ଭୁଲ ମନ୍ତବ୍ୟ ପାଇଁ କ୍ଷମା ମାଗିଲେ ରାହୁଲ ଗାନ୍ଧି

ନୂଆଦିଲ୍ଲୀ:ସୁପ୍ରିମକୋର୍ଟ ରାଫେଲ ଶୁଣାଣି ବେଳେ ଯାହା କହିଥିଲେ ତାକୁ କଦର୍ଥ କରିଥିବା ଅଭିଯୋଗ ପରିପ୍ରେକ୍ଷୀରେ ଆଜି କ୍ଷମା ମାଗିଛନ୍ତି ରାହୁଲ ଗାନ୍ଧି।। ନିର୍ବାଚନୀ ପ୍ରଚାର ବେଳେ ସେ ଦେଇଥିବା ମନ୍ତବ୍ୟ ପାଟିରୁ ବାହାରି ଯାଇଛି ବୋଲି ସୁପ୍ରିମକୋର୍ଟରେ ଦାଖଲ କରିଥିବା ସତ୍ୟପାଠରେ ଦର୍ଶାଇଛନ୍ତି। ସେ ଟ୍ୱିଟ୍ କରିଥିବା ମନ୍ତବ୍ୟ ଏବଂ ପ୍ରଚାର ବେଳେ  ‘ଚୌକିଦାର ଚୋର ହୈ’ ବୋଲି ଯେଉଁ ବକ୍ତବ୍ୟ ରଖିଥିଲେ ସେମିତି କିଛି ରାୟ ସୁପ୍ରିମକୋର୍ଟ ଦେଇ ନାହାନ୍ତି ବୋଲି କଂଗ୍ରେସ ଅଧ୍ୟକ୍ଷ ସ୍ୱୀକାର […]

rahul gandhi on supreme court

Subhransu Sekhar
  • Published: Monday, 22 April 2019
  • , Updated: 22 April 2019, 06:20 PM IST

ନୂଆଦିଲ୍ଲୀ:ସୁପ୍ରିମକୋର୍ଟ ରାଫେଲ ଶୁଣାଣି ବେଳେ ଯାହା କହିଥିଲେ ତାକୁ କଦର୍ଥ କରିଥିବା ଅଭିଯୋଗ ପରିପ୍ରେକ୍ଷୀରେ ଆଜି କ୍ଷମା ମାଗିଛନ୍ତି ରାହୁଲ ଗାନ୍ଧି।। ନିର୍ବାଚନୀ ପ୍ରଚାର ବେଳେ ସେ ଦେଇଥିବା ମନ୍ତବ୍ୟ ପାଟିରୁ ବାହାରି ଯାଇଛି ବୋଲି ସୁପ୍ରିମକୋର୍ଟରେ ଦାଖଲ କରିଥିବା ସତ୍ୟପାଠରେ ଦର୍ଶାଇଛନ୍ତି। ସେ ଟ୍ୱିଟ୍ କରିଥିବା ମନ୍ତବ୍ୟ ଏବଂ ପ୍ରଚାର ବେଳେ  'ଚୌକିଦାର ଚୋର ହୈ' ବୋଲି ଯେଉଁ ବକ୍ତବ୍ୟ ରଖିଥିଲେ ସେମିତି କିଛି ରାୟ ସୁପ୍ରିମକୋର୍ଟ ଦେଇ ନାହାନ୍ତି ବୋଲି କଂଗ୍ରେସ ଅଧ୍ୟକ୍ଷ ସ୍ୱୀକାର କରିଛନ୍ତି। ସୁପ୍ରିମକୋର୍ଟଙ୍କ ରାୟକୁ ନପଢ଼ି 'ଚୌକିଦାର' 'ଚୋର' ବୋଲି କହିଥିଲେ।

ଏହାପରେ ରାହୁଲଙ୍କ ବିରୋଧରେ ସୁପ୍ରିମକୋର୍ଟରେ ମାମଲା ଦାୟର କରିଥିଲା ବିଜେପି। ଆବେଦନର ବିଚାର କରି ଏପ୍ରିଲ 15 ତାରିଖରେ ସୁପ୍ରିମକୋର୍ଟ ରାହୁଲ ଗାନ୍ଧିଙ୍କୁ ଏପ୍ରିଲ 23 ତାରିଖ ସୁଦ୍ଧା ନିଜ ପକ୍ଷ ରଖିବାକୁ ନୋଟିସ କରିଥିଲେ। ଆସନ୍ତାକାଲି ଏହି ମାମଲାର ଶୁଣାଣି କରିବେ ସୁପ୍ରିମକୋର୍ଟ ।

ପ୍ରଧାନ ବିଚାରପତି ଜଷ୍ଟିସ୍ ରଞ୍ଜନ ଗୋଗୋଇଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରୁଛନ୍ତି। ଜଷ୍ଟିସ୍ ଦୀପକ ଗୁପ୍ତା ଏବଂ ଜଷ୍ଟିସ୍ ସଞ୍ଜୀଭ ଖାନ୍ନା ମଧ୍ୟ ଏହି ଖଣ୍ଡପୀଠରେ ସାମିଲ ଅଛନ୍ତି।

ଆମେଠି ଲୋକସଭା ଆସନର ବିଜେପି ପ୍ରାର୍ଥୀ ତଥା କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ ଏହାକୁ ନେଇ ପ୍ରତିକ୍ରିୟା ଦେଇ କହିଛନ୍ତି 'ରାହୁଲ ଗାନ୍ଧି ମାନିଲେ ସେ ମିଛୁଆ ବୋଲି'।

ସୁପ୍ରିମକୋର୍ଟ ରାଫେଲ ମାମଲାରେ ଅନ୍ତିମ ଶୁଣାଣିରେ କହିଥିଲେ ଗଣମାଧ୍ୟମ ଯେଉଁ ଦସ୍ତାବିଜ୍ ରାଫେଲ୍ ଡିଲ ସଂକ୍ରାନ୍ତରେ ଛାପିଛି ତାହାକୁ ତଦନ୍ତ ପରିସରଭୁକ୍ତ କରାଯିବ। ଯାହାକୁ ରାହୁଲ ଗାନ୍ଧି କହିଥିଲେ  'ଚୌକିଦାର ଚୋର ହୈ' ବୋଲି। 'ଦି ହିନ୍ଦୁ'ରେ ପ୍ରକାଶ ପାଇଥିବା ରିପୋର୍ଟ ଅନୁଯାୟୀ ରାଫେଲ୍ ଡିଲରେ ପିଏମଓଙ୍କ ହସ୍ତକ୍ଷେପ ପରେ ଅମ୍ୱାନୀଙ୍କୁ ଏହି ଡିଲ୍ ଦିଆଯାଇଛି । ଯାହାକି ବେଆଇନ ଏବଂ ଡିଲ ପଛରେ କିଛି ଗଡ଼ବଡ଼ ଥାଇପାରେ ବୋଲି ପ୍ରକାଶ କରିଥିଲା ସଂପୃକ୍ତ ଖବର କାଗଜ। ଏହାପରେ କଂଗ୍ରେସ ସମେତ ବିରୋଧୀ 'ଦି ହିନ୍ଦୁ'ରେ ପ୍ରକାଶ ପାଇଥିବା ଡିଲ୍ ସଂକ୍ରାନ୍ତୀୟ ତଥ୍ୟକୁ ତଦନ୍ତ ପରିସରଭୁକ୍ତ କରିବା ପାଇଁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ତେବେ ରାହୁଲ ଗାନ୍ଧି ଏହି ରାୟକୁ ନେଇ କହିଥିଲେ 'ସୁପ୍ରିମକୋର୍ଟ ମାନିଲେ ରାଫେଲ୍ ଡିଲରେ ଦୁର୍ନୀତି ହୋଇଛି'।

ଯାହାକୁ ନେଇ ନୂଆଦିଲ୍ଲୀ ସାଂସଦ ମୀନାକ୍ଷୀ ଲେଖୀ ପ୍ରଶ୍ନ ଉଠାଇଥିଲେ । ସୁପ୍ରିମକୋର୍ଟଙ୍କୁ ରାୟକୁ ଅବମାନନା କରାଯାଇଛି ବୋଲି ମୀନାକ୍ଷୀ ଲେଖା ଆବେଦନ କରିଥିଲେ । ଏହା ପରେ ସୁପ୍ରିମକୋର୍ଟ ଆବେଦନକୁ ଗ୍ରହଣ କରି ରାହୁଲ ଗାନ୍ଧିଙ୍କୁ ନୋଟିସ ପଠାଇବା ସହ ପ୍ରଧାନମନ୍ତ୍ରୀଙ୍କୁ ଅପମାନ କରିବା ଭଳି କୌଣସି ଶବ୍ଦ କହିନଥିଲେ ବୋଲି କୋର୍ଟ ସ୍ପଷ୍ଟ କରିଥିଲେ।

Related story