ମୁମ୍ବାଇ ଦଳାଚକଟା ପାଇଁ ବର୍ଷାକୁ ଦାୟୀ କଲା ରେଲୱେ

ମୁମ୍ବାଇର ଏଲଫିନଷ୍ଟୋନ୍‌ ରେଳ ଷ୍ଟେସନ୍‌ ଦଳାଚକଟା ପାଇଁ ବର୍ଷା ଦାୟୀ। ଅନ୍ୟ କୌଣସି ତ୍ରୁଟି ପ୍ରବଳ ବର୍ଷା ଯୋଗୁ  ଷ୍ଟେସନରେ ଦଳାଚକଟା ଭଳି ଭୟଙ୍କର ପରିସ୍ଥିତି ଉପୁଜିଲା ବୋଲି ଆଜି ତଦନ୍ତ ରିପୋର୍ଟ ଆସିଛି। ପଶ୍ଚିମ ରେଲୱେ ମୁଖ୍ୟ ସୁରକ୍ଷା ଅଧିକାରୀ ତତ୍ତ୍ୱବାଧାନରେ ଏହି ତଦନ୍ତ ହୋଇଥିଲା। ରିପୋର୍ଟରେ କୁହାଯାଇଛି ଯେ, ଲଗାଣ ବର୍ଷା ଯୋଗୁ ହଠାତ ଷ୍ଟେସନ ଜାମ ହୋଇଯାଇଥିଲା। ଲୋକେ ତରବର ହୋଇ ଟିକଟ କାଉଣ୍ଟରରେ ଭିଡ଼ ଜମାଇଥିଲେ। ଫଳରେ କ୍ଷମତା ବାହାରେ ଫୁଟ୍‌ […]

p-333

p-333

Rakesh Mallick
  • Published: Wednesday, 11 October 2017
  • Updated: 11 October 2017, 05:17 PM IST

Sports

Latest News

ମୁମ୍ବାଇର ଏଲଫିନଷ୍ଟୋନ୍‌ ରେଳ ଷ୍ଟେସନ୍‌ ଦଳାଚକଟା ପାଇଁ ବର୍ଷା ଦାୟୀ। ଅନ୍ୟ କୌଣସି ତ୍ରୁଟି ପ୍ରବଳ ବର୍ଷା ଯୋଗୁ  ଷ୍ଟେସନରେ ଦଳାଚକଟା ଭଳି ଭୟଙ୍କର ପରିସ୍ଥିତି ଉପୁଜିଲା ବୋଲି ଆଜି ତଦନ୍ତ ରିପୋର୍ଟ ଆସିଛି। ପଶ୍ଚିମ ରେଲୱେ ମୁଖ୍ୟ ସୁରକ୍ଷା ଅଧିକାରୀ ତତ୍ତ୍ୱବାଧାନରେ ଏହି ତଦନ୍ତ ହୋଇଥିଲା। ରିପୋର୍ଟରେ କୁହାଯାଇଛି ଯେ, ଲଗାଣ ବର୍ଷା ଯୋଗୁ ହଠାତ ଷ୍ଟେସନ ଜାମ ହୋଇଯାଇଥିଲା। ଲୋକେ ତରବର ହୋଇ ଟିକଟ କାଉଣ୍ଟରରେ ଭିଡ଼ ଜମାଇଥିଲେ। ଫଳରେ କ୍ଷମତା ବାହାରେ ଫୁଟ୍‌ ଓଭର ବ୍ରିଜ୍‌ରୁ ଲୋକ ହୋଇଯିବାରୁ ଦଳାଚକଟା ହୋଇଥିଲା।

ସୂଚନାଯୋଗ୍ୟଯେ, ମୁମ୍ବାଇର ଏଲଫିନଷ୍ଟୋନ୍‌ ରେଳ ଷ୍ଟେସନ୍‌ ଦଳାଚକଟା  ହୋଇ  ୨୩ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୫୦ରୁ ଅଧିକ ଲୋକ ଆହତ ହୋଇଛନ୍ତି ।  ଷ୍ଟେସନ୍‌ର ଫୁଟ ଓଭର ବ୍ରିଜରେ ଦଳାଚକଟା ହୋଇଥିଲା। ଏଥିରେ ମୃତକଙ୍କ ପରିବାବାରକୁ ୫ ଲକ୍ଷ ଟଙ୍କା କ୍ଷତିପୂରଣ ଦିଆଯାଇଥିଲା।

ଗତ ସେପ୍ଟମେମ୍ବର ୨୯ରେ ବର୍ଷା ହେବାରୁ ବହୁତ ଲୋକ ଓଭରବ୍ରିଜରେ ଆଶ୍ରୟ ନେଇଥିଲେ । ବର୍ଷା ଛାଡିବା ମାତ୍ରେ ସେମାନେ ବାହରକୁ ଯିବାକୁ ଧାଁ ଦୌଡ କରିଥିଲେ । ଏହି ଦୈଡାଦୈଡି ଭିତରେ ଦଳାଚକଟା ହୋଇଥିଲା। ଉକ୍ତ ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ଦେଇଥିଲେ ରେଳ ମନ୍ତ୍ରୀ ପୀୟୂଷ ଗୋଏଲ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos