ଜେଟଲୀଙ୍କ ସ୍ୱାସ୍ଥ୍ୟାବସ୍ଥା ବୁଝିବା ପାଇଁ ଏମ୍ସ ଗଲେ ରାଷ୍ଟ୍ରପତି

ନୂଆଦିଲ୍ଲୀ: ରାଷ୍ଟ୍ରପତି ରାମନାଥ କୋବିନ୍ଦ ଆଜି ଦିଲ୍ଲୀ ସ୍ଥିତ ଏମ୍ସ ଯାଇ ବରିଷ୍ଠ ବିଜେପି ନେତା ଓ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଅରୁଣ ଜେଟଲୀ(୬୬)ଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଛନ୍ତି। ଗତ ସପ୍ତାହରୁ ଜେଟଲୀ ଏମ୍ସରେ ଭର୍ତ୍ତି ହୋଇଛନ୍ତି। ନିଃଶ୍ୱାସ-ପ୍ରଶ୍ୱାସ ନେବାରେ ଅସୁବିଧା ଅନୁଭବ କରିବାରୁ ଜେଟଲୀ ଏମ୍ସରେ ଭର୍ତ୍ତି ହୋଇଥିଲେ। ଜେଟଲୀଙ୍କ ଅବସ୍ଥା ଗତ ଶୁକ୍ରବାର ଅତ୍ୟନ୍ତ ସଙ୍କଟାପନ୍ନ ରହିଥିଲା। କିନ୍ତୁ ଶନିବାର ଠାରୁ ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଧୀରେ ଧୀରେ ସୁଧାର ଆସୁଛି। ଏବେ ତାଙ୍କ ହାର୍ଟ ଠିକରେ […]

Subhransu Sekhar
  • Published: Friday, 16 August 2019
  • , Updated: 16 August 2019, 02:45 PM IST

ନୂଆଦିଲ୍ଲୀ: ରାଷ୍ଟ୍ରପତି ରାମନାଥ କୋବିନ୍ଦ ଆଜି ଦିଲ୍ଲୀ ସ୍ଥିତ ଏମ୍ସ ଯାଇ ବରିଷ୍ଠ ବିଜେପି ନେତା ଓ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଅରୁଣ ଜେଟଲୀ(୬୬)ଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଛନ୍ତି। ଗତ ସପ୍ତାହରୁ ଜେଟଲୀ ଏମ୍ସରେ ଭର୍ତ୍ତି ହୋଇଛନ୍ତି। ନିଃଶ୍ୱାସ-ପ୍ରଶ୍ୱାସ ନେବାରେ ଅସୁବିଧା ଅନୁଭବ କରିବାରୁ ଜେଟଲୀ ଏମ୍ସରେ ଭର୍ତ୍ତି ହୋଇଥିଲେ।

ଜେଟଲୀଙ୍କ ଅବସ୍ଥା ଗତ ଶୁକ୍ରବାର ଅତ୍ୟନ୍ତ ସଙ୍କଟାପନ୍ନ ରହିଥିଲା। କିନ୍ତୁ ଶନିବାର ଠାରୁ ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଧୀରେ ଧୀରେ ସୁଧାର ଆସୁଛି। ଏବେ ତାଙ୍କ ହାର୍ଟ ଠିକରେ କାମ କରିବା ଆରମ୍ଭ କରିଛି ଏବଂ ରକ୍ତ ସଞ୍ଚାଳନ ମଧ୍ୟ ସ୍ୱାଭାବିକ ରହିଛି। ଏବେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଉପରେ ଏଣ୍ଡୋକ୍ରିନୋଲଜି, ନେଫ୍ରୋଲଜି ଓ କାର୍ଡିୟୋଲୋଜି ବିଭାଗର ଏକ ମିଳିତ ଟିମ୍ ନଜର ରଖିଛି।

 

ରାଷ୍ଟ୍ରପତିଙ୍କ ପୂର୍ବରୁ ଉପ ରାଷ୍ଟ୍ରପତି ଭେଙ୍କେୟା ନାଇଡୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହ ମନ୍ତ୍ରୀ ଅମିତ ଶାହଙ୍କ ସମେତ ଅନେକ ଦଳୀୟ ନେତା ଏମ୍ସ ଯାଇ ଜେଟଲୀଙ୍କ ସ୍ୱାସ୍ଥ୍ୟାବସ୍ଥା ବୁଝିଥିଲେ।

Related story