ପ୍ରିୟଙ୍କାଙ୍କୁ ରାଜନୀତିକୁ ଆଣିବାକୁ ରାଜସ୍ଥାନ କଂଗ୍ରେସ କର୍ମୀଙ୍କ ଦାବି

ଜୟପୁର: କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କ ଝିଅ ପ୍ରିୟଙ୍କାଙ୍କୁ ରାଜନୀତିକୁ ଆଣିବାକୁ ଦାବି ଜୋର ଧରିଲାଣି। ପ୍ରଥମେ କେବଳ ଉତ୍ତର ପ୍ରଦେଶ ଓ ଦିଲ୍ଲୀ ଭିତରେ ସୀମିତ ଥିବା ଏ ଦାବି ଏବେ ରାଜସ୍ଥାନକୁ ବ୍ୟାପିଛି। ପ୍ରିୟଙ୍କାଙ୍କୁ ରାଜନୀତିକୁ ଆଣିବାକୁ ଦାବି କରିଛନ୍ତି ରାଜସ୍ଥାନର କଂଗ୍ରେସ କର୍ମୀ। ଏ ଦାବି ନେଇ ସେମାନେ ପ୍ରଦେଶ କଂଗ୍ରେସ କମିଟିର କାର୍ଯ୍ୟାଳୟ ସମ୍ମୁଖରେ ପୋଷ୍ଟର ମଧ୍ୟ ଲଗାଇଛନ୍ତି। ପ୍ରିୟଙ୍କାଙ୍କୁ ରାଜନୀତିକୁ ଆଣିବା ନେଇ ରାଜସ୍ଥାନରେ ଏଭଳି ଦାବି ପୂର୍ବରୁ କେବେ […]

priyanka

Rakesh Mallick
  • Published: Tuesday, 14 June 2016
  • , Updated: 14 June 2016, 12:21 PM IST

ଜୟପୁର: କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କ ଝିଅ ପ୍ରିୟଙ୍କାଙ୍କୁ ରାଜନୀତିକୁ ଆଣିବାକୁ ଦାବି ଜୋର ଧରିଲାଣି। ପ୍ରଥମେ କେବଳ ଉତ୍ତର ପ୍ରଦେଶ ଓ ଦିଲ୍ଲୀ ଭିତରେ ସୀମିତ ଥିବା ଏ ଦାବି ଏବେ ରାଜସ୍ଥାନକୁ ବ୍ୟାପିଛି। ପ୍ରିୟଙ୍କାଙ୍କୁ ରାଜନୀତିକୁ ଆଣିବାକୁ ଦାବି କରିଛନ୍ତି ରାଜସ୍ଥାନର କଂଗ୍ରେସ କର୍ମୀ। ଏ ଦାବି ନେଇ ସେମାନେ ପ୍ରଦେଶ କଂଗ୍ରେସ କମିଟିର କାର୍ଯ୍ୟାଳୟ ସମ୍ମୁଖରେ ପୋଷ୍ଟର ମଧ୍ୟ ଲଗାଇଛନ୍ତି। ପ୍ରିୟଙ୍କାଙ୍କୁ ରାଜନୀତିକୁ ଆଣିବା ନେଇ ରାଜସ୍ଥାନରେ ଏଭଳି ଦାବି ପୂର୍ବରୁ କେବେ ହୋଇ ନ ଥିଲା। ପୋଷ୍ଟରରେ ପ୍ରିୟଙ୍କାଙ୍କୁ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ସହିତ ତୁଳନା କରାଯାଇଛି। ପୋଷ୍ଟରରେ ଲେଖାଯାଇଛି,“ସତରେ ତୁମ ଭିତରେ ଇନ୍ଦିରା ଦେଖାଯାଉଛନ୍ତି।”

Related story