ବିକାଶଧାରା ଜାରି ରଖିବାପାଇଁ ଲୋକେ ସ୍ପଷ୍ଟ ଜନାଦେଶ ଦେଇଛନ୍ତି: ରାଷ୍ଟ୍ରପତି କୋବିନ୍ଦ

ନୂଆଦିଲ୍ଲୀ: ରାଷ୍ଟ୍ରପତି ରାମନାଥ କୋବିନ୍ଦ ଆଜି ସଂସଦର ସେଣ୍ଟ୍ରାଲ ହଲରେ ଆୟୋଜିତ ମିଳିତ ଅଧିବେଶନକୁ ସମ୍ବୋଧନ କରିଛନ୍ତି। ସେ ଏହି ଅବସରରେ କହିଛନ୍ତି ୨୦୧୪ ମସିହାରେ ଆରମ୍ଭ ହୋଇଥିବା ବିକାଶଧାରା ଜାରି ରଖିବା ପାଇଁ ଭାରତବାସୀ ୨୦୧୯ରେ ସ୍ପଷ୍ଟ ଜନାଦେଶ ଦେଇଛନ୍ତି। ୧୭ତମ ଲୋକସଭାର ସଦସ୍ୟଙ୍କ ଉପସ୍ଥିତିରେ ପାରମ୍ପରିକ ଭାବରେ ଅଭିଭାଷଣ ରଖି ରାଷ୍ଟ୍ରପତି କୋବିନ୍ଦ ଆହୁରି ମଧ୍ୟ କହିଛନ୍ତି କେନ୍ଦ୍ର ସରକାର କୃଷକ ଏବଂ କ୍ଷୁଦ୍ର ବ୍ୟବସାୟୀଙ୍କ ପାଇଁ ଆରମ୍ଭ କରିଥିବା ପେନ୍‌ସନ୍‌ ସ୍କିମ୍‌ ସେମାନଙ୍କୁ […]

kovind

kovind

Subrat Kumar Nayak
  • Published: Thursday, 20 June 2019
  • Updated: 20 June 2019, 06:29 PM IST

Sports

Latest News

ନୂଆଦିଲ୍ଲୀ: ରାଷ୍ଟ୍ରପତି ରାମନାଥ କୋବିନ୍ଦ ଆଜି ସଂସଦର ସେଣ୍ଟ୍ରାଲ ହଲରେ ଆୟୋଜିତ ମିଳିତ ଅଧିବେଶନକୁ ସମ୍ବୋଧନ କରିଛନ୍ତି। ସେ ଏହି ଅବସରରେ କହିଛନ୍ତି ୨୦୧୪ ମସିହାରେ ଆରମ୍ଭ ହୋଇଥିବା ବିକାଶଧାରା ଜାରି ରଖିବା ପାଇଁ ଭାରତବାସୀ ୨୦୧୯ରେ ସ୍ପଷ୍ଟ ଜନାଦେଶ ଦେଇଛନ୍ତି। ୧୭ତମ ଲୋକସଭାର ସଦସ୍ୟଙ୍କ ଉପସ୍ଥିତିରେ ପାରମ୍ପରିକ ଭାବରେ ଅଭିଭାଷଣ ରଖି ରାଷ୍ଟ୍ରପତି କୋବିନ୍ଦ ଆହୁରି ମଧ୍ୟ କହିଛନ୍ତି କେନ୍ଦ୍ର ସରକାର କୃଷକ ଏବଂ କ୍ଷୁଦ୍ର ବ୍ୟବସାୟୀଙ୍କ ପାଇଁ ଆରମ୍ଭ କରିଥିବା ପେନ୍‌ସନ୍‌ ସ୍କିମ୍‌ ସେମାନଙ୍କୁ ମର୍ଯ୍ୟାଦାପୂର୍ଣ୍ଣ ଜୀବନ ପ୍ରଦାନ କରିଛି।

ସଂସଦର ମିଳିତ ଅଧିବେଶନକୁ ସମ୍ବୋଧନ ଅବସରରେ ସେ ମହାନଦୀ ପ୍ରସଙ୍ଗ ମଧ୍ୟ ଉଠାଇଥିଲେ। ସେ ଏହି ଅବସରରେ କହିଥିଲେ ନମାମି ଗଙ୍ଗା ଯୋଜନାରେ ଗଙ୍ଗା ଭଳି ମହାନଦୀ, ଗୋଦାବରୀ, ଯମୁନା, ପେରିୟାର ଭଳି ଦେଶର ପ୍ରମୁଖ ନଦୀକୁ ପ୍ରଦୂଷଣ ମୁକ୍ତ କରାଯିବ। ତାଙ୍କ ସରକାର ଏ ଦିଗରେ ଅଧିକ ଧ୍ୟାନ ଦେଉଥିବା କଥା ନିଜ ସମ୍ବୋଧନରେ କହିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ।

ଶିକ୍ଷା କ୍ଷେତ୍ରରେ ସରକାର ନେଉଥିବା ପଦକ୍ଷେପ ବାବଦରେ ସେ କହିଥିଲେ, ମୋ ସରକାର ଶିକ୍ଷା ଅନୁଷ୍ଠାନର ସିଟ୍‌ ସଂଖ୍ୟା ୨୦୨୪ ସୁଦ୍ଧା ୫୦% ବଢ଼ାଇବା ଦିଗରେ କାମ କରୁଛନ୍ତି ଏବଂ ଭବିଷ୍ୟତରେ ଏହା ଆହୁରି ବଢ଼ିବ। ଆୟୁଷ୍ମାନ ଭାରତରେ ୨୬ ଲକ୍ଷ ଗରିବ ଲାଭବାନ ହୋଇଛନ୍ତି। ଜଳ ସଂକଟର ସମାଧାନ ପାଇଁ ‘ଜଳ ଶକ୍ତି’ ମନ୍ତ୍ରଣାଳୟ ଗଠନ କରାଯାଇଥିବା ବାବଦରେ ମଧ୍ୟ ସେ ମତ ରଖିଥିଲେ। ଅନ୍ୟପକ୍ଷରେ, ନୂଆ ଶିଳ୍ପନୀତି ଖୁବ୍‌ ଶୀଘ୍ର ଘୋଷଣା ହେବାକୁ ଯାଉଛି ଏବଂ ଜିଏସ୍‌ଟିର ଆହୁରି ସରଳୀକରଣ କରାଯିବ ବୋଲି ସେ କହିଛନ୍ତି।

ଡାଇରେକ୍ଟ ବେନିଫିଟ୍‌ ଟ୍ରାନ୍ସଫର ଯୋଜନାରେ ଗତ ୫ ବର୍ଷରେ ୭.୩୬ ଲକ୍ଷ କୋଟି ଟଙ୍କା ଲୋକଙ୍କ ଆକାଉଣ୍ଟକୁ ପହଞ୍ଚିସାରିଲାଣି। ୮ କୋଟି ଜାଲ୍‌ ହତାଧିକାରୀଙ୍କୁ ଠାବ କରାଯାଇ ସରକାରଙ୍କ ୧.୪୧ ଲକ୍ଷ କୋଟି ଟଙ୍କା କ୍ଷତି ହେବାରୁ ବଞ୍ଚାଯାଇପାରଛି ବୋଲି ସେ କହିଛନ୍ତି। ସଡ଼କ ନିର୍ମାଣ ଯୋଜନା ମଧ୍ୟ ଦ୍ରୁତଗତିରେ ଆଗେଇଚାଲିଥିବା ସେ କହିଛନ୍ତି।

ସେହିଭଳି ସିଟିଜେନ୍‌ଶିପ୍‌ ଆଇନରେ ଭାଷା, ସଂସ୍କୃତି ଏବଂ ସାମଜିକ ପରିଚୟ ଆଧାରରେ ପରିବର୍ତ୍ତନ କରାଯିବ ବୋଲି ସେ କହିଛନ୍ତି। ସେ କହିଛନ୍ତି ଯେଉଁସବୁ ଅଞ୍ଚଳ ଅନୁପ୍ରବେଶ ଦ୍ୱାରା ବେଶି ପ୍ରପୀଡ଼ିତ ସେହିସବୁ ଅଞ୍ଚଳରେ ଏନ୍‌ଆରସି ଲାଗୁ ପାଇଁ ପ୍ରାଥମିକତା ଦିଆଯିବ। ଆସାମ, ପଶ୍ଚିମବଙ୍ଗ ଏବଂ ତ୍ରିପୁରା ସହିତ ଉତ୍ତରପୂର୍ବ ଭାରତରେ ବେଆଇନ ଅନୁପ୍ରବେଶ ଅଧିକ ରହିଛି। ସେ କହିଛନ୍ତି ଅନୁପ୍ରବେଶ ରୋକିବା ପାଇଁ ସୀମାରେ ସୁରକ୍ଷା ଆହୁରି କଡ଼ାକଡ଼ି କରାଯିବ।

ତିନି ତଲାକ୍ ଏବଂ ନିକାହ-ହଲାଲା ପରି ସାମାଜିକ କୁପ୍ରଥା ଉଚ୍ଛେଦ ହିଁ ଦେଶର ମହିଳାମାନଙ୍କ ଅଧିକାର ନିଶ୍ଚିତ କରିପାରିବ। ଗୃହର ସମସ୍ତ ସଦସ୍ୟ ମହିଳାଙ୍କ ମର୍ଯ୍ୟାଦା ପାଇଁ ଯତ୍ନବାନ ହେବା ଦରକାର ବୋଲି ସେ କହିଥିଲେ। ସେ କହିଥିଲେ, ଦେଶର ପ୍ରତି ଭଉଣୀ ଏବଂ ଝିଅଙ୍କ ସମାନ ଅଧିକାରର ସୁରକ୍ଷା ପାଇଁ, ତିନି ତଲାକ ଏବଂ ନିକାହ-ହଲାଲା ପରି ସାମାଜିକ କୁପ୍ରଥା ଉଚ୍ଛେଦ ଜରୁରୀ। ତତ୍କାଳ ତିନି ତଲାକ୍‌ ବ୍ୟବସ୍ଥାରେ ଜଣେ ମୁସଲିମ୍‌ ମହିଳାଙ୍କୁ ତାଙ୍କ ସ୍ୱାମୀ ୩ଥର ତଲାକ୍‌ କହିଦେଲେ ଛାଡ଼ପତ୍ର ହୋଇଯାଇଥାଏ। ଅନ୍ୟପକ୍ଷରେ ଛାଡ଼ପତ୍ର ପାଇଥିବା ସ୍ତ୍ରୀ ସ୍ୱାମୀଙ୍କ ପାଖକୁ ଫେରିବାକୁ ହେଲେ ଆଉ ଜଣେ ପୁରୁଷକୁ ବିବାହ କରିବାକୁ ପଡ଼େ। ସୁପ୍ରିମ୍‌କୋର୍ଟ ତତ୍କାଳ ତିନି ତଲାକ୍‌କୁ ଅସାମ୍ବିଧାନିକ କହିଥିଲେ ଏବଂ ଏହାପରେ ସରକାର ସଂସଦରେ ଏକ ବିଲ୍ ମଧ୍ୟ ଆଗତ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story