ଇଦ୍ ଅବସରରେ ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଆଜି ପବିତ୍ର ଇଦ୍-ଉଲ୍-ଜୁହା, ଇଦ୍-ଉଲ୍ ଆଧା ବା ବକ୍ରୀ ଇଦ । ସାରା ଦେଶରେ ଏହି ପର୍ବ ଧୁମଧାମରେ ପାଳନ ହେଉଛି। ରାଷ୍ଟ୍ରପତି ରାମନାଥ କୋବିନ୍ଦ, ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କଂଗ୍ରେସ ନେତା ରାହୁଲ ଗାନ୍ଧି ଦେଶବାସୀଙ୍କୁ ଇଦ୍-ଉଲ୍-ଆଦହା ଅବସରରେ ଶୁଭେଚ୍ଛା ଜଣାଇଛନ୍ତି। ଏହି ପର୍ବ ବଳିଦାନର ପର୍ବ। ରାଷ୍ଟ୍ରପତି ରାମନାଥ କୋବିନ୍ଦ ଟୁଇଟ୍ କରି ଇଦ୍-ଉଲ୍-ଜୁହା ଅବସରରେ ଦେଶବାସୀଙ୍କୁ ବିଶେଷ ଭାବରେ ମୁସଲିମ୍ ଭାଇ-ଉଭଣୀ ମାନଙ୍କୁ ଶୁଭେଛା ଜଣାଇଛନ୍ତି। […]

EID ADHA

Subhransu Sekhar
  • Published: Monday, 12 August 2019
  • , Updated: 12 August 2019, 12:16 PM IST

ନୂଆଦିଲ୍ଲୀ: ଆଜି ପବିତ୍ର ଇଦ୍-ଉଲ୍-ଜୁହା, ଇଦ୍-ଉଲ୍ ଆଧା ବା ବକ୍ରୀ ଇଦ । ସାରା ଦେଶରେ ଏହି ପର୍ବ ଧୁମଧାମରେ ପାଳନ ହେଉଛି। ରାଷ୍ଟ୍ରପତି ରାମନାଥ କୋବିନ୍ଦ, ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କଂଗ୍ରେସ ନେତା ରାହୁଲ ଗାନ୍ଧି ଦେଶବାସୀଙ୍କୁ ଇଦ୍-ଉଲ୍-ଆଦହା ଅବସରରେ ଶୁଭେଚ୍ଛା ଜଣାଇଛନ୍ତି। ଏହି ପର୍ବ ବଳିଦାନର ପର୍ବ।

ରାଷ୍ଟ୍ରପତି ରାମନାଥ କୋବିନ୍ଦ ଟୁଇଟ୍ କରି ଇଦ୍-ଉଲ୍-ଜୁହା ଅବସରରେ ଦେଶବାସୀଙ୍କୁ ବିଶେଷ ଭାବରେ ମୁସଲିମ୍ ଭାଇ-ଉଭଣୀ ମାନଙ୍କୁ ଶୁଭେଛା ଜଣାଇଛନ୍ତି। ଇଦ୍-ଉଲ୍-ଆଧା ପ୍ରେମ, ଭାଇଚାରା ଏବଂ ମାନବ ସେବାର ପ୍ରତୀକ ବୋଲି ବୋଲି ରାଷ୍ଟ୍ରପତି କହିଛନ୍ତି।

https://twitter.com/rashtrapatibhvn/status/1160741124111130624

https://twitter.com/narendramodi/status/1160743356974030849

ସେହିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଇଦ୍-ଉଲ୍-ଜୁହା ଅବସରରେ ଟୁଇଟ କରି ଶୁଭେଚ୍ଛା ଜଣାଇଛନ୍ତି। ଏହି ପର୍ବ ଆମ ସମାଜରେ ଶାନ୍ତି ଏବଂ ଖୁସି ଆଣିଦେବ ବୋଲି ସେ ଆଶା ରଖିଛନ୍ତି। ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ ମଧ୍ୟ ଟୁଇଟ କରି କହିଛନ୍ତି ଏହି ପର୍ବ ଭାଇଚାରା, ପ୍ରେମ ଏବଂ ଏକତାତୁ ଆଗକୁ ବଢ଼ାଇବ।

ରାହୁଲ ଗାନ୍ଧି ମଧ୍ୟ ଟୁଇଟ କରି ଦେଶବାସୀଙ୍କୁ ଏହି ଅବସରରେ ଶୁଭେଚ୍ଛା ଜଣାଇଛନ୍ତି।

Related story