ରୈନାଙ୍କ ସମ୍ପର୍କୀୟଙ୍କୁ ହତ୍ୟା ଘଟଣାରେ ୩ ଗିରଫ

ଚଣ୍ଡୀଗଡ଼: ପୂର୍ବତନ ଭାରତୀୟ ଷ୍ଟାର୍ ବ୍ୟାଟସମ୍ୟାନ୍ ସୁରେଶ ରୈନାଙ୍କ ସମ୍ପର୍କୀୟଙ୍କୁ ହତ୍ୟା ଘଟଣାରେ ଗୋଟିଏ ଗ୍ୟାଙ୍ଗର ୩ ଜଣ ସଦସ୍ୟଙ୍କୁ ପଞ୍ଜାବ ପୁଲିସ୍ ଗିରଫ କରିଛି। ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପଟେନ୍ ଅମ୍ରିନ୍ଦର ସିଂହ ଏହି ସୂଚନା ଦେଇଛନ୍ତି। ପଞ୍ଜାବ ପୁଲିସ ଡିଜି ଦୀନକର ଗୁପ୍ତାଙ୍କ କହିବା ଅନୁଯାୟୀ, ଏହି ହତ୍ୟା ଘଟଣାରେ ସଂପୃକ୍ତ ଥିବା ଅନ୍ତଃରାଜ୍ୟ ଲୁଟେରା ଗ୍ୟାଙ୍ଗର ତିନି ଜଣଙ୍କୁ ଗିରଫ କରାଯାଇଛି। ଏମାନେ ହେଲେ ରାଜସ୍ଥାନର ପେସାଦାର ଅପରାଧୀ ସାଓ୍ୱନ୍ ଓରଫ୍ ମ୍ୟାଚିଙ୍ଗ୍, ମହୋବାତ୍ […]

Raina

Subrat Kumar Nayak
  • Published: Wednesday, 16 September 2020
  • , Updated: 16 September 2020, 06:43 PM IST

ଚଣ୍ଡୀଗଡ଼: ପୂର୍ବତନ ଭାରତୀୟ ଷ୍ଟାର୍ ବ୍ୟାଟସମ୍ୟାନ୍ ସୁରେଶ ରୈନାଙ୍କ ସମ୍ପର୍କୀୟଙ୍କୁ ହତ୍ୟା ଘଟଣାରେ ଗୋଟିଏ ଗ୍ୟାଙ୍ଗର ୩ ଜଣ ସଦସ୍ୟଙ୍କୁ ପଞ୍ଜାବ ପୁଲିସ୍ ଗିରଫ କରିଛି। ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପଟେନ୍ ଅମ୍ରିନ୍ଦର ସିଂହ ଏହି ସୂଚନା ଦେଇଛନ୍ତି।

ପଞ୍ଜାବ ପୁଲିସ ଡିଜି ଦୀନକର ଗୁପ୍ତାଙ୍କ କହିବା ଅନୁଯାୟୀ, ଏହି ହତ୍ୟା ଘଟଣାରେ ସଂପୃକ୍ତ ଥିବା ଅନ୍ତଃରାଜ୍ୟ ଲୁଟେରା ଗ୍ୟାଙ୍ଗର ତିନି ଜଣଙ୍କୁ ଗିରଫ କରାଯାଇଛି। ଏମାନେ ହେଲେ ରାଜସ୍ଥାନର ପେସାଦାର ଅପରାଧୀ ସାଓ୍ୱନ୍ ଓରଫ୍ ମ୍ୟାଚିଙ୍ଗ୍, ମହୋବାତ୍ ଏବଂ ସାହାରୁଖ୍ ଖାନ୍ । ୧ ୧ ଜଣିଆ ଗ୍ୟାଙ୍ଗର୍ ଅନ୍ୟଜଣଙ୍କୁ ଚିହ୍ନଟ ସରିଛି ଏବଂ ଖୁବଶୀଘ୍ର ତାକୁ ଗିରଫ କରାଯିବ। ଅନ୍ୟ ଅପରାଧୀମାନଙ୍କୁ ଟ୍ରାକ୍ କରାଯାଉଛି ଏବଂ ପୁଲିସକୁ ଏନେଇ ଶୀଘ୍ର ସଫଳତା ମିଳିବା ଆଶା କରାଯାଉଥିବା ପଞ୍ଜାବ ଡିଜିପି କହିଛନ୍ତି। ଏହି ଗ୍ୟାଙ୍ଗ୍ ଉତ୍ତରପ୍ରଦେଶ, ପଞ୍ଜାବ୍ ଓ ଜମ୍ମୁ କାଶ୍ମୀରର ବିଭିନ୍ନ ଅଞ୍ଚଳରେ ଲୁଟ୍, ରାହାଜାନୀ ଓ ହତ୍ୟା ଭଳି ବହୁ ମାମଲାରେ ସଂପୃକ୍ତ ଥିବା ଗିରଫ ଅଭିଯୁକ୍ତମାନେ ପୁଲିସକୁ ସୂଚନା ଦେଇଛନ୍ତି।

ଏହି ଗିରଫଦାରୀ ପରେ ରୈନା ପଞ୍ଜାବ ମୁଖ୍ୟମନ୍ତ୍ରୀ ଓ ରାଜ୍ୟ ପୁଲିସକୁ ଧନ୍ୟବାଦ ଜଣାଇବା ସହ ପ୍ରଶଂସା ମଧ୍ୟ କରିଛନ୍ତି।

ସୂଚନାଯୋଗ୍ୟ, ପଞ୍ଜାବ ପଠାନକୋଟରେ ରହୁଥିବା ରୈନାଙ୍କ ପିଉସା ଅଶୋକ କୁମାରଙ୍କ ଘରେ ଏହି ଗ୍ୟାଙ୍ଗ୍ ଅଗଷ୍ଟ ୧୯ ତାରିଖ ରାତିରେ ହମଲା କରିଥିଲେ। ପରିବାରର ସମସ୍ତ ସଦସ୍ୟ ଛାତ ଉପରେ ଶୋଇଥିବାବେଳେ ଏହି ଆକ୍ରମଣ ହୋଇଥିଲା ଏଭଂ ଏଥିରେ ରୈନାଙ୍କ ପିଉସା ଓ ତାଙ୍କ ପୁଅ ପ୍ରାଣ ହରାଇଥିବାବେଳେ ପିଉସୀ ଗୁରୁତର ଆହତ ହୋଇଥିଲେ। ତେବେ ସେହି ଏକା ରାତିରେ ସଂପୃକ୍ତ ଗ୍ୟାଙ୍ଗର ଏହା ତୃତୀୟ ହମଲା ଥିଲା ବୋଲି ଗିରଫ ଅଭିଯୁକ୍ତମାନେ ପୁଲିସକୁ କହିଛନ୍ତି।

Related story