ପୁତ୍ତିଙ୍ଗଲ ଅଗ୍ନିକାଣ୍ଡ: ଫେରାର ୫ ମନ୍ଦିର କମିଟି ସଦସ୍ୟଙ୍କ ଆତ୍ମସମର୍ପଣ

ତିରୁଅନନ୍ତପୁରମ୍: ଏପ୍ରିଲ ୧୦ ତାରିଖରେ କେରଳର କୋଲ୍ଲାମର ପାରାଭୁର ସ୍ଥିତ ପୁତ୍ତିଙ୍ଗଲ ମନ୍ଦିରରେ ବାଣ ବିସ୍ଫୋରଣ ଯୋଗୁଁ ଅଗ୍ନିକାଣ୍ଡ ପରେ ଫେରାର ହୋଇଯାଇଥିବା ମନ୍ଦିର କମିଟିର ୫ ଜଣ ସଦସ୍ୟ କ୍ରାଇମବ୍ରାଞ୍ଚ ନିକଟରେ ଆତ୍ମ ସମର୍ପଣ କରିଛନ୍ତି। ଅନ୍ୟ ଜଣେ କମିଟି ସତସ୍ୟ ଗୁରୁତର ଆହତ ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ଅଗ୍ନିକାଣ୍ଡ ଘଟଣାରେ ଏହି ୬ ଜଣଙ୍କୁ ପୋଲିସ ଖୋଜୁଥିଲା। ଆତ୍ମସମର୍ପଣ କରିଥିବା ବ୍ୟକ୍ତିମାନେ ହେଲେ ମନ୍ଦିର କମିଟି ସଭାପତି ଜୟା ଲାଲା, ସଚିବ କୃଷ୍ଣାକୁଟ୍ଟି […]

puttingal

Rakesh Mallick
  • Published: Tuesday, 12 April 2016
  • , Updated: 16 April 2016, 02:12 AM IST

ତିରୁଅନନ୍ତପୁରମ୍: ଏପ୍ରିଲ ୧୦ ତାରିଖରେ କେରଳର କୋଲ୍ଲାମର ପାରାଭୁର ସ୍ଥିତ ପୁତ୍ତିଙ୍ଗଲ ମନ୍ଦିରରେ ବାଣ ବିସ୍ଫୋରଣ ଯୋଗୁଁ ଅଗ୍ନିକାଣ୍ଡ ପରେ ଫେରାର ହୋଇଯାଇଥିବା ମନ୍ଦିର କମିଟିର ୫ ଜଣ ସଦସ୍ୟ କ୍ରାଇମବ୍ରାଞ୍ଚ ନିକଟରେ ଆତ୍ମ ସମର୍ପଣ କରିଛନ୍ତି। ଅନ୍ୟ ଜଣେ କମିଟି ସତସ୍ୟ ଗୁରୁତର ଆହତ ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ଅଗ୍ନିକାଣ୍ଡ ଘଟଣାରେ ଏହି ୬ ଜଣଙ୍କୁ ପୋଲିସ ଖୋଜୁଥିଲା।

ଆତ୍ମସମର୍ପଣ କରିଥିବା ବ୍ୟକ୍ତିମାନେ ହେଲେ ମନ୍ଦିର କମିଟି ସଭାପତି ଜୟା ଲାଲା, ସଚିବ କୃଷ୍ଣାକୁଟ୍ଟି ପିଲ୍ଲଇ, କମିଟିର ୩ ସଦସ୍ୟ ଜି. ପ୍ରସାଦ, ରବିନ୍ଦ୍ରନ୍‌ ପିଲ୍ଲଇ ଏବଂ ସୋମସୁନ୍ଦରନ୍‌ ପିଲ୍ଲଇ। ପୋଲିସ ମନ୍ଦିର କମିଟି ନାଁରେ ଅବହେଳା ଓ ନିୟମ ଉଲ୍ଲଂଘନ ମାମଲା ରୁଜୁ କରିଥିଲା।

ମନ୍ଦିରକୁ ବାଣ ସପ୍ଲାଏ କରିଥିବା ୫ ଜଣ ଠିକାଦାରଙ୍କୁ ପୋଲିସ ପୂର୍ବରୁ ଗିରଫ କରିଛି। ଜିଲ୍ଲା ପ୍ରଶାସନର ପ୍ରତିବନ୍ଧକ ସତ୍ତ୍ୱେ ଏହି ଠିକାଦାରମାନେ ଆତସବାଜି ପ୍ରତିଯୋଗିତା କରାଇଥିଲେ। ଆତସବାଜି ପ୍ରତିଯୋଗିତାରୁ ଅଘଟଣ ଘଟି ୧୧୦ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୩୦୦ରୁ ଅଧିକ ଆହତ ହୋଇଛନ୍ତି।

Related story