ପୁଣି କେଁ ପୂରାଇଲା ପାକିସ୍ତାନ; ସରତାଜ ଅଜିଜଙ୍କ ସହିତ ଆଲୋଚନା କରିବାକୁ ବିଚ୍ଛିନ୍ନତାବାଦୀଙ୍କୁ ଆମନ୍ତ୍ରଣ

ନୂଆଦିଲ୍ଲୀ: ଅଗଷ୍ଟ ୨୩ ତାରିଖରେ ପାକିସ୍ତାନର ଜାତୀୟ ସୁରକ୍ଷା ପରାମର୍ଶଦାତା ସରତାଜ ଅଜିଜ୍ ଭାରତ ଆସୁଛନ୍ତି। ଏହି ଗସ୍ତ ବେଳେ ସେ ଭାରତର ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲଙ୍କ ସହିତ ଦ୍ୱିପାକ୍ଷିକ ଆଲୋଚନାରେ ଭାଗ ନେବେ। ତେବେ ଏଥିରେ ବି କେଁ ପୂରାଇ ଦେଇଛନ୍ତି ପାକିସ୍ତାନ ସରକାର। ସରତାଜ ଅଜିଜଙ୍କ ଏହି ଗସ୍ତ ବେଳେ ତାଙ୍କ ସହିତ ଆଲୋଚନା କରିବାକୁ ପାକିସ୍ତାନ ସରକାର କାଶ୍ମୀରୀ ବିଚ୍ଛିନ୍ନତାବାଦୀ ନେତାମାନଙ୍କୁ ଆମନ୍ତ୍ରିତ କରିଥିବା ଜଣାପଡ଼ିଛି। ୧୨ରୁ ଅଧିକ ବିଚ୍ଛିନ୍ନତାବାଦୀ […]

sartaj

sartaj

Rakesh Mallick
  • Published: Wednesday, 19 August 2015
  • Updated: 19 August 2015, 05:12 AM IST

Sports

Latest News

ନୂଆଦିଲ୍ଲୀ: ଅଗଷ୍ଟ ୨୩ ତାରିଖରେ ପାକିସ୍ତାନର ଜାତୀୟ ସୁରକ୍ଷା ପରାମର୍ଶଦାତା ସରତାଜ ଅଜିଜ୍ ଭାରତ ଆସୁଛନ୍ତି। ଏହି ଗସ୍ତ ବେଳେ ସେ ଭାରତର ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲଙ୍କ ସହିତ ଦ୍ୱିପାକ୍ଷିକ ଆଲୋଚନାରେ ଭାଗ ନେବେ। ତେବେ ଏଥିରେ ବି କେଁ ପୂରାଇ ଦେଇଛନ୍ତି ପାକିସ୍ତାନ ସରକାର। ସରତାଜ ଅଜିଜଙ୍କ ଏହି ଗସ୍ତ ବେଳେ ତାଙ୍କ ସହିତ ଆଲୋଚନା କରିବାକୁ ପାକିସ୍ତାନ ସରକାର କାଶ୍ମୀରୀ ବିଚ୍ଛିନ୍ନତାବାଦୀ ନେତାମାନଙ୍କୁ ଆମନ୍ତ୍ରିତ କରିଥିବା ଜଣାପଡ଼ିଛି। ୧୨ରୁ ଅଧିକ ବିଚ୍ଛିନ୍ନତାବାଦୀ ନେତାଙ୍କୁ ପାକ୍ ସରକାର ଆମନ୍ତ୍ରଣ କରିଛନ୍ତି। ଏହି ନେତାମାନଙ୍କ ମଧ୍ୟରେ ଅଛନ୍ତି ସୟଦ ଅଲ୍ଲୀ ଶାହ ଗୀଲାନି, ମୀରୱାଇଜ୍ ଫାରୁକ୍ ଓ ୟାସିନ୍ ମଲ୍ଲିକ। ସେମାନଙ୍କୁ ନୂଆଦିଲ୍ଲୀକୁ ରତାଜଙ୍କ ସହିତ ଏକ ନୈଶ୍ୟ ଭୋଜିରେ ଯୋଗ ଦେବାକୁ ଆମନ୍ତ୍ରିତ କରାଯାଇଛି।

ସରତାଜ ଅଜିଜଙ୍କ ଭାରତ ଗସ୍ତ ନେଇ ଗତକାଲି ପାକିସ୍ତାନ ସେନାଧ୍ୟକ୍ଷ ରାହିଲ ଶରିଫ୍ ଓ ଆଇଏସଆଇ ମୁଖ୍ୟ ରିଜୱାନ ଅଖତର ପ୍ରଧାନମନ୍ତ୍ରୀ ନୱାଜ ସରିଫଙ୍କୁ ଭେଟି ଆଲୋଚନା କରିଥିଲେ। ଭାରତ ସହିତ ଜାତୀୟ ସୁରକ୍ଷା ପରାମର୍ଶଦାତା ସ୍ତରୀୟ ଆଲୋଚନା ପାଇଁ ପ୍ରସଙ୍ଗ ପ୍ରସ୍ତୁତ କରିବାକୁ ପ୍ରଧାନମନ୍ତ୍ରୀ ନୱାଜ ସରିଫଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚ ସ୍ତରୀୟ ବୈଠକ ଅନୁଷ୍ଠିତ ହେବାର ଦିନକ ପରେ ପାକ୍ ସେନାଧ୍ୟକ୍ଷ ଓ ଆଇଏସଆଇ ମୁଖ୍ୟ ତାଙ୍କୁ ଭେଟି ଥିଲେ।

ସୂଚନାଯୋଗ୍ୟ, ନୂଆଦିଲ୍ଲୀରେ ଅବସ୍ଥାପିତ ପାକ୍ ହାଇକମିଶନର କାଶ୍ମୀରୀ ବିଚ୍ଛିନ୍ନତାବାଦୀ ନେତାଙ୍କ ସହିତ ବିଚାରବିମର୍ଶ କରିବା ଯୋଗୁଁ ଭାରତ ସରକାର ଗତ ବର୍ଷ ଅଗଷ୍ଟ ମାସରେ ଦୁଇ ଦେଶ ମଧ୍ୟରେ ହେବାକୁ ଥିବା ବୈଦେଶିକ ସଚିବ ସ୍ତରୀୟ ଆଲୋଚନାକୁ ବାତିଲ କରି ଦେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos