ପରଲୋକରେ ମନ୍ତ୍ରୀ ବନୱର ଲାଲ ମେଘୱାଲ

ଜୟପୁର: ରାଜସ୍ଥାନ ସରକାରରେ ମନ୍ତ୍ରୀ ଥିବା ବନୱର ଲାଲ ମେଘୱାଲଙ୍କ ଆଜି ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୨ ବର୍ଷ ବୟସ ହୋଇଥିଲା। ସେ କିଛି ଦିନ ହେଲା ଅସୁସ୍ଥତା ଯୋଗୁ ଗୁରୁଗ୍ରାମର ମେଦାନ୍ତ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ଆଜି ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ଘଟିଛି। ବନୱର ଲାଲଙ୍କ ଉଦ୍ଦେଶ୍ୟରେ ରାଜସ୍ଥାନ ସରକାର ରାଷ୍ଟ୍ରୀୟ ଶୋକ ଘୋଷଣା କରିଛନ୍ତି। ତାଙ୍କ ସମ୍ମାନାର୍ଥେ ରାଜ୍ୟର ସବୁ ସରକାରୀ ଅନୁଷ୍ଠାନ ବନ୍ଦ ରହିବ ଓ ଜାତୀୟ ପତାକା […]

fg

Hemant Lenka
  • Published: Monday, 16 November 2020
  • , Updated: 16 November 2020, 09:16 PM IST

ଜୟପୁର: ରାଜସ୍ଥାନ ସରକାରରେ ମନ୍ତ୍ରୀ ଥିବା ବନୱର ଲାଲ ମେଘୱାଲଙ୍କ ଆଜି ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୨ ବର୍ଷ ବୟସ ହୋଇଥିଲା। ସେ କିଛି ଦିନ ହେଲା ଅସୁସ୍ଥତା ଯୋଗୁ ଗୁରୁଗ୍ରାମର ମେଦାନ୍ତ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ଆଜି ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ଘଟିଛି।

ବନୱର ଲାଲଙ୍କ ଉଦ୍ଦେଶ୍ୟରେ ରାଜସ୍ଥାନ ସରକାର ରାଷ୍ଟ୍ରୀୟ ଶୋକ ଘୋଷଣା କରିଛନ୍ତି। ତାଙ୍କ ସମ୍ମାନାର୍ଥେ ରାଜ୍ୟର ସବୁ ସରକାରୀ ଅନୁଷ୍ଠାନ ବନ୍ଦ ରହିବ ଓ ଜାତୀୟ ପତାକା ଅର୍ଦ୍ଧନିମିତ ହେବ। ରାଜସ୍ଥାନରେ କ୍ଷମତାସୀନ କଂଗ୍ରେସ ସରକାରରେ ବନୱର ଲାଲ ସାମାଜିକ କଲ୍ୟାଣ ଓ ସଶକ୍ତିକରଣ ମନ୍ତ୍ରୀ ଥିଲେ। ଏହାପୂର୍ବରୁ ସେ ରାଜ୍ୟର ଶିକ୍ଷାମନ୍ତ୍ରୀ ଭାବେ ମଧ୍ୟ କାର୍ଯ୍ୟ କରିଛନ୍ତି।

ସୂଚନା ଅନୁସାରେ, ଚଳିତ ବର୍ଷ ମେ’ ମାସରେ ତାଙ୍କର ବ୍ରେନ ଷ୍ଟ୍ରୋକ ହୋଇଥିଲା। ସେବେଠାରୁ ସେ ଅସୁସ୍ଥତା ଅନୁଭବ କରିଥିଲେ। ଚଳିତ ବର୍ଷ ତାଙ୍କ ଝିଅ ବର୍ଷା ଦେବୀ ମଧ୍ୟ ହୃଦଘାତରେ ପ୍ରାଣ ହରାଇଥିଲେ। ତାଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଠାରୁ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଓ ଅନେକ ବିଶିଷ୍ଟ ବ୍ୟକ୍ତି ଶୋକ ପ୍ରକାଶ କରିଛନ୍ତି।

ଗେହଲଟ ଟ୍ୱିଟ କରି କହିଛନ୍ତି, ମୋ ସହଯୋଗୀ ବନୱର ଲାଲ ମେଘୱାଲଙ୍କ ଦେହାନ୍ତରେ ମୁଁ ମର୍ମାହତ। ୧୯୮୦ ମସିହାରୁ ଆମେ ଏକାଠି କାମ କରି ଆସୁଥିଲୁ। ଏଭଳି ଏକ ଘଡ଼ିସନ୍ଧି ମୁହୂର୍ତ୍ତରେ ତାଙ୍କ ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ଭଗବାନ ସହିବାର ଶକ୍ତି ଦିଅନ୍ତୁ। ତାଙ୍କ ଅମର ଆତ୍ମାର ସଦଗତି କାମନା କରୁଛି।

Related story