର୍ଜୀ ଆତ୍ମହତ୍ୟା ଘଟଣାରେ ଧୀରେ ଧୀରେ ତାଙ୍କ ବୟଫ୍ରେଣ୍ଡ୍ ରାହୁଲ ରାଜ ସିଂହଙ୍କ ମୁସ୍କିଲ୍ ବଢ଼ି ବଢ଼ି ଚାଲିଛି। ପ୍ରତ୍ୟୁଷାଙ୍କୁ ଆତ୍ମହତ୍ୟା କରିବାକୁ ସେ ଉସୁକାଇ ଥିବା ନେଇ ଗତକାଲି ପୋଲିସ୍ ତାଙ୍କ ନାଁରେ ଏକ ମାମଲା ରୁଜୁ କରିଥିଲା। ଆଉ ଆଜି ତାଙ୍କ ଓକିଲ ପ୍ରତ୍ୟୁଷା ମାମଲାରୁ ଓହରି ଯାଇଛନ୍ତି। ସେ ରାହୁଲଙ୍କ ତରଫରୁ କେସ୍ ଲଢ଼ିବାକୁ ମନା କରି ଦେଇଛନ୍ତି। ରାହୁଲଙ୍କ ଓକିଲ ନୀରଜ ଗୁପ୍ତା କହିଛନ୍ତି,“ରାହୁଲ ଓ ତାଙ୍କ […]

rahul

Rakesh Mallick
  • Published: Wednesday, 06 April 2016
  • , Updated: 06 April 2016, 06:50 AM IST

ମୁମ୍ବାଇ: ଅଭିନେତ୍ରୀ ପ୍ରତ୍ୟୁଷା ବାନାର୍ଜୀ ଆତ୍ମହତ୍ୟା ଘଟଣାରେ ଧୀରେ ଧୀରେ ତାଙ୍କ ବୟଫ୍ରେଣ୍ଡ୍ ରାହୁଲ ରାଜ ସିଂହଙ୍କ ମୁସ୍କିଲ୍ ବଢ଼ି ବଢ଼ି ଚାଲିଛି। ପ୍ରତ୍ୟୁଷାଙ୍କୁ ଆତ୍ମହତ୍ୟା କରିବାକୁ ସେ ଉସୁକାଇ ଥିବା ନେଇ ଗତକାଲି ପୋଲିସ୍ ତାଙ୍କ ନାଁରେ ଏକ ମାମଲା ରୁଜୁ କରିଥିଲା। ଆଉ ଆଜି ତାଙ୍କ ଓକିଲ ପ୍ରତ୍ୟୁଷା ମାମଲାରୁ ଓହରି ଯାଇଛନ୍ତି। ସେ ରାହୁଲଙ୍କ ତରଫରୁ କେସ୍ ଲଢ଼ିବାକୁ ମନା କରି ଦେଇଛନ୍ତି।

ରାହୁଲଙ୍କ ଓକିଲ ନୀରଜ ଗୁପ୍ତା କହିଛନ୍ତି,“ରାହୁଲ ଓ ତାଙ୍କ ପରିବାର ଲୋକେ ମୋତେ ଅନ୍ଧାରରେ ରଖିଥିଲେ। ଏବେ ଏହି ମାମଲାରେ ଅନେକ ତଥ୍ୟ ମୋ ସାମ୍ନାକୁ ଆସିଛି। ଉକ୍ତ ତଥ୍ୟ ଆଧାରରେ ଓ ମାନବିକତା ଦୃଷ୍ଟିରୁ ମୁଁ ଏ ମାମଲାରୁ ଓହରିଯିବାକୁ ନିଷ୍ପତ୍ତି ନେଇଛି।”

ପ୍ରତ୍ୟୁଷାଙ୍କ ମୃତ୍ୟୁ ପରେ ପୋଲିସ୍ ଦୁଇ ଥର ରାହୁଲଙ୍କୁ ପଚରାଉଚରା କରିଛି। ସୋମବାର ପୋଲିସ୍ ରାହୁଲଙ୍କୁ ପଚରାଉଚରା କରିବା ବେଳେ ପ୍ରତ୍ୟୁଷାଙ୍କ ଆତ୍ମହତ୍ୟା ଘଟଣାକୁ ନେଇ ଅନେକ କଥା ପଦାକୁ ଆସିଥିଲା। ତେବେ ଏହା ପରେ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ି ଯାଇଥିଲା।  ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ଅନ୍ୟପକ୍ଷରେ ଆଜି ରାହୁଲଙ୍କ ପକ୍ଷରୁ ଆଜି ମୁମ୍ବାଇର ଏକ କୋର୍ଟରେ ଆଗୁଆ ଜାମିନ ଆବେଦନ କରାଯାଇଛି। ଆସନ୍ତାକାଲି ଏହା ଉପରେ ଶୁଣାଣି ହେବ।

 

Related story