“ଜେଜେବାପାଙ୍କ ସମାଧି ପୀଠକୁ ଯାଉନାହାନ୍ତି ରାହୁଲ”

ପ୍ରୟାଗରାଜ: ଗାନ୍ଧି-ନେହରୁ ପରିବାରର ଦାୟାଦ ତଥା ବର୍ତ୍ତମାନ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ତାଙ୍କ ଜେଜେବାପା ତଥା ପୂର୍ବତନ ସାଂସଦ ଫିରୋଜ୍‌ ଗାନ୍ଧିଙ୍କ ସମାଧିସ୍ଥଳ ପରିଦର୍ଶନରେ ଯାଆନ୍ତି ନାହିଁ କାରଣ ସେ ଜଣେ ସଂଖ୍ୟାଲଘୁ ଥିଲେ ବୋଲି କହିଛନ୍ତି ଉତ୍ତରପ୍ରଦେଶ ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରୀ ମୋହସିନ୍‌ ରାଜା। ମୋହସିନ୍‌ ଏହି ଅବସରରେ କହିଛନ୍ତି, “ଫିରୋଜ୍‌ ଗାନ୍ଧି ଜଣେ ପ୍ରସିଦ୍ଧ ସାମ୍ବାଦିକ, ରାଜନୀତିଜ୍ଞ ଏବଂ ସ୍ୱାଧୀନତା ସଂଗ୍ରାମୀ ଥିଲେ। ଦେଶ ସ୍ୱାଧୀନତା ପାଇଁ ତାଙ୍କର ଅବଦାନ ବହୁତ ଗୁରୁତ୍ୱପୂର୍ଣ୍ଣ […]

rahul

Subrat Kumar Nayak
  • Published: Tuesday, 22 January 2019
  • , Updated: 22 January 2019, 11:09 AM IST

ପ୍ରୟାଗରାଜ: ଗାନ୍ଧି-ନେହରୁ ପରିବାରର ଦାୟାଦ ତଥା ବର୍ତ୍ତମାନ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ତାଙ୍କ ଜେଜେବାପା ତଥା ପୂର୍ବତନ ସାଂସଦ ଫିରୋଜ୍‌ ଗାନ୍ଧିଙ୍କ ସମାଧିସ୍ଥଳ ପରିଦର୍ଶନରେ ଯାଆନ୍ତି ନାହିଁ କାରଣ ସେ ଜଣେ ସଂଖ୍ୟାଲଘୁ ଥିଲେ ବୋଲି କହିଛନ୍ତି ଉତ୍ତରପ୍ରଦେଶ ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରୀ ମୋହସିନ୍‌ ରାଜା।

ମୋହସିନ୍‌ ଏହି ଅବସରରେ କହିଛନ୍ତି, “ଫିରୋଜ୍‌ ଗାନ୍ଧି ଜଣେ ପ୍ରସିଦ୍ଧ ସାମ୍ବାଦିକ, ରାଜନୀତିଜ୍ଞ ଏବଂ ସ୍ୱାଧୀନତା ସଂଗ୍ରାମୀ ଥିଲେ। ଦେଶ ସ୍ୱାଧୀନତା ପାଇଁ ତାଙ୍କର ଅବଦାନ ବହୁତ ଗୁରୁତ୍ୱପୂର୍ଣ୍ଣ ଥିଲା, କିନ୍ତୁ ବର୍ତ୍ତମାନ ତାଙ୍କ ସମାଧିସ୍ଥଳକୁ କେହି ଯାଉନାହାନ୍ତି। ଏପରିକି ତାଙ୍କ ନାତି ରାହୁଲ ଗାନ୍ଧିଙ୍କୁ ମଧ୍ୟ ପ୍ରୟାଗରାଜ ଆସିବାକୁ ସମୟ ନାହିଁ। ସେ ସଂଖ୍ୟାଲଘୁ ବର୍ଗରୁ ହୋଇଥିବାରୁ ତାଙ୍କୁ ଅଣଦେଖା କରାଯାଉଛି।”

ସେ ଆହୁରି ମଧ୍ୟ କହିଥିଲେ, ଆମେ ଏହାକୁ ରାଜନୀତିକ ଦୃଷ୍ଟିରେ ଦେଖୁନାହିଁ। ସମାଧିସ୍ଥଳର ପରିବେଶରୁ ଏହା ସହଜରେ ଅନୁମେୟ। ଆମେ ଚାହୁଁଛୁ ରାହୁଲ ଅତି କମ୍‌ରେ ଥରେ ଏଠାକୁ ଆସନ୍ତୁ ଏବଂ ତାଙ୍କ ଜେଜେବାପାଙ୍କ ପ୍ରତି ସମ୍ମାନ ପ୍ରଦର୍ଶନ କରନ୍ତୁ।

ଅନ୍ୟ ପକ୍ଷରେ ଉତ୍ତରପ୍ରଦେଶ କଂଗ୍ରେସ ପକ୍ଷରୁ ମୁଖପାତ୍ର ଜୀଶାନ୍‌ ହାଇଦର ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି ଏହା ଶସ୍ତା ଲୋକପ୍ରିୟତା ପାଇଁ ମୋହସିନ୍‌ ଏଭଳି ମନ୍ତବ୍ୟ ଦେଇଛନ୍ତି। ତାଙ୍କ ନିଜ ଦଳର ଲୋକେ ତାଙ୍କ ଉପରେ ବିଶ୍ୱାସ କରନ୍ତିନି ଏବଂ ତାଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ ମଧ୍ୟ ଆସିଛି।

Related story