ଉତ୍ତର ପ୍ରଦେଶରେ ରାଜନାଥଙ୍କୁ ବିଜେପି କରିବନି ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ

ନୂଆଦିଲ୍ଲୀ: କେନ୍ଦ୍ର ଗୃହ ମନ୍ତ୍ରୀ ରାଜନାଥ ସିଂହ ଉତ୍ତର ପ୍ରଦେଶରେ ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହେବେ ନାହିଁ। ତେବେ ଉତ୍ତର ପ୍ରଦେଶର କୌଣସି ସାଂସଦଙ୍କୁ ହିଁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କରିବାକୁ ଦଳ ଏକ ପ୍ରକାର ନିଷ୍ପତ୍ତି ନେଇ ସାରିଛି। ଆସନ୍ତା ଅକ୍ଟୋବର-ନଭେମ୍ବର ମାସ ଆଡ଼କୁ ଦଳ ତା’ର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରିବାର ସମ୍ଭାବନା ରହିଛି। ଦଳ ଭିତରୁ ମିଳିଥିବା ସୂଚନା ଅନୁଯାୟୀ ରାଜନାଥ ସିଂହ ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହେବେ ନାହିଁ। ତାଙ୍କୁ ଦଳ […]

rajnath-singh

Rakesh Mallick
  • Published: Sunday, 12 June 2016
  • , Updated: 12 June 2016, 12:50 PM IST

ନୂଆଦିଲ୍ଲୀ: କେନ୍ଦ୍ର ଗୃହ ମନ୍ତ୍ରୀ ରାଜନାଥ ସିଂହ ଉତ୍ତର ପ୍ରଦେଶରେ ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହେବେ ନାହିଁ। ତେବେ ଉତ୍ତର ପ୍ରଦେଶର କୌଣସି ସାଂସଦଙ୍କୁ ହିଁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କରିବାକୁ ଦଳ ଏକ ପ୍ରକାର ନିଷ୍ପତ୍ତି ନେଇ ସାରିଛି। ଆସନ୍ତା ଅକ୍ଟୋବର-ନଭେମ୍ବର ମାସ ଆଡ଼କୁ ଦଳ ତା’ର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରିବାର ସମ୍ଭାବନା ରହିଛି।

ଦଳ ଭିତରୁ ମିଳିଥିବା ସୂଚନା ଅନୁଯାୟୀ ରାଜନାଥ ସିଂହ ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହେବେ ନାହିଁ। ତାଙ୍କୁ ଦଳ ମାର୍ଗଦର୍ଶକ ଭାବେ ବ୍ୟବହାର କରିବ। ସେ ଏବେ ଦେଶର ଗୃହ ମନ୍ତ୍ରୀ ଅଛନ୍ତି। ଏବେ ସେ ବଡ଼ ଦାୟିତ୍ୱ ନିଭାଉଛନ୍ତି। ତେଣୁ ତାଙ୍କୁ ଉତ୍ତର ପ୍ରଦେଶର ଦାୟିତ୍ୱ ଦିଆଯିବ ନାହିଁ। ତେବେ ରାଜନାଥ ଉତ୍ତର ପ୍ରଦେଶରେ ଦଳର ନେତୃତ୍ୱ ନେବା ପାଇଁ ନିଜ ଆଡୁ କହିଲେ ମନା କରାଯିବ ନାହିଁ।

ଆଲାହାବାଦରେ ଚାଲିଥିବା ଦଳର ଜାତୀୟ କାର୍ଯ୍ୟକାରିଣୀ ବୈଠକରେ ଉତ୍ତର ପ୍ରଦେଶରେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ସଂପର୍କରେ ଆଲୋଚନା ହେବ ନାହିଁ। ଏହି ବୈଠକ ପରେ ଦଳର ରାଷ୍ଟ୍ରୀୟ ସଭାପତି ଅମିତ ଶାହ ଆଉ ଏକ ବୈଠକ କରିବେ। ଏଥିରେ ବିଶେଷ ଭାବେ ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଉପରେ ଆଲୋଚନା କରାଯିବ।

ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଚୟନ କରିବା ପାଇଁ ଦଳ ଏକ ଆଭ୍ୟନ୍ତରୀଣ ସର୍ଭେ ମଧ୍ୟ କରିବ ବୋଲି ଜଣାପଡ଼ିଛି। ଏଥିରେ ଦଳର ୬ ଜଣ ନେତାଙ୍କ ନାମ ଉଲ୍ଲେଖ କରାଯାଇପାରେ। ସର୍ଭେ ରିପୋର୍ଟ ଆସିବା ପରେ ଦଳ ପରବର୍ତ୍ତୀ ରଣନୀତି ପ୍ରସ୍ତୁତ କରିବ।

Related story