ସରକାର ସବ୍‌ସିଡିରେ ବିକିବେ ଅଣ୍ଡା, ମାଛ ଏବଂ ମାଂସ!

ନୂଆଦିଲ୍ଲୀ: ଭାରତ ସରକାରଙ୍କ ଥିଙ୍କଟ୍ୟାଙ୍କ ନୀତି ଆୟୋଗ ଯୋଜନା କରିଛନ୍ତି ସବ୍‌ସିଡିରେ ଅଣ୍ଡା, ମାଛ, କୁକୁଡ଼ା ମାଂସ ଏବଂ ମଟନ୍‌ ଆଦି ବିକ୍ରି କରାଯିବ। ଅପପୁଷ୍ଟିର ମାତ୍ରାକୁ ନିୟନ୍ତ୍ରଣକୁ ଆଣିବା ପାଇଁ ଏବଂ ପ୍ରୋଟିନ୍‌ଯୁକ୍ତ ଖାଦ୍ୟ ସହଜରେ ଉପଲବ୍ଧ କରାଇବା ପାଇଁ ଏପରି କରାଯିବ ବୋଲି କୁହାଯାଉଛି। ନୀତି ଆୟୋଗ ଏବେ ଏକ ଏଭଳି ପ୍ରସ୍ତାବ ଆଣିବାକୁ ଯାଉଛି ଯେଉଁଥିରେ ଭାରତର ଅପପୁଷ୍ଟି ସ୍ଥିତିରେ ପରିବର୍ତ୍ତନ ଆସିପାରିବ। ଏଥିପାଇଁ ସରକାରୀ ଭାବେ ପ୍ରୋଟିନ୍‌ ଯୁକ୍ତ ଖାଦ୍ୟରେ ସବ୍‌ସିଡି […]

pds

Subrat Kumar Nayak
  • Published: Wednesday, 18 December 2019
  • , Updated: 18 December 2019, 06:06 PM IST

ନୂଆଦିଲ୍ଲୀ: ଭାରତ ସରକାରଙ୍କ ଥିଙ୍କଟ୍ୟାଙ୍କ ନୀତି ଆୟୋଗ ଯୋଜନା କରିଛନ୍ତି ସବ୍‌ସିଡିରେ ଅଣ୍ଡା, ମାଛ, କୁକୁଡ଼ା ମାଂସ ଏବଂ ମଟନ୍‌ ଆଦି ବିକ୍ରି କରାଯିବ। ଅପପୁଷ୍ଟିର ମାତ୍ରାକୁ ନିୟନ୍ତ୍ରଣକୁ ଆଣିବା ପାଇଁ ଏବଂ ପ୍ରୋଟିନ୍‌ଯୁକ୍ତ ଖାଦ୍ୟ ସହଜରେ ଉପଲବ୍ଧ କରାଇବା ପାଇଁ ଏପରି କରାଯିବ ବୋଲି କୁହାଯାଉଛି।

ନୀତି ଆୟୋଗ ଏବେ ଏକ ଏଭଳି ପ୍ରସ୍ତାବ ଆଣିବାକୁ ଯାଉଛି ଯେଉଁଥିରେ ଭାରତର ଅପପୁଷ୍ଟି ସ୍ଥିତିରେ ପରିବର୍ତ୍ତନ ଆସିପାରିବ। ଏଥିପାଇଁ ସରକାରୀ ଭାବେ ପ୍ରୋଟିନ୍‌ ଯୁକ୍ତ ଖାଦ୍ୟରେ ସବ୍‌ସିଡି ବ୍ରବସ୍ଥା ରହିବ। ସାଧାରଣ ବଣ୍ଟନ ବ୍ୟବସ୍ଥାରେ ଅଣ୍ଡା, ମାଛ, କୁକୁଡ଼ା ମାଂସ ଏବଂ ମଟନ୍‌ ଆଦି ଉପଲବ୍ଧ କରାଇବା ଏହି ଯୋଜନାରେ ରହିଛି। ଏହା ନୀତି ଆୟୋଗର ୧୫ ବର୍ଷିଆ ଭିଜନ୍‌ ଡକ୍ୟୁମେଣ୍ଟରେ ସ୍ଥାନ ପାଇବ ବୋଲି କୁହାଯାଉଛି। ଆସନ୍ତା ବର୍ଷ ଆରମ୍ଭରେ ଏହା ବିଧିବଦ୍ଧ ଭାବେ ଆସିବାକୁ ଥିବାବେଳେ ୨୦୨୦ ମସିହା ଏପ୍ରିଲ ୧ରୁ ଲାଗୁ ହେବ ବୋଲି କୁହାଯାଉଛି।

ବର୍ତ୍ତମାନ ନୀତି ଆୟୋଗ ଅଧିକାରୀମାନେ ଚିନ୍ତା କରୁଛନ୍ତି ସାଧାରଣ ଆବଣ୍ଟନ ବ୍ୟବସ୍ଥାରେ କେବଳ ଗୋଟିଏ ଉତ୍ପାଦ ଯୋଡ଼ିବେ ନା ଅଧିକ ଯୋଡ଼ିବେ। ଯଦି ଏହା ଲାଗୁ ହୁଏ ନୂଆ ପ୍ରୋଟିନ୍‌ଯୁକ୍ତ ଖାଦ୍ୟ ଉତ୍ପାଦ ସବୁ ବର୍ତ୍ତମାନର ଗହମ ଓ ଚାଉଳ ଆଦି ସହ ବିକ୍ରି ହେବ।

ନୀତି ଆୟୋଗ ସଦସ୍ୟ ରମେଶ ଚନ୍ଦ୍ର ଚାନ୍ଦ କହିବା ଅନୁଯାୟୀ, ଆୟ ବଢ଼ିବା ସହ ପୁଷ୍ଟିକର ଖାଦ୍ୟ ମଧ୍ୟ ଖାଇବା ଦରକାର ଏବଂ ଏହା ଖାଇବାରେ ସାମିଲ ହେଉଥିବା ନେଇ ଦୃଷ୍ଟି ରଖାଯିବା ଦରକାର। କିନ୍ତୁ ଦୁର୍ଭାଗ୍ୟଜନକ ବିଷୟ ହେଉଛି ଭାରତର ଖାଦ୍ୟ ବ୍ୟବସ୍ଥା ଅସ୍ୱାସ୍ଥ୍ୟକର ହେବାରେ ଲାଗିଛି। କାରଣ ଭାରତୀୟମାନେ ବର୍ତ୍ତମାନ ତେଲିଆ, ମିଠା ଏବଂ ମସଲାଯୁକ୍ତ ଖାଦ୍ୟ ପସନ୍ଦ କରୁଛନ୍ତି। ଭିଜନ୍‌ ଡକ୍ୟୁମେଣ୍ଟରେ ପ୍ରୋଟିନ୍‌ଯୁକ୍ତ ଖାଦ୍ୟକୁ ପ୍ରୋତ୍ସାହନ ପାଇଁ ଜନସଚେତନତା ସୃଷ୍ଟି କରାଯିବ।

ସୂଚନାଯୋଗ୍ୟ ଯେ, ଖାଦ୍ୟ ଶସ୍ୟ ଉତ୍ପାଦନରେ ଭାରତ ଆତ୍ମନିର୍ଭରଶୀଳ। ଏପରିକି କିଛି ଖାଦ୍ୟ କ୍ଷେତ୍ରରେ ପ୍ରମୁଖ ରପ୍ତାନୀକାରୀ। କିନ୍ତୁ ପୁଷ୍ଟି ଦୃଷ୍ଟିରୁ ଦେଖିଲେ ସମଗ୍ର ବିଶ୍ୱରେ ଏହା ବେଶ୍‌ ପଛୁଆ ରହିଛି। ଜାତିସଂଘର ତଥ୍ୟ ଅନୁଯାୟୀ, ୧୯୫ ମିଲିଅନ୍‌ ଭାରତୀୟ ଅପପୁଷ୍ଟିର ଶିକାର ହେଉଛନ୍ତି। ଅନ୍ୟପକ୍ଷରେ ୪୭ ମିଲିଅନ୍‌ ବା ୧୦ ଜଣରେ ୪ ଜଣ ଭାରତୀୟ ସମ୍ପୂର୍ଣ୍ଣ ମାନବିକ କ୍ଷମତା ପୂରଣ କରିପାରୁନାହାନ୍ତି। ତେବେ ବର୍ତ୍ତମାନ ଫୁଡ୍‌ ସବସିଡି ବିଲ୍‌ ଅଧିକ ରହିଥିବାରୁ ଏଭଳି ଦାମୀ ଖାଦ୍ୟ ସବୁ ଯୋଡ଼ିବା ଆର୍ଥିକ ଦୃଷ୍ଟିରୁ ବଡ଼ ବୋଝ ହେବ। ୨୦୧୯-୨୦ ଆର୍ଥିକ ବଷଁ ପାଇଁ ଏହି ବୋଝ ୧.୮୪ ଲକ୍ଷ କୋଟି ରହିଛି। ତେଣୁ ଏସବୁକୁ ଯୋଡ଼ିବାକୁ ହେଲେ ବର୍ତ୍ତମାନର ଫର୍ମାଟ୍‌ରେ ପରିବର୍ତ୍ତନ ଆଣିବାକୁ ହେବ। ଖାଦ୍ୟ ଦ୍ରବ୍ୟଗୁଡ଼ିକର ତର୍କସଙ୍ଗତ ସବସିଡି ରଖିବାକୁ ହେବ।

Related story