ଆମେରିକାରେ ‘ହାଓଡି ମୋଦି’ କାର୍ଯ୍ୟକ୍ରମକୁ ରାହୁଲଙ୍କ ସମାଲୋଚନା
ନୂଆଦିଲ୍ଲୀ: ଆମେରିକାର ହୋଷ୍ଟନରେ ଆୟୋଜିତ ହେଉଥିବା ‘ହାଓଡି ମୋଦି’ କାର୍ଯ୍ୟକ୍ରମକୁ ସମାଲୋଚନା କରିଛନ୍ତି କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧି। ଆଜି କେନ୍ଦ୍ର ସରକାରଙ୍କ ଦ୍ଵାରା କର୍ପୋରେଟ୍ ଟ୍ୟାକ୍ସ ହ୍ରାସ କରାଯିବା ନିଷ୍ପତ୍ତିକୁ ହାଓଡି କାର୍ଯ୍ୟକ୍ରମ ସହ ଯୋଡ଼ିଛନ୍ତି ରାହୁଲ୍।
ସେ ଟୁଇଟ୍ କରି କହିଛନ୍ତି ‘ହାଓଡି ମୋଦି’ କାର୍ଯ୍ୟକ୍ରମ ଜରିଆରେ ଦେଶର ଆର୍ଥିକ ସ୍ଥିତିକୁ ଲୁଚାଇ ହେବ ନାହିଁ । ଏହି କାର୍ଯ୍ୟକ୍ରମ ଦୁନିଆର ସବୁଠାରୁ ବ୍ୟୟବହୁଳ କାର୍ଯ୍ୟକ୍ରମ। ଏଥିପାଇଁ ୧.୪ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ ହୋଇଛି ବୋଲି ଜଣାପଡ଼ିଛି।
Amazing what PM is ready to do for a stock market bump during his #HowdyIndianEconomy jamboree.
At + 1.4 Lakh Crore Rs. the Houston event is the world's most expensive event, ever!
But, no event can hide the reality of the economic mess “HowdyModi” has driven India into.
— Rahul Gandhi (@RahulGandhi) September 20, 2019
ମୋଦି ୨୨ ତାରିଖରେ ହୋଷ୍ଟନରେ ପ୍ରାୟ ୫୦ ହଜାର ପ୍ରବାସୀ ଭାରତୀୟ ଓ ଆମେରିକାବାସୀଙ୍କୁ ଉଦ୍ବୋଧନ ଦେବେ। ଏହି କାର୍ଯ୍ୟକ୍ରମର ନାଁ ‘ହାଓଡି ମୋଦି’ ରଖାଯାଇଛି। ଏହି କାର୍ଯ୍ୟକ୍ରମରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମଧ୍ୟ ଯୋଗ ଦେବେ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।