ମା’ ପରେ ପୁଅ ରେଡ୍ଡି

ନୂଆଦିଲ୍ଲୀ: କଂଗ୍ରେସରେ ରାହୁଲ ଯୁଗ ଆରମ୍ଭ ହୋଇଛି। ଦେଶର ସର୍ବ ପୁରାତନ ଦଳ ଜାତୀୟ କଂଗ୍ରେସରେ ଆଜି ବିଧିବଦ୍ଧ ଭାବେ ମଙ୍ଗ ଧରିଛନ୍ତି ସୋନିଆ ଗାନ୍ଧିଙ୍କ ପୁଅ ରାହୁଲ ଗାନ୍ଧି। ନୂଆଦିଲ୍ଲୀ ସ୍ଥିତ ୨୪-ଆକବର ରୋଡ୍‌ରେ ଥିବା ଦଳ ମୁଖ୍ୟାଳୟରେ ଏଥିପାଇଁ ଆୟୋଜିତ ହୋଇଥିଲା ସ୍ୱତନ୍ତ୍ର କାର୍ଯ୍ୟକ୍ରମ।  ମାଆ ସୋନିଆ ତାଙ୍କୁ ବିଦ୍ଧିବଦ୍ଧ ଭାବେ ଦାୟିତ୍ୱ ହସ୍ତାନ୍ତର କରିଛନ୍ତି।  ଏହି କାର୍ଯ୍ୟକ୍ରମରେ ରାହୁଲଙ୍କ ସମେତ ସୋନିଆ ଗାନ୍ଧି, ପୂର୍ବତନ ପ୍ରଧନମନ୍ତ୍ରୀ ମନମୋହନ ସିଂ  ଓ ଦଳର ବରିଷ୍ଠ […]

Rahul Gandhi

Rahul Gandhi

Rakesh Mallick
  • Published: Saturday, 16 December 2017
  • Updated: 16 December 2017, 02:22 PM IST

ନୂଆଦିଲ୍ଲୀ: କଂଗ୍ରେସରେ ରାହୁଲ ଯୁଗ ଆରମ୍ଭ ହୋଇଛି। ଦେଶର ସର୍ବ ପୁରାତନ ଦଳ ଜାତୀୟ କଂଗ୍ରେସରେ ଆଜି ବିଧିବଦ୍ଧ ଭାବେ ମଙ୍ଗ ଧରିଛନ୍ତି ସୋନିଆ ଗାନ୍ଧିଙ୍କ ପୁଅ ରାହୁଲ ଗାନ୍ଧି। ନୂଆଦିଲ୍ଲୀ ସ୍ଥିତ ୨୪-ଆକବର ରୋଡ୍‌ରେ ଥିବା ଦଳ ମୁଖ୍ୟାଳୟରେ ଏଥିପାଇଁ ଆୟୋଜିତ ହୋଇଥିଲା ସ୍ୱତନ୍ତ୍ର କାର୍ଯ୍ୟକ୍ରମ।  ମାଆ ସୋନିଆ ତାଙ୍କୁ ବିଦ୍ଧିବଦ୍ଧ ଭାବେ ଦାୟିତ୍ୱ ହସ୍ତାନ୍ତର କରିଛନ୍ତି।  ଏହି କାର୍ଯ୍ୟକ୍ରମରେ ରାହୁଲଙ୍କ ସମେତ ସୋନିଆ ଗାନ୍ଧି, ପୂର୍ବତନ ପ୍ରଧନମନ୍ତ୍ରୀ ମନମୋହନ ସିଂ  ଓ ଦଳର ବରିଷ୍ଠ ନେତାମାନେ ସାମିଲ ହୋଇଥିଲେ।

ରାହୁଲ ଏବେ ଉତ୍ତରପ୍ରଦେଶର ଆମେଥି ଆସନରୁ ସାଂସଦ ଅଛନ୍ତି। ସେ ପୂର୍ବରୁ ଅଲ ଇଣ୍ଡିଆ ଜେନେରାଲ ସେକ୍ରେଟାରୀ-ଏଆଇସିସିର ସାଧାରଣ ସମ୍ପାଦକ ଥିଲେ। ଦାୟିତ୍ୱ ନେବା ପରେ ରାହୁଲ ନିଜ ପ୍ରଥମ ଅଭିଭାଷଣରେ ବିଜେପି ଏବଂ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଟାର୍ଗେଟ କରିଛନ୍ତି।  ସେ କହିଛନ୍ତି,“ ରାଷ୍ଟ୍ର ଏକାଦଶ ଶତାବ୍ଦୀରେ ଗତି କରୁଛି। କିନ୍ତୁ ବିଜେପି ସରକାର ଦେଶକୁ ମଧ୍ୟଯୁଗକୁ ନେଇଯାଇଛି। କଂଗ୍ରେସ ସବୁବେଳେ ଲୋକଙ୍କ ସେବା କରେ। କଂଗ୍ରେସ ବିରୋଧୀଙ୍କଠୁ ନିର୍ବାଚନ ହାରିଛି କିନ୍ତୁ ମନବୋଳ ସୁଦୃଢ଼ ରହିଛି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos