ନୂଆଦିଲ୍ଲୀ: ରାଜସ୍ଥାନରେ ଗେହଲଟ ଓ ପାଇଲଟ ମଧ୍ୟରେ ଚାଲିଥିବା କଳି ଏବେ ଚରମ ସୀମାରେ ପହଞ୍ଚି ଯାଇଛି। ସଚିନ ପାଇଲଟଙ୍କୁ ଦଳର ରାଜସ୍ଥାନ ମୁଖ୍ୟ ଓ ଉପ ମୁଖ୍ୟମନ୍ତ୍ରୀ ପଦରୁ ବିଦା କରିବା ପରେ ସ୍ଥିତି ଆହୁରି ବିଗିଡ଼ିବାରେ ଲାଗିଛି। ସ୍ଥିତି ଅଧିକ ବିବାଦୀୟ ହେବାରୁ ଶେଷରେ ରାହୁଲ ଗାନ୍ଧି ଏଥିରେ ହସ୍ତକ୍ଷେପ କରିଛନ୍ତି।
ସେ ସଚିନକୁ ମନାଇବା ପାଇଁ ଶେଷ ଗୋଟି ଚାଳନା କରିଛନ୍ତି। ଏନେଇ ସଚିନଙ୍କ ପାଖକୁ ରାହୁଲ ବାର୍ତ୍ତା ମଧ୍ୟ ପଠାଇଛନ୍ତି। ସେ ସଚିନଙ୍କୁ କଂଗ୍ରେସର ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ବୋଲି କହିଛନ୍ତି। ଏଥିସହ ତାଙ୍କ ପାଇଁ କଂଗ୍ରେସର ସବୁ ଦିନ ପାଇଁ ଖୋଲା ରହିଛି ଓ ସେ ସର୍ବଦା କଂଗ୍ରେସର ସଦସ୍ୟ ବୋଲି ରାହୁଲ ବାର୍ତ୍ତା ଦେଇଛନ୍ତି ବୋଲି ଜଣାପଡ଼ିଛି।
ସେହିପରି ସେ ଅଶୋକ ଗେହଲଟଙ୍କୁ ମଧ୍ୟ ନିଜର ଟେମ୍ପର କମାଇବାକୁ କହିଛନ୍ତି ଓ ସଚିନ କିମ୍ବା ରାଜସ୍ଥାନ ବିବାଦକୁ ନେଇ କୌଣସି ପ୍ରତିକ୍ରିୟା ନ ଦେବାକୁ ମଧ୍ୟ ରାହୁଲ କହିଛନ୍ତି। ଗେହଲଟ ଖୋଲାଖୋଲି ଭାବେ ପାଇଲଟଙ୍କ ବିରୋଧରେ ବୟାନ ଦେଉଥିବାରୁ କଂଗ୍ରେସ ହାଇକମାଣ୍ଡ ଏଥିରେ ଖୁସି ନଥିବା କୁହାଯାଉଛି।
TAGS
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Politics
କେବଳ ଲୋକସଭା ନିର୍ବାଚନ ପାଇଁ ଗଠନ ହୋଇଥିଲା 'ଇଣ୍ଡିଆ' ମେଣ୍ଟ: ଶରଦ ପାୱାର
ରାଜ୍ୟ ଓ ଆଞ୍ଚଳିକ ନିର୍ବାଚନରେ ଏକାଠି ଲଢ଼ିବାକୁ ଆଲୋଚନା ହୋଇନଥିଲା ବୋଲି କହିଲେ ଶରଦ ପାୱାର।
National
‘ପ୍ୟାରିସ୍ ଭଳି ଦିଲ୍ଲୀ’ କହି କେଜ୍ରିୱାଲଙ୍କୁ ରାହୁଲଙ୍କ କଟାକ୍ଷ, ଦେଖନ୍ତୁ ଭିଡିଓ
ଇଣ୍ଡି ବ୍ଲକ୍ ମଧ୍ୟରେ ସବୁ କିଛି ଠିକ୍ଠାକ୍ ଚାଲି ନଥିବା ବେଳେ ଉଭୟ ଆପ୍ ଓ କଂଗ୍ରେସ ସଦସ୍ୟଙ୍କ ମଧ୍ୟରେ କାନ୍ଦୁଆ ଫିଙ୍ଗାଫିଙ୍ଗି ବଢ଼ିଯାଇଛି। ଏମିତିକି ଅନ୍ୟ ଦଳ ସହିତ ଆଲୋଚନା କଲା ପରେ କଂଗ୍ରେସକୁ ଇଣ୍ଡି ବ୍ଳକ୍ରୁ ବାହାର କରି ଦେବାକୁ ଧମକ ଦେଇଛି ଆପ୍।
Crime
ଦିଲ୍ଲୀରେ ୪୦୦ ସ୍କୁଲକୁ ବୋମା ଧମକ ଦେଇଥିଲା ନାବାଳକ, ଆପ୍-ବିଜେପି ମୁହାଁମୁହିଁ
ଗତ ୮ତାରିଖରେ ମିଳିଥିବା ମେଲକୁ ଟ୍ରାକ୍ କରି ଜଣେ ଯୁକ୍ତ୨ ଛାତ୍ରକୁ ଧରିଛି ପୁଲିସ। ଛାତ୍ର ଓ ଏହାର ଅଭିଭାବକ ଏକ ଏନଜିଓ ସହ ଜଡ଼ିତ। ଏନଜିଓ ଏକ ରାଜନୈତିକ ଦଳ ସହ ଜଡ଼ିତ ବୋଲି କହିଛି ପୁଲିସ।
National
କୁମ୍ଭମେଳାରେ ଅସୁସ୍ଥ ହୋଇ ପଡ଼ିଲେ ଷ୍ଟିଭ୍ ଜବ୍ସଙ୍କ ପତ୍ନୀ
ପ୍ରଥମ ଥର ପାଇଁ କୁମ୍ଭମେଳାରେ ଭାଗ ନେବାକୁ ଆସିଥିବା ଲରେନ୍ ପାୱେଲ ପୂର୍ବରୁ କେବେ ଏପରି ଭିଡ଼ ଦେଖିନଥିଲେ। ରବିବାର ରାତିରୁ ସେ ପ୍ରୟାଗରାଜରେ ସ୍ୱାମୀ କୈଳାଶନନ୍ଦ ଗିରିଙ୍କ ଶିବିରରେ ରହୁଛନ୍ତି।
National
ମା' ବିକି ଦେଲା ବୁଲେଟ୍, ନିଜକୁ ଗୁଳି କରିଦେଲା ପୁଅ
ନବମ ଶ୍ରେଣୀ ଛାତ୍ର ଜଣକ ରାଗରେ ନିଜକୁ ଗୁଳି କରି ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି।