ରେଲୱେରେ ‘ଭିଆଇପି କଲଚର’ର ଅନ୍ତ

ନୂଆଦିଲ୍ଲୀ: ରେଲୱେରେ ଚାଲି ଆସିଥିବା ‘ଭିଆଇପି କଲଚର’ର ଅନ୍ତ ହେବାକୁ ଯାଉଛି। ନୂଆ ରେଳମନ୍ତ୍ରୀ ପିୟୁଷ ଗୋଏଲ ଏଥିପାଇଁ ଅଣ୍ଟା କଷି ସାରିଛନ୍ତି। ରେଳ ମନ୍ତ୍ରାଳୟ ମହତ୍ୱପୂର୍ଣ୍ଣ ପଦକ୍ଷେପ ସ୍ୱରୂପ ୩୬ ବର୍ଷ ହେବ ଚାଲି ଆସିଥିବା ଏକ ପୁରୁଣା ପ୍ରୋଟକଲର ଅନ୍ତ କରିଦେଇଛି। ଏହି ପ୍ରୋଟକଲ ଜରିଆରେ ମହାପ୍ରବନ୍ଧକମାନଙ୍କୁ ରେଲୱେ ବୋର୍ଡ ଚେୟାରମ୍ୟାନ ଓ ବୋର୍ଡର ଅନ୍ୟ ସଦସ୍ୟଙ୍କ ସାଧାରଣ ଯାତ୍ରା ସମୟରେ ଉପସ୍ଥିତ ରହିବା ଜରୁରୀ ଥିଲା। ଏହାସହ ବରିଷ୍ଠ ଅଧିକାରୀଙ୍କ ଘରେ ତଳ […]

Rakesh Mallick
  • Published: Sunday, 08 October 2017
  • Updated: 08 October 2017, 08:02 PM IST

Sports

Latest News

ନୂଆଦିଲ୍ଲୀ: ରେଲୱେରେ ଚାଲି ଆସିଥିବା ‘ଭିଆଇପି କଲଚର’ର ଅନ୍ତ ହେବାକୁ ଯାଉଛି। ନୂଆ ରେଳମନ୍ତ୍ରୀ ପିୟୁଷ ଗୋଏଲ ଏଥିପାଇଁ ଅଣ୍ଟା କଷି ସାରିଛନ୍ତି। ରେଳ ମନ୍ତ୍ରାଳୟ ମହତ୍ୱପୂର୍ଣ୍ଣ ପଦକ୍ଷେପ ସ୍ୱରୂପ ୩୬ ବର୍ଷ ହେବ ଚାଲି ଆସିଥିବା ଏକ ପୁରୁଣା ପ୍ରୋଟକଲର ଅନ୍ତ କରିଦେଇଛି। ଏହି ପ୍ରୋଟକଲ ଜରିଆରେ ମହାପ୍ରବନ୍ଧକମାନଙ୍କୁ ରେଲୱେ ବୋର୍ଡ ଚେୟାରମ୍ୟାନ ଓ ବୋର୍ଡର ଅନ୍ୟ ସଦସ୍ୟଙ୍କ ସାଧାରଣ ଯାତ୍ରା ସମୟରେ ଉପସ୍ଥିତ ରହିବା ଜରୁରୀ ଥିଲା। ଏହାସହ ବରିଷ୍ଠ ଅଧିକାରୀଙ୍କ ଘରେ ତଳ କର୍ମଚାରୀଙ୍କୁ କାମ କରିବା ତୁରନ୍ତ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

ମନ୍ତ୍ରାଳୟରେ ଭିଆଇପି କଲଚର ଶେଷ କରିବାକୁ ରେଲୱେ ବୋର୍ଡ ୧୯୮୧ରେ ଆସିଥିବା ଏକ ସର୍କୁଲାରରେ ଜାରି ନିର୍ଦ୍ଦେଶକୁ ଶେଷ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଉକ୍ତ ସର୍କୁଲାରରେ ଏହି ପ୍ରୋଟକଲ ଆସୁଛି।

ମନ୍ତ୍ରାଳୟ ୨୮ ସେପ୍ଟେମ୍ବରର ଏହି ଆଦେଶରେ କହିଛନ୍ତି, ରେଲୱେ ବୋର୍ଡର ଚେୟାରମ୍ୟାନ ଓ ବୋର୍ଡର ଅନ୍ୟ ସଦସ୍ୟଙ୍କ ଯାତ୍ରା ସମୟରେ ବିମାନବନ୍ଦର ଏବଂ ରେଲ ଷ୍ଟେସନରେ ଗ୍ରହଣ କରାଯାଉଥିବା ପ୍ରୋଟକଲ ସମ୍ବନ୍ଧିତ ଜାରି ନିର୍ଦ୍ଦେଶ ତଥା ନିର୍ଦ୍ଦେଶନାମାକୁ ତତ୍‌କାଳ ଫେରାଇ (ଶେଷ) ନିଆଯାଉଛି।

ରେଲୱେ ବୋର୍ଡ ଚେୟାରମ୍ୟାନ ଅନି ଲୋହାନୀ କହିଛନ୍ତି, “କୌଣସି ଅଧିକାରୀଙ୍କ ଏବେ ଫୁଲତୋଡା ଓ ଉପହାର ପ୍ରଦାନ କରାଯିବ ନାହିଁ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos