ନୂଆ ଶିକ୍ଷାନୀତିରେ ହିନ୍ଦୀ ଭାଷା ଲଦିଦିଆଯିବାକୁ ତୀବ୍ର ବିରୋଧ, ତେଜିଲା ଆନ୍ଦୋଳନ

ଚେନ୍ନାଇ: ଜାତୀୟ ଶିକ୍ଷାନୀତିରେ ସଂସ୍କାର ଓ ପରିବର୍ତ୍ତନ ଆଣିବା ପାଇଁ ଦିଆଯାଇଥିବା ପ୍ରସ୍ତାବଗୁଡ଼ିକର ଏକ ଡ୍ରାଫ୍ଟ ଆଜି କେନ୍ଦ୍ର ମାନବ ସମ୍ବଳ ମନ୍ତ୍ରୀଙ୍କୁ ଦିଆଯିବା ପରେ ଏଥିରେ ରହିଥିବା କିଛି ପ୍ରସ୍ତାବକୁ ନେଇ ବିବାଦ ଆରମ୍ଭ ହୋଇଛି। ବିଶେଷ କରି ବିଦ୍ୟାଳୟମାନଙ୍କରେ ହିନ୍ଦୀ ଭାଷାକୁ ବାଧ୍ୟତାମୂଳକ କରାଯିବା ନେଇ ରହିଥିବା ପ୍ରସ୍ତାବକୁ ସୋଶାଲ ମିଡିଆରେ ତୀବ୍ର ବିରୋଧ କରାଯାଇଥିବା ଦେଖିବାକୁ ମିଳିଛି। ଏପରି କରି ବିଭିନ୍ନ ଆଞ୍ଚଳିକ ଭାଷା ଉପରେ ହିନ୍ଦୀ ଭାଷାକୁ ଲଦିଦିଆଯାଉଛି ବୋଲି ଅଭିଯୋଗ […]

hindi

Subrat Kumar Nayak
  • Published: Saturday, 01 June 2019
  • , Updated: 01 June 2019, 08:50 PM IST

ଚେନ୍ନାଇ: ଜାତୀୟ ଶିକ୍ଷାନୀତିରେ ସଂସ୍କାର ଓ ପରିବର୍ତ୍ତନ ଆଣିବା ପାଇଁ ଦିଆଯାଇଥିବା ପ୍ରସ୍ତାବଗୁଡ଼ିକର ଏକ ଡ୍ରାଫ୍ଟ ଆଜି କେନ୍ଦ୍ର ମାନବ ସମ୍ବଳ ମନ୍ତ୍ରୀଙ୍କୁ ଦିଆଯିବା ପରେ ଏଥିରେ ରହିଥିବା କିଛି ପ୍ରସ୍ତାବକୁ ନେଇ ବିବାଦ ଆରମ୍ଭ ହୋଇଛି। ବିଶେଷ କରି ବିଦ୍ୟାଳୟମାନଙ୍କରେ ହିନ୍ଦୀ ଭାଷାକୁ ବାଧ୍ୟତାମୂଳକ କରାଯିବା ନେଇ ରହିଥିବା ପ୍ରସ୍ତାବକୁ ସୋଶାଲ ମିଡିଆରେ ତୀବ୍ର ବିରୋଧ କରାଯାଇଥିବା ଦେଖିବାକୁ ମିଳିଛି। ଏପରି କରି ବିଭିନ୍ନ ଆଞ୍ଚଳିକ ଭାଷା ଉପରେ ହିନ୍ଦୀ ଭାଷାକୁ ଲଦିଦିଆଯାଉଛି ବୋଲି ଅଭିଯୋଗ ଆସିଛି। ନୂଆ ସରକାର ଶପଥ ନେବା ପରେ ପୂର୍ବତନ ଇସ୍ରୋ ମୁଖ୍ୟ କ୍ରିଷ୍ଣାସ୍ୱାମୀ କସ୍ତୁରୀରଙ୍ଗନ୍‌ଙ୍କ ନେତୃତ୍ୱରେ ଗଠିତ ଏକ ପ୍ୟାନେଲ ଦ୍ୱାରା ପ୍ରସ୍ତୁତ ଏହି ଡ୍ରାଫ୍ଟ ଆଜି ସରକାରଙ୍କୁ ହସ୍ତାନ୍ତର କରାଯାଇଥିଲା।

ବିଶେଷ କରି ତାମିଲନାଡ଼ୁରେ ଭାଷା ପ୍ରସଙ୍ଗ ଦୀର୍ଘ ଦଶନ୍ଧି ଧରି ଚର୍ଚ୍ଚାରେ ରହିଛି। ଏହି ନୂତନ ଶିକ୍ଷାନୀତିରେ ସ୍କୁଲରେ ଅଷ୍ଟମ ଶ୍ରେଣୀ ଯାଏ ତ୍ରିଭାଷୀ ବ୍ୟବସ୍ଥା ଅର୍ଥାତ ମାତୃଭାଷା, ହିନ୍ଦୀ ଓ ଇଂରାଜୀ ଭାଷାକୁ ବାଧ୍ୟତାମୂଳକ କରିବାକୁ ସୁପାରିସ କରାଯାଇଛି। ପ୍ରାଥମିକ ଶିକ୍ଷା ସମୟରୁ ହିଁ ସେମାନଙ୍କୁ ତିନୋଟି ଭାଷା ଶିଖାଯିବ।

ଏହି ତ୍ରିଭାଷୀ ବ୍ୟବସ୍ଥାକୁ ଲାଗୁ କରିବାର ଅର୍ଥ ହିନ୍ଦୀ ଭାଷାକୁ ଜୋର ଜବରଦସ୍ତ ଦକ୍ଷିଣ ଭାରତ ଉପରେ ଲଦି ଦିଆଯିବାର ଏକ ପ୍ରୟାସ ବୋଲି ବହୁ ଲୋକ ଅଭିଯୋଗ କରିଛନ୍ତି। ସେମାନେ ବର୍ତ୍ତମାନ ସୋଶାଲ ମିଡିଆରେ ଦୁଇଟି ହ୍ୟାଶ୍‌ଟ୍ୟାଗ୍‌ ସହାୟତାରେ ଏକ କ୍ୟାମ୍ପେନ୍‌ ଚଲାଇଛନ୍ତି। #StopHindiImposition ଏବଂ #TNAgainstHindiImposition ହ୍ୟାଶ୍‌ଟ୍ୟାଗ୍‌ ଆଜି ଟ୍ୱିଟରରେ ବେଶ୍‌ କିଛି ସମୟ ପାଇଁ ଟ୍ରେଣ୍ଡ କରୁଥିଲା। ସନ୍ଧ୍ୟା ସୁଦ୍ଧା ଲକ୍ଷ ଲକ୍ଷ ଲୋକ ଏହି ହ୍ୟାଶ୍‌ ଟ୍ୟାଗ୍‌ ଦେଇ ଟ୍ୱିଟ୍‌ କରିଛନ୍ତି।

ଡିଏମ୍‌କେ ଅଧ୍ୟକ୍ଷ ଏମ୍‌କେ ଷ୍ଟାଲିନ୍‌ କହିଛନ୍ତି, "ମୁଁ ବିଜେପିକୁ ଚେତାବନୀ ଦେଉଛି, ଏଭଳି ପଦକ୍ଷେପ ନେଲେ ତାଙ୍କ ପାଇଁ ମହଙ୍ଗା ପଡ଼ିବ। ଏଏମ୍‌ଏମ୍‌କେ ନେତା ଟିଟିଭି ଦିନାକରନ୍‌ କହିଛନ୍ତି, ଅଣହିନ୍ଦୀ ଭାଷୀ ରାଜ୍ୟଗୁଡ଼ିକରେ ହିନ୍ଦୀ ଭାଷାକୁ ଲଦିବା ଭାରତର ବିବିଧତାକୁ ନଷ୍ଟ କରିବ। ଏହାଫଳରେ ଅଣହିନ୍ଦୀଭାଷୀ ଲୋକେ ନିଜକୁ ଦ୍ୱିତୀୟ ଶ୍ରେଣୀର ନାଗରିକ ମନେ କରିବେ।

Related story