ଉତ୍ତର ପ୍ରଦେଶରେ ରାଜନାଥଙ୍କୁ ବିଜେପି କରିବନି ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ

ନୂଆଦିଲ୍ଲୀ: କେନ୍ଦ୍ର ଗୃହ ମନ୍ତ୍ରୀ ରାଜନାଥ ସିଂହ ଉତ୍ତର ପ୍ରଦେଶରେ ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହେବେ ନାହିଁ। ତେବେ ଉତ୍ତର ପ୍ରଦେଶର କୌଣସି ସାଂସଦଙ୍କୁ ହିଁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କରିବାକୁ ଦଳ ଏକ ପ୍ରକାର ନିଷ୍ପତ୍ତି ନେଇ ସାରିଛି। ଆସନ୍ତା ଅକ୍ଟୋବର-ନଭେମ୍ବର ମାସ ଆଡ଼କୁ ଦଳ ତା’ର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରିବାର ସମ୍ଭାବନା ରହିଛି।

ଦଳ ଭିତରୁ ମିଳିଥିବା ସୂଚନା ଅନୁଯାୟୀ ରାଜନାଥ ସିଂହ ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହେବେ ନାହିଁ। ତାଙ୍କୁ ଦଳ ମାର୍ଗଦର୍ଶକ ଭାବେ ବ୍ୟବହାର କରିବ। ସେ ଏବେ ଦେଶର ଗୃହ ମନ୍ତ୍ରୀ ଅଛନ୍ତି। ଏବେ ସେ ବଡ଼ ଦାୟିତ୍ୱ ନିଭାଉଛନ୍ତି। ତେଣୁ ତାଙ୍କୁ ଉତ୍ତର ପ୍ରଦେଶର ଦାୟିତ୍ୱ ଦିଆଯିବ ନାହିଁ। ତେବେ ରାଜନାଥ ଉତ୍ତର ପ୍ରଦେଶରେ ଦଳର ନେତୃତ୍ୱ ନେବା ପାଇଁ ନିଜ ଆଡୁ କହିଲେ ମନା କରାଯିବ ନାହିଁ।

ଆଲାହାବାଦରେ ଚାଲିଥିବା ଦଳର ଜାତୀୟ କାର୍ଯ୍ୟକାରିଣୀ ବୈଠକରେ ଉତ୍ତର ପ୍ରଦେଶରେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ସଂପର୍କରେ ଆଲୋଚନା ହେବ ନାହିଁ। ଏହି ବୈଠକ ପରେ ଦଳର ରାଷ୍ଟ୍ରୀୟ ସଭାପତି ଅମିତ ଶାହ ଆଉ ଏକ ବୈଠକ କରିବେ। ଏଥିରେ ବିଶେଷ ଭାବେ ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଉପରେ ଆଲୋଚନା କରାଯିବ।

ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଚୟନ କରିବା ପାଇଁ ଦଳ ଏକ ଆଭ୍ୟନ୍ତରୀଣ ସର୍ଭେ ମଧ୍ୟ କରିବ ବୋଲି ଜଣାପଡ଼ିଛି। ଏଥିରେ ଦଳର ୬ ଜଣ ନେତାଙ୍କ ନାମ ଉଲ୍ଲେଖ କରାଯାଇପାରେ। ସର୍ଭେ ରିପୋର୍ଟ ଆସିବା ପରେ ଦଳ ପରବର୍ତ୍ତୀ ରଣନୀତି ପ୍ରସ୍ତୁତ କରିବ।

ଆହୁରି ପଢ଼ନ୍ତୁ

ବିଜୁଳି ନେଲା ପୁଣି ୨୬ ଜୀବନ

ପୁଣି ରେକର୍ଡ କଲା ରେଳବାଇ, ଟ୍ରାକରେ ଦୌଡ଼ିଲା ୨.୮ କିମି ଲମ୍ବର ଟ୍ରେନ୍‌

‘ସରକାରୀ ସ୍କୁଲରେ ପଢ଼ିଥିବା ପିଲାଙ୍କୁ କେବଳ ସରକାରୀ ଚାକିରୀ‘

ପୁଲୱାମା ହମଲା: ଆଉ ଜଣଙ୍କୁ ବାନ୍ଧିଲା ଏନଆଇଏ

ଇଟାଲୀ ନୌସେନା ବିରୋଧୀ କେସ୍‌ ଜିତିଲା ଭାରତ

ଚାଇନାକୁ ଚେକ: ଲଦାଖ ସୀମାକୁ ଗଲେ ସର୍ଜିକାଲ ଷ୍ଟ୍ରାଇକରେ ନିୟୋଜିତ ଘାତକ କମାଣ୍ଡୋ

୬ ତାରିଖରୁ ତାଜ ମହଲ ଠାରୁ ରେଡ ଫୋର୍ଟ ଯାଏ ସବୁ କୀର୍ତ୍ତିରାଜି ଖୋଲିବ

ବିହାର ନିର୍ବାଚନ ପୂର୍ବରୁ ବଡ଼ ପରିବର୍ତ୍ତନ: ପୋଷ୍ଟାଲ ବାଲଟ୍‌ରେ ଦେଇ ହେବ ଭୋଟ

ସୀମାରେ ଅତିରିକ୍ତ ସେନା ମୁତୟନ ଖବରକୁ ମାନିଲାନି ପାକିସ୍ତାନ

ଲଦାଖ ବିବାଦ: ୨୧ଟି ମିଗ୍‌ ୨୯ ଓ ୧୨ଟି ସୁଖୋଇ-୩୦ ବିମାନ କିଣିବ ଭାରତ

ଆରୋଗ୍ୟ ହାରରେ ୧୧ନଂରେ ଓଡ଼ିଶା, ୧ ନଂରେ କିଏ ଜାଣନ୍ତୁ

ରେଳବାଇର ଘରୋଇ କରଣ ପାଇଁ ପ୍ରଥମ ଗୋଟି ଚଳାଇଲେ ମୋଦି ସରକାର