ଗୁଆହାଟୀ ଗ୍ରେନେଡ୍‌ ବିସ୍ଫୋରଣରେ ୧୨ ଆହତ, ଆସାମ ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେଲେ ରାଜନାଥ ସିଂହ

ଗୁଆହାଟୀ: ଗତକାଲି ଆସାମ ଗୁଆହାଟୀର ଜୁ’ ରୋଡ୍‌ଠାରେ ହୋଇଥିବା ଗ୍ରେନେଡ୍‌ ବିସ୍ଫୋରଣ ଘଟଣାରେ ଆହତଙ୍କ ସଂଖ୍ୟା ୮ରୁ ୧୨ରେ ପହଞ୍ଚିଛି। ଏ ନେଇ ଆସାମ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନେୱାଲଙ୍କ ସହିତ କଥା ହୋଇଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂହ। HM Rajnath Singh spoke to Assam Chief Minister, Sarbananda Sonowal over the blast in Guwahati yesterday. The Chief Minister apprised him of the situation and that the […]

Rajnath-Singh

Subhransu Sekhar
  • Published: Thursday, 16 May 2019
  • , Updated: 16 May 2019, 12:33 PM IST

ଗୁଆହାଟୀ: ଗତକାଲି ଆସାମ ଗୁଆହାଟୀର ଜୁ’ ରୋଡ୍‌ଠାରେ ହୋଇଥିବା ଗ୍ରେନେଡ୍‌ ବିସ୍ଫୋରଣ ଘଟଣାରେ ଆହତଙ୍କ ସଂଖ୍ୟା ୮ରୁ ୧୨ରେ ପହଞ୍ଚିଛି। ଏ ନେଇ ଆସାମ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନେୱାଲଙ୍କ ସହିତ କଥା ହୋଇଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂହ।

ଗତକାଲି ସଂଧ୍ୟାରେ ହୋଇଥିବା ଏହି ଆକ୍ରମଣ ପାଇଁ 'ଉଲ୍‌ଫା' ସଂଗଠନ ନିଜକୁ ଦାୟୀ କରିଛି। ସୂଚନାଯୋଗ୍ୟ ଯେ, ଗତକାଲି ସଂଧ୍ୟାରେ ସନ୍ଦିଗ୍ଧ ଆତଙ୍କବାଦୀମାନେ ହେଲମେଟ୍ ପିନ୍ଧି ମୋଟର ସାଇକେଲରେ ଆସିଥିଲେ । ଦିସପୁର ଠାରେ ଥିବା ଚିଡ଼ିଆଖାନା ରୋଡ୍‌ ସ୍ଥିତ ସେଣ୍ଟ୍ରାଲ୍‌ ମଲ୍‌ ସାମ୍ନାରେ ଗ୍ରେନେଡ୍‌ ବିସ୍ଫୋରଣ କରି ଫେରାର ହୋଇ ଯାଇଥିଲେ। ଆହତ ମାନଙ୍କୁ ଗୁଆହାଟୀ ମେଡିକାଲ୍‌ କଲେଜ୍‌ ଏବଂ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି।

ଏହି ଘଟଣାକୁ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୋୱାଲ ନିନ୍ଦା କରିବା ସହିତ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି।

Related story