କଂଗ୍ରେସର କିଙ୍ଗ ହେବେ ରାହୁଲ : ଖୁବ୍‌ଶୀଘ୍ର ଅଭିଷେକ

ନୂଆଦିଲ୍ଲୀ: ରାହୁଲ ଗାନ୍ଧି କଂଗ୍ରେସ ସଭାପତି ହେବା ନେଇ ପାରିତ ହୋଇଛି ପ୍ରସ୍ତାବ।  ଦିଲ୍ଲୀ କଂଗ୍ରେସ କମିଟି ପକ୍ଷରୁ ଆଜି ଏନେଇ ଏକ ପ୍ରସ୍ତାବକୁ ଉପସ୍ଥାପନ କରାଯାଇଛି ।ଯାହାକୁ ନେଇ ଚଳଚଞ୍ଚଳ କଂଗ୍ରେସ  ଶିବିର।  ଅପୂର୍ବରୁ ବିଭିନ୍ନ ମହଳରୁ ଦଳର ମଙ୍ଗ ରାହୁଲଙ୍କୁ ଦିଆଯାଉ ବୋଲି ସ୍ୱର ଉଠିଥିଲା। ରାଜସ୍ଥାନ ପିସିସି ସଭାପତି ସଚିନ ପାଇଲଟ ରାହୁଲଙ୍କୁ ଦଳର ସଭାପତି ଦାୟିତ୍ୱ ଦିଆଯିବା ନେଇ ଆଭାସ ଦେଇ ସାରିଛନ୍ତି। ଅନ୍ୟପଟେ ଆମେରିକା ଗସ୍ତ ବେଳେ ଦଳର ଉପସଭାପତି […]

Rakesh Mallick
  • Published: Saturday, 07 October 2017
  • , Updated: 07 October 2017, 10:00 PM IST

ନୂଆଦିଲ୍ଲୀ: ରାହୁଲ ଗାନ୍ଧି କଂଗ୍ରେସ ସଭାପତି ହେବା ନେଇ ପାରିତ ହୋଇଛି ପ୍ରସ୍ତାବ।  ଦିଲ୍ଲୀ କଂଗ୍ରେସ କମିଟି ପକ୍ଷରୁ ଆଜି ଏନେଇ ଏକ ପ୍ରସ୍ତାବକୁ ଉପସ୍ଥାପନ କରାଯାଇଛି ।ଯାହାକୁ ନେଇ ଚଳଚଞ୍ଚଳ କଂଗ୍ରେସ  ଶିବିର।  ଅପୂର୍ବରୁ ବିଭିନ୍ନ ମହଳରୁ ଦଳର ମଙ୍ଗ ରାହୁଲଙ୍କୁ ଦିଆଯାଉ ବୋଲି ସ୍ୱର ଉଠିଥିଲା। ରାଜସ୍ଥାନ ପିସିସି ସଭାପତି ସଚିନ ପାଇଲଟ ରାହୁଲଙ୍କୁ ଦଳର ସଭାପତି ଦାୟିତ୍ୱ ଦିଆଯିବା ନେଇ ଆଭାସ ଦେଇ ସାରିଛନ୍ତି।

ଅନ୍ୟପଟେ ଆମେରିକା ଗସ୍ତ ବେଳେ ଦଳର ଉପସଭାପତି ରାହୁଲ ଗାନ୍ଧି ସଭାପତି ପଦ ଦାୟିତ୍ୱ ନେବା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ଥିବା ବି କହିଥିଲେ।  ଅଳ୍ପ କିଛି ଦିନ ମଧ୍ୟରେ କଂଗ୍ରେସ  ସଭାପତି ପଦ ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯିବ।

ତେବେ ଦଳରେ ଏକତରଫା ରାହୁଲଙ୍କୁ ସମର୍ଥନ ଏନେଇ ସ୍ପଷ୍ଟ ଇଙ୍ଗିତ କରୁଛି ଯେ, ପରବର୍ତ୍ତି ସଭାପତି ବନିପାରନ୍ତି ରାହୁଲ ଗାନ୍ଧି । ବର୍ତ୍ତମାନ  ସୋନିଆ ଗାନ୍ଧି ଦଳର ସବୁଠାରୁ ଅଧିକ ସମୟ ଧରି ସଭାପତି  ଭାବେ କାର୍ଯ୍ୟ କରି ଆସୁଛନ୍ତି।

Related story