‘ମ୍ୟାନ୍‌ ଭର୍ସେସ୍‌ ୱାଇଲ୍ଡ’ ଶୁଟିଂରେ ରଜନୀକାନ୍ତ ଆହତ

ନୂଆଦିଲ୍ଲୀ: ମେଗାଷ୍ଟାର ରଜନୀକାନ୍ତ ବିଅର ଗ୍ରୀଲ୍ସଙ୍କ ସହ ‘ମ୍ୟାନ୍‌ ଭର୍ସେସ୍‌ ୱାଇଲ୍ଡ’ ଶୁଟିଂ କରୁଥିବା ସମୟରେ ସାମାନ୍ୟ ଆହାତ ହୋଇଛନ୍ତି। ତାଙ୍କର ଗୋଇଠିରେ ଆଘାତ ଲାଗିଥିବାବେଳେ କାନ୍ଧରେ ଆଞ୍ଚୁଡ଼ା ଦାଗ ରହିଛି।


‘ମ୍ୟାନ୍‌ ଭର୍ସେସ୍‌ ୱାଇଲ୍ଡ’ରେ ପ୍ରସିଦ୍ଧ ଭାରତୀୟ ଭାବେ ଭାଗ ନେବାରେ ରଜନୀକାନ୍ତ ଦ୍ୱିତୀୟ। ତାଙ୍କ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଏତିରେ ନଜର ଆସିଥିଲେ। ଗତବର୍ଷ ଅଗଷ୍ଟରେ ଡିସ୍କଭରୀ ଚ୍ୟାନେଲରେ ଏହା ପ୍ରସାରିତ ହୋଇଥିଲା।

ବହୁମାତ୍ରାରେ ଦକ୍ଷିଣ ଏସୀୟ ଭାଷାଭାଷୀ ଚଳଚ୍ଚିତ୍ର କରିଥିବା ଏହି ତାରକା ଥାଲାଇଭା ନାମରେ ବେଶ ପରିଚିତ। ସେ ଆଜି ମହୀଶୂରଠାରେ ଏହି ଅଧ୍ୟାୟ ପାଇଁ ଶୁଟିଂ ଆରମ୍ଭ କରିଛନ୍ତି। ଏଏନ୍‌ଆଇ ଶେୟାର କରିଥିବା ଏକ କ୍ଲିପ୍‌ରେ ରଜନୀକାନ୍ତ ବ୍ଲୁ ଜ୍ୟାକେଟ୍‌ ଏବଂ ଧୂସର ରଙ୍ଗର ପ୍ୟାଣ୍ଟରେ ନଜର ଆସିଛନ୍ତି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।