ନୂଆଦିଲ୍ଲୀ: ବିଧାନସଭା ନିର୍ବାଚନ ଯେତିକି ପାଖେଇ ଆସୁଛି, ଗୁଜରାଟରେ ରାଜନୈତିକ ଉଷ୍ମତା ସେତିକି ବଢୁଛି। ଉଭୟ କଂଗ୍ରେସ ଓ ବିଜେପି ପ୍ରଚାରରେ କାର୍ଯ୍ୟରେ ଲାଗି ପଡ଼ିଛନ୍ତି। ଏଥିରେ ସାମିଲ ହେଉଇଛନ୍ତି ଦୁଇଦଳର ଟାଣୁଆ ନେତା। ଦ୍ୱିତୀୟ ଦିନରେ ବି ମାରାଥନ ପ୍ରଚାର କରି ରାହୁଲ ଗାନ୍ଧି ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଉପରେ ପ୍ରବଳ ବର୍ଷିଛନ୍ତି। ବିଜେପି ପକ୍ଷରୁ ମଧ୍ୟ ଜୋରଦାର ପ୍ରୟାଶ କରାଯାଉଛି। ଦଳର କେନ୍ଦ୍ର ନେତାମାନେ ଘର ଘର ବୁଲି ଭୋଟ୍ ମାଗୁଛନ୍ତି ଓ ଲୋକଙ୍କ ନିକଟତର ହେବାକୁ ଉଦ୍ୟମ କରୁଛନ୍ତି।
ଛୁଟି ଦିନରେ ବି ଗୁଜରାଟ ରାଜନୀତି ସରଗରମା ହୋଇଛି। ଦ୍ୱିତୀୟ ଦିନରେ ମାରାଥନ ପ୍ରଚାର କରି ବନାସକାଣ୍ଠାରେ ସୋସିଆଲ ମିଡିଆ କର୍ମିଙ୍କୁ ସମ୍ବୋଧନ କରିଛନ୍ତି ରାହୁଲ ଗାନ୍ଧୀ। ଏଥିସହିତ ବିଜେପି ବିରୋଧରେ ସାଂଘାତିକ ଅଭିଯୋଗ ଆଣିଛନ୍ତି । ରହୁଲ କହିଛନ୍ତି, ପଇସା ଦେଇ ସୋସିଆଲ ମିଡିଆ କାମ୍ପେନ କରୁଛି ବିଜେପି। କଂଗ୍ରେସ କାହାଦ୍ୱାରା ଏଭଳି କାମ୍ପେନ କରୁନାହିଁ। ଟ୍ୱିଟର ପେଜରେ ରାହୁଲ ନିଜେ ରାଜନୈତିକ ମାମଲା ସମ୍ପର୍କୀତ ସମସ୍ତ ଟ୍ୱିଟ୍ କରନ୍ତି ବୋଲି ସେ କହିଛନ୍ତି ।
ଗତକାଲି କେନ୍ଦ୍ର ବିରୋଧରେ ବର୍ଷିଥିବା ରାହୁଲ ଆଜି ଭିନ୍ନ ଢଙ୍ଗରେ ମୋଦି ସରକାରଙ୍କୁ ସମାଲୋଚନା କରିଛନ୍ତି। ସେ କହିଛନ୍ତି, ସେ ପ୍ରଧାମନ୍ତ୍ରୀଙ୍କ ପଦବୀକୁ ଅସମ୍ମାନ କରୁନାହାନ୍ତି। ପ୍ରଧାନମନ୍ତ୍ରୀ ପଦବୀ ସମ୍ମାନସ୍ପଦ। ପ୍ରଧାନମନ୍ତ୍ରୀ ଯିଏ ହେଲେ ବି ତାଙ୍କ ଦଳ ସମ୍ମାନ ଦେବ, ଯାହାକି ମୋଦି କରୁ ନଥିଲେ ଏହା ହିଁ କଂଗ୍ରେସ ଓ ବିଜେପି ଭିତରେ ଫରକ।
ରାହୁଲଙ୍କୁ ପଛରେ ପକାଇବା ପାଇଁ ବିଜେପି ମଧ୍ୟ ଜୋରଦାର ପ୍ରଚାର ଚଳାଇଛି। ଗତକାଲି କେନ୍ଦ୍ର ମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ପରେ ଆଜି ପ୍ରକାଶ ଜାଭେଡକର ଓ ରାମବିଳାସ ପାସୱାନଙ୍କୁ ମଇଦାନକୁ ଛାଡ଼ିଛି ବିଜେପି। ଘରଘର ବୁଲି ଭୋଟ ମାଗିଛନ୍ତି ବିଜେପି ନେତା। କଂଗ୍ରେସକୁ ସମାଲୋଚନା କରିବା ସହ କଂଗ୍ରେସ ପାଗଳ ହୋଇଯାଇଥିବା କହିଛନ୍ତି ଜାଭେଡକର।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।