ଗାଈ ଓ କୁକୁର ପାଳିଲେ ଦେବାକୁ ପଡିବ ଟ୍ୟାକ୍ସ

ଚଣ୍ଡିଗଡ଼: ଯଦି ଆପଣ ପଞ୍ଜାବର ବାସିନ୍ଦା ତେବେ ସତର୍କ ହୋଇଯାଆନ୍ତି। ଏଣିକି ଘରେ କୌଣସି ପ୍ରାଣୀ ପାଳିଲେ ଟ୍ୟାକ୍ସ୍‌ ଦେବାକୁ ପଡିବ। ପଞ୍ଜବାର କ୍ୟାପଟେନ୍‌ ଅମରିନ୍ଦ୍ର ସିଂହଙ୍କ ସରକାର ଏପରି ନିର୍ଦ୍ଦେଶନାମା ଜାରି କରିଛନ୍ତି। ନିର୍ଦ୍ଦେଶନାମା ଅନୁସାରେ କୌଣସି ପଞ୍ଜାବୀ ଘରେ ପଶୁ ପାଳିଲେ ଏପରି ଟ୍ୟାକ୍ସ ଦେବେ। ପ୍ରତିବର୍ଷ ପଶୁପକ୍ଷୀଙ୍କ ପ୍ରତି ଦେଢ ଶହରୁ ପାଞ୍ଚ ଶହ ଟଙ୍କା ପର୍ଯ୍ୟନ୍ତ ଦେବାକୁ ପଡିବ। ଠିକ୍‌ ସମୟରେ ଟ୍ୟାକ୍ସ ପୈଠ ନକଲେ, ଏହାର ୧୦ ଗୁଣା ଦେବାକୁ […]

Amarinder-Singh

Rakesh Mallick
  • Published: Tuesday, 24 October 2017
  • , Updated: 24 October 2017, 02:44 PM IST

ଚଣ୍ଡିଗଡ଼: ଯଦି ଆପଣ ପଞ୍ଜାବର ବାସିନ୍ଦା ତେବେ ସତର୍କ ହୋଇଯାଆନ୍ତି। ଏଣିକି ଘରେ କୌଣସି ପ୍ରାଣୀ ପାଳିଲେ ଟ୍ୟାକ୍ସ୍‌ ଦେବାକୁ ପଡିବ। ପଞ୍ଜବାର କ୍ୟାପଟେନ୍‌ ଅମରିନ୍ଦ୍ର ସିଂହଙ୍କ ସରକାର ଏପରି ନିର୍ଦ୍ଦେଶନାମା ଜାରି କରିଛନ୍ତି।

ନିର୍ଦ୍ଦେଶନାମା ଅନୁସାରେ କୌଣସି ପଞ୍ଜାବୀ ଘରେ ପଶୁ ପାଳିଲେ ଏପରି ଟ୍ୟାକ୍ସ ଦେବେ। ପ୍ରତିବର୍ଷ ପଶୁପକ୍ଷୀଙ୍କ ପ୍ରତି ଦେଢ ଶହରୁ ପାଞ୍ଚ ଶହ ଟଙ୍କା ପର୍ଯ୍ୟନ୍ତ ଦେବାକୁ ପଡିବ। ଠିକ୍‌ ସମୟରେ ଟ୍ୟାକ୍ସ ପୈଠ ନକଲେ, ଏହାର ୧୦ ଗୁଣା ଦେବାକୁ ପଡିବ।

ସମସ୍ତ ଗୃହପାଳିତ ପ୍ରାଣୀଙ୍କ ରେଜିଷ୍ଟ୍ରେସନ୍‌କୁ ବାଧ୍ୟତାମୂଳକ କରାଯାଇଛି। ରେଜିଷ୍ଟ୍ରେସନ୍‌ ପରେ ମାଲିକଙ୍କ ଲାଇସେନ୍ସ ପ୍ରଦାନ କରାଯିବ। ଏହି ଗୃହପାଳିତ ପ୍ରାଣୀଙ୍କ ମାଲିକଙ୍କୁ ମ୍ୟୁନିସିପାଲିଟିରୁ ଏକ ଟ୍ୟାଗ୍‌ ପ୍ରଦାନ କରାଯିବ। ଏଥିରେ ଗୃହପାଳିତ ପ୍ରାଣୀର ରେଜିଷ୍ଟ୍ରେସନ୍‌ ନମ୍ବର ଓ ମାଲିକର ନାଁ ଥିବ। ଏହି ପ୍ରାଣୀଙ୍କୁ ଦୁଇ ଥରରୁ ଅଧିକ ରାସ୍ତାରେ ବୁଲୁଥିବା ଦେଖିବାକୁ ମିଳିଲେ ତାଙ୍କ ରେଜିଷ୍ଟ୍ରେସନ ରଦ୍ଦ କରିଦିଆଯିବ। ଏହାସହ ଏହି ପ୍ରାଣୀଙ୍କ ଉପରେ କୌଣସି ପ୍ରକାର ଅତ୍ୟାଚାର କରାଯାଉଥିବା ପ୍ରମାଣିତ ହେଲେ, ମାଲିକଙ୍କ ଲାଇସେନ୍ସ ରଦ୍ଦ କରିଦିଆଯିବ ଓ ମାଲିକ ଆଉ କୌଣସି ପ୍ରାଣୀଙ୍କୁ ଘରେ ରଖି ପାରିବେ ନାହିଁ।

ଦ୍ୱିତୀୟ ଥର ଲାଇସେନ୍ସ ନେବାକୁ ହେଲେ ଉକ୍ତ ବ୍ୟକ୍ତିର ଆଚାର ବ୍ୟବହାର ଯାଞ୍ଚ କରାଯିବ। ଯଦି ସବୁ ଠିକ୍‌ ଲାଗିବ ତେବେ ଦ୍ୱିତୀୟ ଥର ପାଇଁ ତାଙ୍କୁ ଘରେ କୌଣସି ପ୍ରାଣୀ ରଖିବାକୁ ଅନୁମତି ମିଳିପାରିବ।

ପଞ୍ଜାବ ମ୍ୟୁନିସିପାଲ କର୍ପୋରେସନ ଆକ୍ଟ ଅନୁସାରେ ସରକାର ଏହି ନିର୍ଦ୍ଦେଶନାମା ଜାରି କରିଛନ୍ତି।

ସୂଚନାଯୋଗ୍ୟ, ପଞ୍ଜବା ସରକାରଙ୍କ ଆର୍ଥିକ ସ୍ଥିତି ବହୁତ ଖରାପ ରହିଛି। ଏଥିପାଇଁ ସରକାର ଏହି ପ୍ରକାର ଟ୍ୟାକ୍ସ ଲଗାଇ ଏହାକୁ ପୂରଣ କରିବାକୁ ଚାହୁଁଥିବା ଚର୍ଚ୍ଚା ହେଉଛି।

Related story