ନୁଆଦିଲ୍ଲୀ: ଦିନକୁ ଦିନ ମୋଟରସାଇକେଲ୍ ବଜାରର ଟ୍ରେଣ୍ଡ ବଦଳୁଛି। ଗ୍ରାହକଙ୍କ ମନଜାଣି କମ୍ପାନୀଗୁଡ଼ିକ ମଧ୍ୟ ନୂଆ ନୂଆ ମଡେଲର ବାଇକ୍ ବଜାରକୁ ଛାଡ଼ି ଭଲ ବ୍ୟବାସୟ ମଧ୍ୟ କରୁଛନ୍ତି। ସେହିଭଳି କେତେକ ବାଇକ୍ ଭାରତୀୟ ବଜାରରୁ ଉଭାନ ହୋଇଗଲାଣି। କାରଣ ହେଉଛି ବିକ୍ରି ସଂଖ୍ୟାରେ ହ୍ରାସ, ବଦଳୁଥିବା ଟେକ୍ନୋଲୋଜି ଓ ବ୍ୟବସାସିକ ପ୍ରତିଯୋଗିତା ଯୋଗୁଁ କମ୍ପାନୀ ଏହି ବାଇକ୍ଗୁଡ଼ିକର ତିଆରି କରିବା ବନ୍ଦ କରିଦେଇଛି। ହିରୋ ମୋଟରକର୍ପ ଓ ହୋଣ୍ଡା ଭଳି କମ୍ପାନୀ କେତେକ ବଚ୍ଛା ବଚ୍ଛା ମଡେଲକୁ ବନ୍ଦ କରିଦେବା ସହିତ ୱେବସାଇଟ୍ରୁ ହଟାଇ ଦେଇଛି। ତେବେ ଆସନ୍ତୁ ଜାଣି କେଉଁ ସବୁ ବାଇକ୍ ତିଆରି ବନ୍ଦ ହୋଇଛି।
ହିରୋ ହଙ୍କ: ହିରୋ ମୋଟକର୍ପ କମ୍ପାନୀ ‘ହିରୋ ହଙ୍କ’ ବାଇକ୍କୁ ନିଜର ୱେବ୍ସାଇଟ୍ ପ୍ରଡକ୍ଟ ଲିଷ୍ଟରୁ ହଟାଇ ଦେଇଛି। ଭଲ ବିକ୍ରି ନ ହେବାରୁ କମ୍ପାନୀ ଏହାକୁ ବନ୍ଦ କରିଦେଇଛି।
ହିରୋ ଏକ୍ସଟ୍ରିମ୍: ୱେବ୍ସାଇଟ୍ ପ୍ରଡକ୍ଟ ଲିଷ୍ଟରେ ଏହି ବାଇକ୍ ରହିଥିଲେ ମଧ୍ୟ କମ୍ପାନୀ ଏହାର ପ୍ରଡକ୍ଚ ବନ୍ଦ କରିଦେଇଛି। ଏଥିରେ ହୋଣ୍ଡା କମ୍ପାନୀର ପୁରୁଣା ଇଞ୍ଜିନ ଲାଗିଥିବାରୁ ଏହାକୁ ବଦଳାଇ ମଡେଲ ବନ୍ଦ କରିଦେଇଛି କମ୍ପାନୀ।
ହିରୋ ଗ୍ଲାମର୍ ଏଫ୍ଆଇ: ଭଲ ବିକ୍ରି ନ ହେବା ଯୋଗୁଁ କମ୍ପାନୀ ଗ୍ଲାମର ଏଫ୍ଆଇ ବାଇକ୍ର ପ୍ରଡକ୍ଟ ବନ୍ଦ କରିଦେଇଛି।
ହିରୋ ଇଗ୍ନାଇଟର୍: ହିରୋ ମୋଟକର୍ପ କମ୍ପାନୀ ‘ଇଗ୍ନାଇଟର୍’କୁ ବନ୍ଦ କରିଦେଇଛି।
ହିରୋ HF Dawn: ବିକ୍ରି ଭଲ ନ ହେବାରୁ କମ୍ପାନୀ ଏହି ବାଇକ୍ର ତିଆରି ବନ୍ଦ କରିଦେଇଛି। ବଦଳରେ ଏଚ୍ଏଫ୍ ଡିଲକ୍ସ ଓ ଏଚ୍ଏପ୍ ଡିଲକ୍ସ ଇକୋ ବାଇକ ବିକ୍ରି କରୁଛି।
ୟାମାହା R3: ଏହି ବାଇକ୍ର ଏବିଏସ୍ ନ ଥିବାରୁ ଓ ଏହାର ମୂଲ୍ୟ ଅଧିକ ହୋଇଥିବାରୁ ଭଲ ବ୍ୟବାସାୟ ହେଲା ନାହିଁ। ତେଣୁ କମ୍ପାନୀ ୟାମାହା R3 ପ୍ରଡକ୍ଟ ବନ୍ଦ କରିଦେଇଛି।
ହୋଣ୍ଡା CBR250R: ବିକ୍ରି ଭଲ ନ ହେବାରୁ କମ୍ପାନୀ ଏହି ବାଇକ ବନ୍ଦ କରିଦେଇଛି।
ହୋଣ୍ଡା CBR150R: ଏହି ବାଇକ୍ଟି ମଧ୍ୟ ୨୦୧୭ରେ ବନ୍ଦ ହୋଇଯାଇଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।