ନୂଆଦିଲ୍ଲୀ: ୨୦୧୨ ଦିଲ୍ଲୀ ଦୁଷ୍କର୍ମ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ପବନ ଗୁପ୍ତାର ରାଜକ୍ଷମା ଆବେଦନ ରାଷ୍ଟ୍ରପତି ରାମନାଥ କୋବିନ୍ଦ ବୁଧବାର ଖାରଜ କରିଛନ୍ତି। ଦିଲ୍ଲୀ ସରକାର ପବନର ରାଜକ୍ଷମା ଆବେଦନ ଖାରଜ କରିବା ପାଇଁ ପୂର୍ବରୁ ରାଷ୍ଟ୍ରପତିଙ୍କୁ ପ୍ରସ୍ତାବ ଦେଇଥିଲେ।
ଦିଲ୍ଲୀର ଜଣେ ୨୩ ବର୍ଷୀୟ ଡାକ୍ତରୀ ଛାତ୍ରଙ୍କୁ ଗଣଦୁଷ୍କର୍ମ ଓ ହତ୍ୟା ଘଟଣାରେ ୪ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ପବନ ପୂର୍ବରୁ ଅନ୍ୟ ୩ ଦୋଷୀ ମଧ୍ୟ ରାଜକ୍ଷମା ଆବେଦନ କରିଥିଲେ। ହେଲେ ରାଷ୍ଟ୍ରପତି ସମସ୍ତଙ୍କ ଆବେଦନକୁ ଖାରଜ କରି ଦେଇଛନ୍ତି। ଏବେ ୪ ଦୋଷୀଙ୍କ ଫାଶୀ ସମ୍ଭାବନା ଅଧିକ ହୋଇଯାଇଛି। ହେଲେ ନୂଆ ଡେଥ୍ ଓ୍ୱାରେଣ୍ଟ ଜାରି ହେବା ପରେ ଫାଶୀ ତାରିଖ ବାବଦରେ ସୂଚନା ମିଳିବ।
ପବନ ଗୁପ୍ତା ଓ ଅନ୍ୟ ତିନି ଜଣ ଦୋଷୀ ମାର୍ଚ୍ଚ ୩ ରେ ଦିଲ୍ଲୀର ତିହାର ଜେଲରେ ଫାଶୀ ଖୁଣ୍ଟରେ ଝୁଲିବାର ଥିଲା। ହେଲେ ପବନ ମୃତ୍ୟୁ ଦଣ୍ଡକୁ ଆଜୀବନ କାରାଦଣ୍ଡରେ ପରିବର୍ତ୍ତନ କରାଯିବାକୁ କୋର୍ଟ ଅନୁରୋଧ କରିବା ପରେ ଫାଶୀକୁ ସ୍ଥଗିତ ରଖାଯାଇଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
National
ଏନ୍କାଉଣ୍ଟର, ଟଳିଲେ ୩ ନକ୍ସଲ
ଏହି ଏନକାଉଣ୍ଟରରେ DVCM ସ୍ତରର ନକ୍ସଲମାନଙ୍କୁ ହତ୍ୟା କରାଯାଇଥିବା ଖବର ରହିଛି।
National
କାଲିଠୁ ମହାକୁମ୍ଭ ମେଳା, ଜମିଲାଣି ସାଧୁ ସନ୍ଥଙ୍କ ଭିଡ଼
ଦେଶର ସମସ୍ତ ପ୍ରମୁଖ ଆଖଡ଼ାରୁ ସାଧୁ ସନ୍ଥ ପହଞ୍ଚି ସାରିଲେଣି। ଆସନ୍ତାକାଲି ପୌଷ ପୂର୍ଣ୍ଣିମା ଓ ମକର ସଂକ୍ରାନ୍ତି। ଏହି ଦୁଇ ଦିନ ହେବ ସାହି ସ୍ନାନ।
National
୨୦ରେ ଟ୍ରମ୍ପଙ୍କ ଶପଥ, ଯୋଗ ଦେବେ ଜୟଶଙ୍କର
ଟ୍ରମ୍ପଙ୍କ ଶପଥ ସମାରୋହରେ ଭାରତ ପକ୍ଷରୁ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍. ଜୟଶଙ୍କର ଅଂଶଗ୍ରହଣ କରିବେ।
National
ରାତି ସାରା ଷ୍ଟୋଭ୍ରେ ବସିଥିଲା ଛୋଲେ, ସକାଳୁ ଚାଲିଗଲା ଦୁଇ ଜୀବନ
ଶ୍ୱାସରୁଦ୍ଧ ହୋଇ ଦୁଇ ଯୁବକଙ୍କ ମୃତ୍ୟୁ ହୋଇଥିବା କୁହାଯାଉଛି।
Science & Environment
ସ୍ପେସ ଡକିଂ କ୍ଷେତ୍ରରେ ଇତିହାସ ରଚିବ ଇସ୍ରୋ, ୩ ମିଟର ଟ୍ରାଏଲ୍ ସଫଳ
ରାତି ୨ଟା ବେଳେ ୨ଟି ଉପଗ୍ରହ ମଧ୍ୟରେ ଦୂରତା ୧୦୫ ମିଟର ଥିଲା।