ନୂଆଦିଲ୍ଲୀ: ବିମୁଦ୍ରାକରଣକୁ ଆଜି ଏକ ବର୍ଷ ପୂରିଛି। ଏହି ଅବସରରେ କଂଗ୍ରେସ ଉପାଧ୍ୟକ୍ଷ ରାହୁଲ ଗାନ୍ଧି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କଡ଼ା ସମାଲୋଚନା କରିଛନ୍ତି। ବିମୁଦ୍ରାକରଣ ପରେ ଅସୁବିଧାରେ ସମ୍ମୁଖୀନ ହୋଇଥିବା ଲୋକଙ୍କ ସମସ୍ୟାକୁ ଇଙ୍ଗିତ କରି ସେ ଟ୍ୱିଟ୍ରରେ ଜଣେ ବୟସ୍କ ବ୍ୟକ୍ତି ଫଟୋ ପୋଷ୍ଟ କରିଛନ୍ତି। ଫଟୋରେ ଜଣେ ବୟସ୍କ ବ୍ୟକ୍ତି ବ୍ୟାଙ୍କ ଆଗରେ ଠିଆ ହୋଇ କାନ୍ଦୁଛନ୍ତି। ରାହୁଲ ଫଟୋ ତଳେ ଲେଖିଛନ୍ତି,‘ଗୋଟିଏ ଲୁହ ଠୋପା ବି ସରକାର ପାଇଁ ବିପଦ। ତୁମେ ଦେଖିନାହଁ ଆଖିର ଲୁହ ସମୁଦ୍ର ହେବାର।’ ତେବେ ଏହି ଫଟୋ ରାହୁଲଙ୍କୁ ଧୋକା ଦେଇଛି।
ରାହୁଲ ଟ୍ୱିଟ୍ରରେ ଯାହାର ଫଟୋ ପୋଷ୍ଟ କରିଛନ୍ତି ସେ ବିମୁଦ୍ରାକରଣରେ ଖୁସି ଅଛନ୍ତି ବୋଲି ଏକ ଗଣମାଧ୍ୟମକୁ ଦେଇଥିବା ସାକ୍ଷାତକାରରେ କହିଛନ୍ତି। ଉକ୍ତ ବୟସ୍କ ବ୍ୟକ୍ତି ଜଣକ ହେଲେ ଅବସର ପ୍ରାପ୍ତ ଯବାନ ନନ୍ଦ ଲାଲ।
ସେ କହିଛନ୍ତି,“ସରକାର ଯେଉଁ ନିଷ୍ପତ୍ତି ନିଅନ୍ତି ଦେଶର ଭଲ ପାଇଁ ହୋଇଥାଏ। ଏଥିପାଇଁ ସରକାରଙ୍କ ସବୁ ନିଷ୍ପତ୍ତି ସହିତ ଆମେ ଅଛୁ।”
ଆହୁରି ମଧ୍ୟ ପଢନ୍ତୁ: ୭୦ ଟଙ୍କା ପାଇଁ ଶ୍ରେଣୀର ସମସ୍ତ ଛାତ୍ରୀଙ୍କ ଡ୍ରେସ୍ ଖୋଲିଦେଲେ ଶିକ୍ଷକ
ସେ ଆହୁରି କହିଛନ୍ତି,“ମୋଦି ସରକାରଙ୍କ ବିମୁଦ୍ରାକରଣ ନିଷ୍ପତ୍ତି ଯୋଗୁଁ ମୁଁ କାନ୍ଦି ନ ଥିଲି। ବ୍ୟାଙ୍କ ଆଗରେ ଧାଡ଼ିରେ ଠିଆ ହୋଇଥିବା ବେଳେ ଜଣେ ମହିଳା ମୋ ପାଦକୁ ଦଳି ଦେଇଥିଲେ। ସେଥିପାଇଁ ମୁଁ କାନ୍ଦି ପକାଇ ଥିଲି।”
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।