କରୋନା ସହ ୩ ମାସ କାଳ ଲଢ଼େଇ କରି ହାରିଗଲେ ସାଂସଦ ଅଭୟ

ନୂଆଦିଲ୍ଲୀ: ମହାମାରୀ କରୋନା ସହ ଦୀର୍ଘ ୩ ମାସ କାଳ ହସ୍ପିଟାଲରେ ଲଢ଼େଇ କରି ଶେଷରେ ଜୀବନ ଯୁଦ୍ଧରେ ହାରି ଯାଇଛନ୍ତି ରାଜ୍ୟସଭା ସାଂସଦ ଅଭୟ ଭରଦ୍ୱାଜ। ଗୁଜରାଟର ଏହି ସାଂସଦ ଜଣଙ୍କ ଚେନ୍ନାଇର ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବେଳେ ଆଜି ସବୁ ଦିନ ପାଇଁ ଆଖି ବୁଜି ଦେଇଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୬୬ ବର୍ଷ ବୟସ ହୋଇଥିଲା। ଅଭୟ ଭରଦ୍ୱାଜ ହେଉଛନ୍ତି ଜଣେ ପ୍ରଖ୍ୟାତ ଓକିଲ। ଚଳିତ ବର୍ଷ ଜୁନ୍‌ ମାସରେ ସେ […]

v

Hemant Lenka
  • Published: Tuesday, 01 December 2020
  • , Updated: 01 December 2020, 06:56 PM IST

ନୂଆଦିଲ୍ଲୀ: ମହାମାରୀ କରୋନା ସହ ଦୀର୍ଘ ୩ ମାସ କାଳ ହସ୍ପିଟାଲରେ ଲଢ଼େଇ କରି ଶେଷରେ ଜୀବନ ଯୁଦ୍ଧରେ ହାରି ଯାଇଛନ୍ତି ରାଜ୍ୟସଭା ସାଂସଦ ଅଭୟ ଭରଦ୍ୱାଜ। ଗୁଜରାଟର ଏହି ସାଂସଦ ଜଣଙ୍କ ଚେନ୍ନାଇର ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବେଳେ ଆଜି ସବୁ ଦିନ ପାଇଁ ଆଖି ବୁଜି ଦେଇଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୬୬ ବର୍ଷ ବୟସ ହୋଇଥିଲା।

ଅଭୟ ଭରଦ୍ୱାଜ ହେଉଛନ୍ତି ଜଣେ ପ୍ରଖ୍ୟାତ ଓକିଲ। ଚଳିତ ବର୍ଷ ଜୁନ୍‌ ମାସରେ ସେ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ। ଅଗଷ୍ଟରେ ବିଜେପିର ଦଳୀୟ ବୈଠକ ଓ ରାଜକୋଟରେ ଆୟୋଜିତ ରୋଡ୍‌ ଶୋ’ରେ ଅଭୟ ଯୋଗଦେଇଥିଲେ। ଏହାପରେ ତାଙ୍କର କରୋନା ଟେଷ୍ଟ କରାଯାଇଥିଲା।

ଅଗଷ୍ଟ ୩୧ରେ ତାଙ୍କ ରିପୋର୍ଟ ପଜିଟିଭ ଆସିବା ପରେ ତାଙ୍କର ଚିକିତ୍ସା ଆରମ୍ଭ କରାଯାଇଥିଲା। ପ୍ରଥମେ ସେ ଗୁଜରାଟର ରାଜକୋଟରେ ଥିବା ସରକାରୀ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। କିନ୍ତୁ ସେଠାରେ ତାଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ବିମାନ ଯୋଗେ ଚେନ୍ନାଇ ନିଆଯାଇଥିଲା।

ଚେନ୍ନାଇର ଏମଜିଏମ ହସ୍ପିଟାଲର ଡାକ୍ତର ଆର ବାଲାକ୍ରିଷ୍ଣନଙ୍କ ତତ୍ତ୍ୱାବଧାନରେ ତାଙ୍କର ଚିକିତ୍ସା କରାଯାଉଥିଲା। ହେଲେ ଆଜି ତାଙ୍କର ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ ହୋଇଛି। ତାଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଠାରୁ ଆରମ୍ଭ କରି ବହୁ ବିଶିଷ୍ଟ ବ୍ୟକ୍ତି ଶୋକ ପ୍ରକାଶ କରିଛନ୍ତି।

Related story