ଫ୍ରାନ୍ସଠାରୁ ୩୬ଟି ‘ରାଫେଲ୍’ ଯୁଦ୍ଧ ବିମାନ କିଣିବ ଭାରତ

ନୂଆଦିଲ୍ଲୀ: ଫ୍ରାନ୍ସଠାରୁ ଭାରତ ୩୬ଟି ‘ରାଫେଲ୍‌’ ଲଢୁଆ ବିମାନ କିଣିବ । ଏ ନେଇ ଭାରତ ଓ ଫ୍ରାନ୍ସ ମଧ୍ୟରେ ଶୀଘ୍ର ଚୁକ୍ତି ଚୂଡାନ୍ତ ହେବ। ଚୁକ୍ତି ଅନୁସାରେ ଭାରତ ୮ଶହ  ୮୦ କୋଟି ଡଲାର ବିନିମୟରେ ୩୬ଟି ‘ରାଫେଲ୍‌’ ଜେଟ୍‌ କିଣିବ। ଆସନ୍ତା ସପ୍ତାହ ମଧ୍ୟରେ  ଦୁଇ ଦେଶ ମଧ୍ୟରେ  ଏ ନେଇ ଚୁକ୍ତି ସ୍ୱାକ୍ଷର ହେବାର ସମ୍ଭାବନା ରହିଛି। ଚୁକ୍ତି ସ୍ୱାକ୍ଷରିତ  ହେବାର ୧୮ ମାସ ପରେ  ଭାରତକୁ  ଏହି ଲଢୁଆ ବିମାନ ଆସିବ। […]

rafal

Rakesh Mallick
  • Published: Saturday, 16 April 2016
  • , Updated: 16 April 2016, 09:02 AM IST

ନୂଆଦିଲ୍ଲୀ: ଫ୍ରାନ୍ସଠାରୁ ଭାରତ ୩୬ଟି ‘ରାଫେଲ୍‌’ ଲଢୁଆ ବିମାନ କିଣିବ । ଏ ନେଇ ଭାରତ ଓ ଫ୍ରାନ୍ସ ମଧ୍ୟରେ ଶୀଘ୍ର ଚୁକ୍ତି ଚୂଡାନ୍ତ ହେବ। ଚୁକ୍ତି ଅନୁସାରେ ଭାରତ ୮ଶହ  ୮୦ କୋଟି ଡଲାର ବିନିମୟରେ ୩୬ଟି ‘ରାଫେଲ୍‌’ ଜେଟ୍‌ କିଣିବ। ଆସନ୍ତା ସପ୍ତାହ ମଧ୍ୟରେ  ଦୁଇ ଦେଶ ମଧ୍ୟରେ  ଏ ନେଇ ଚୁକ୍ତି ସ୍ୱାକ୍ଷର ହେବାର ସମ୍ଭାବନା ରହିଛି। ଚୁକ୍ତି ସ୍ୱାକ୍ଷରିତ  ହେବାର ୧୮ ମାସ ପରେ  ଭାରତକୁ  ଏହି ଲଢୁଆ ବିମାନ ଆସିବ।

ଏହି ଯୁଦ୍ଧ ବିମାନ କିଣିବାକୁ ନେଇ  ଭାରତ-ଫ୍ରାନ୍ସ ମଧ୍ୟରେ ଦୀର୍ଘ ଦିନ ଧରି ଆଲୋଚନା ଜାରି  ରହିଥିଲା।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ୟାରିସ୍‌ ଗସ୍ତ ବେଳେ ଫ୍ରାନ୍ସ ଭାରତକୁ ଯୁଦ୍ଧ ବିମାନ ବିକ୍ରି କରିବା ନେଇ ସମ୍ମତି ପ୍ରଦାନ କରିଥିଲା।

Related story