ରାଷ୍ଟ୍ରପତି ହେବାକୁ ଚାହୁଁନି: ଅମିତାଭ ବଚ୍ଚନ

ନୂଆଦିଲ୍ଲୀ: ବିଗ ବି ଅମିତାଭ ବଚ୍ଚନ ତାଙ୍କ ୭୪ତମ ଜନ୍ମଦିନ ଅବସରରେ ସେ ରାଷ୍ଟ୍ରପତି ହେବାକୁ ଚାହୁଁନାହାନ୍ତି ବୋଲି କହିଛନ୍ତି।  ଗଣମାଧ୍ୟମର ଏକ ପ୍ରଶ୍ନ ଉତ୍ତର କାର୍ଯ୍ୟକ୍ରମରେ ସେ କହିଛନ୍ତି,“ଶତ୍ରୃଘ୍ନ ବାବୁ ମଜା କରୁଛନ୍ତି। ଏହା ତାଙ୍କର ପିଲାଳିଆମି। ଏହା କେବେ ସମ୍ଭବ ନୁହେଁ।” ସେ କହିଛନ୍ତି,“ଈଶ୍ୱରଙ୍କ କୃପା ଓ ବାପା-ମାଆଙ୍କ ଆର୍ଶୀବାଦ ଓ ଦର୍ଶକଙ୍କ ଭଲ ପାଇବା ପାଇଁ ମୁଁ ଏହି ସ୍ଥାନରେ ପହଞ୍ଚି ପାରିଛି।’’ ସେ କହିଛନ୍ତି,“ଉରୀରେ ଆତଙ୍କବାଦୀ ଆକ୍ରମଣରେ ସହିଦ ହୋଇଥିବା ଯବାନଙ୍କୁ […]

amitav

Rakesh Mallick
  • Published: Tuesday, 11 October 2016
  • , Updated: 11 October 2016, 03:35 PM IST

ନୂଆଦିଲ୍ଲୀ: ବିଗ ବି ଅମିତାଭ ବଚ୍ଚନ ତାଙ୍କ ୭୪ତମ ଜନ୍ମଦିନ ଅବସରରେ ସେ ରାଷ୍ଟ୍ରପତି ହେବାକୁ ଚାହୁଁନାହାନ୍ତି ବୋଲି କହିଛନ୍ତି।  ଗଣମାଧ୍ୟମର ଏକ ପ୍ରଶ୍ନ ଉତ୍ତର କାର୍ଯ୍ୟକ୍ରମରେ ସେ କହିଛନ୍ତି,“ଶତ୍ରୃଘ୍ନ ବାବୁ ମଜା କରୁଛନ୍ତି। ଏହା ତାଙ୍କର ପିଲାଳିଆମି। ଏହା କେବେ ସମ୍ଭବ ନୁହେଁ।”

ସେ କହିଛନ୍ତି,“ଈଶ୍ୱରଙ୍କ କୃପା ଓ ବାପା-ମାଆଙ୍କ ଆର୍ଶୀବାଦ ଓ ଦର୍ଶକଙ୍କ ଭଲ ପାଇବା ପାଇଁ ମୁଁ ଏହି ସ୍ଥାନରେ ପହଞ୍ଚି ପାରିଛି।’’

ସେ କହିଛନ୍ତି,“ଉରୀରେ ଆତଙ୍କବାଦୀ ଆକ୍ରମଣରେ ସହିଦ ହୋଇଥିବା ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ପାଇଁ ଗୀତ ଗାଇବାରେ ମୁଁ କୌଣସି କଣ୍ଟ୍ରାକ୍ଟ ସାଇନ କରି ନାହିଁ।”

ପାକିସ୍ତାନ କଳାକାରଙ୍କୁ  ଭାରତରେ ବ୍ୟାନ କରାଯିବା ନେଇ ହେଉଥିବା ଦାବି ନେଇ ଅମିତାଭ କହିଛନ୍ତି, “ମୋତେ ଲାଗୁନାହିଁ ଏହି ବିଷୟରେ କଥା ହେବା ପାଇଁ ଏହା ଠିକ୍‌ ସମୟ। ଭାରତ ସୀମାରେ ଘଟୁଥିବା ଘଟଣାପାଇଁ ଦେଶବାସୀ ଦୁଃଖିତ। ଏହି ସମୟରେ ଆମ ସେହି ବୀର ଯବାନଙ୍କ ସାଙ୍ଗରେ ଠିଆ ହେବା ଆବଶ୍ୟକ। ଆମର ସୁରକ୍ଷା ପାଇଁ ସେମାନେ ନିଜ ଜୀବନ ଉତ୍ସର୍ଗ କରୁଛନ୍ତି।”

 

 

Related story