ରାହୁଲଙ୍କୁ ପ୍ରଶଂସାରେ ପୋତି ପକାଇଲେ ପ୍ରିୟଙ୍କା

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ଫଳାଫଳରେ କଂଗ୍ରେସ ଅଧ୍ୟକ୍ଷ ପଦରୁ ରାହୁଲ ଗାନ୍ଧିଙ୍କ ଇସ୍ତଫା ଦେବା ଘଟଣାକୁ ନେଇ ଲାଗି ରହିଥିବା ଦ୍ୱନ୍ଦ୍ୱ ଶେଷରେ ଦୂର ହୋଇଛି। ଗତକାଲି ରାହୁଲ ଗାନ୍ଧି କଂଗ୍ରେସର ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଥିବା କଥା ଟ୍ୱିଟ୍‌ରରେ ଉଲ୍ଲେଖ କରିଥିଲେ। ଆଜି ରାହୁଲଙ୍କୁ ତାଙ୍କ ଭଉଣୀ ପ୍ରିୟଙ୍କା ଗାନ୍ଧି ଭଦ୍ରା ପ୍ରଶଂସାରେ ପୋତି ପକାଇଛନ୍ତି। ରାହୁଲ ଯେଉଁଭଳି କଂଗ୍ରେସର ପରାଜୟ ପାଇଁ ନିଜକୁ ଦାୟୀ କରି ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଲେ, ଏଭଳି ସାହାସକୁ […]

ss

Hemant Lenka
  • Published: Thursday, 04 July 2019
  • , Updated: 04 July 2019, 01:24 PM IST

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ଫଳାଫଳରେ କଂଗ୍ରେସ ଅଧ୍ୟକ୍ଷ ପଦରୁ ରାହୁଲ ଗାନ୍ଧିଙ୍କ ଇସ୍ତଫା ଦେବା ଘଟଣାକୁ ନେଇ ଲାଗି ରହିଥିବା ଦ୍ୱନ୍ଦ୍ୱ ଶେଷରେ ଦୂର ହୋଇଛି। ଗତକାଲି ରାହୁଲ ଗାନ୍ଧି କଂଗ୍ରେସର ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଥିବା କଥା ଟ୍ୱିଟ୍‌ରରେ ଉଲ୍ଲେଖ କରିଥିଲେ।

ଆଜି ରାହୁଲଙ୍କୁ ତାଙ୍କ ଭଉଣୀ ପ୍ରିୟଙ୍କା ଗାନ୍ଧି ଭଦ୍ରା ପ୍ରଶଂସାରେ ପୋତି ପକାଇଛନ୍ତି। ରାହୁଲ ଯେଉଁଭଳି କଂଗ୍ରେସର ପରାଜୟ ପାଇଁ ନିଜକୁ ଦାୟୀ କରି ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଲେ, ଏଭଳି ସାହାସକୁ ପ୍ରିୟଙ୍କା ସାଲ୍ୟୁଟ କରିଛନ୍ତି।

ସେ କହିଛନ୍ତି, “ତୁମେ(ରାହୁଲ) ଯେଉଁ ଭଳି ସାହାସ ଦେଖାଇଛ, ତାହା ବହୁତ କମ୍‌ ଲୋକ କରିପାରିବେ। ତୁମେ ଯେଉଁ ନିଷ୍ପତ୍ତି ନେଇଛ, ତାକୁ ମୁଁ  ଗଭୀର ଭାବେ ସମ୍ମାନ ଜଣାଉଛି।”
ରାହୁଲ ଗାନ୍ଧି ଗତକାଲି ଟ୍ୱିଟର ଜରିଆରେ ନିଜାର ଇସ୍ତଫାପତ୍ର ସାର୍ବଜନୀନ କରିଥିଲେ। ଏଥିରେ ସେ ବିଜେପି ସହ ଲଢ଼େଇ କରିବାକୁ ହେଲେ କଂଗ୍ରେସରେ ବ୍ୟାପକ ପରିବର୍ତ୍ତନ କରିବାକୁ ପଡ଼ିବ ବୋଲି କହିଥିଲେ।

ଏଥିସହ ସେ ଏକାକୀ ବିଜେପି, ଆରଏସ୍‌ଏସ୍‌ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଲଢ଼େଇ କରୁଥିଲେ ଏବଂ ଆଗକୁ ଏ ଲଢ଼େଇ ଜାରି ରହିବ ବୋଲି ମଧ୍ୟ କହିଥିଲେ।

Related story