ରାଜ୍ୟସଭାରେ ପାରିତ ହେଲା ସଂଶୋଧିତ ଜୁଭେନାଇଲ୍ ଜଷ୍ଟିସ୍ ବିଲ୍

ନୂଆଦିଲ୍ଲୀ: ରାଜ୍ୟସଭାରେ ପାସ୍ ହେଲା ସଂଶୋଧିତ ଜୁଭେନାଇଲ୍ ଜଷ୍ଟିସ୍ ବିଲ୍। ଗୃହରେ ପ୍ରାୟ ୫ ଘଣ୍ଟାର ବିତର୍କ ପରେ ବିଲଟି ଧ୍ୱନି ମତରେ ପାସ୍ ହୋଇଛି। ସଂଶୋଧିତ ଆଇନରେ ଜଘନ୍ୟ ଅପରାଧରେ ସଂପୃକ୍ତ ବାଳ ଅପରାଧୀଙ୍କ ବୟସ ସୀମା ୧୮ରୁ ୧୬କୁ ହ୍ରାସ କରାଯିବାକୁ ବ୍ୟବସ୍ଥା ରହିଛି। ବାଳ ଅପରାଧୀଙ୍କ ସର୍ବୋଚ୍ଚ ବୟସ ସୀମା ୧୬କୁ ଧାର୍ଯ୍ୟ କରାଯାଇଛି। ସେହିପରି ଜଘନ୍ୟ ଅପରାଧରେ ଜଡ଼ିତ ବାଳ ଅପରାଧୀଙ୍କ ପାଇଁ ୩ରୁ ୭ ବର୍ଷ ଜେଲ୍ ଦଣ୍ଡର ବ୍ୟବସ୍ଥା […]

rajya-shava

rajya-shava

Rakesh Mallick
  • Published: Tuesday, 22 December 2015
  • Updated: 23 December 2015, 03:46 AM IST

Sports

Latest News

ନୂଆଦିଲ୍ଲୀ: ରାଜ୍ୟସଭାରେ ପାସ୍ ହେଲା ସଂଶୋଧିତ ଜୁଭେନାଇଲ୍ ଜଷ୍ଟିସ୍ ବିଲ୍। ଗୃହରେ ପ୍ରାୟ ୫ ଘଣ୍ଟାର ବିତର୍କ ପରେ ବିଲଟି ଧ୍ୱନି ମତରେ ପାସ୍ ହୋଇଛି। ସଂଶୋଧିତ ଆଇନରେ ଜଘନ୍ୟ ଅପରାଧରେ ସଂପୃକ୍ତ ବାଳ ଅପରାଧୀଙ୍କ ବୟସ ସୀମା ୧୮ରୁ ୧୬କୁ ହ୍ରାସ କରାଯିବାକୁ ବ୍ୟବସ୍ଥା ରହିଛି। ବାଳ ଅପରାଧୀଙ୍କ ସର୍ବୋଚ୍ଚ ବୟସ ସୀମା ୧୬କୁ ଧାର୍ଯ୍ୟ କରାଯାଇଛି। ସେହିପରି ଜଘନ୍ୟ ଅପରାଧରେ ଜଡ଼ିତ ବାଳ ଅପରାଧୀଙ୍କ ପାଇଁ ୩ରୁ ୭ ବର୍ଷ ଜେଲ୍ ଦଣ୍ଡର ବ୍ୟବସ୍ଥା ରହିଛି। ଆଜି ମହିଳା ଓ ଶିଶୁ କଲ୍ୟାଣ ମନ୍ତ୍ରୀ ମାନେକା ଗାନ୍ଧୀ ବିଲକୁ ଗୃହରେ ଉପସ୍ଥାପନ କରିବା ପରେ ଆଲୋଚନା ଆରମ୍ଭ ହୋଇଥିଲା। ବିଲକୁ କଂଗ୍ରେସ, ଟିଏମସି ସମର୍ଥନ କରିଥିଲା ବେଳେ ଡିଏମକେ, ଏନସିପି, ସିପିଏମ୍ ପ୍ରମୁଖ ବିରୋଧ କରିଥିଲେ। ବିତର୍କରେ ଭାଗ ନେଇ କଂଗ୍ରେସ ସାଂସଦ ଆନନ୍ଦ ଶର୍ମା କହିଥିଲେ, କେବଳ ବିଲ୍ ପାସ୍ ହୋଇଗଲେ ସ୍ଥିତି ବଦଳି ଯିବନି, ଲୋକଙ୍କ ମାନସିକତାରେ ପରିବର୍ତ୍ତନ ପାଇଁ ବ୍ୟାପକ ସମାଜ ସଚେତନତା କାର୍ଯ୍ୟକ୍ରମ କରିବାକୁ ପଡ଼ିବ। ତୃଣମୂଳ କଂଗ୍ରେସ ମଧ୍ୟ ବିଲକୁ ସମର୍ଥନ କରି ଶୀଘ୍ର ଏହା ପାସ୍ ହେବା ଦରକାର ବୋଲି କହିଛି। ତେବେ ଡିଏମକେ ସାଂସଦ କାନିମୋଇ ବିତର୍କରେ ଭାଗନେଇ ବିଲକୁ ପାସ୍ କରାଯିବା ପୂର୍ବରୁ ସିଲେକ୍ଟ କମିଟିକୁ ପଠାଯିବାକୁ ଦାବି କରିଛନ୍ତି। ସିପିଏମ୍ ପକ୍ଷରୁ ମଧ୍ୟ ଅନୁରୂପ ଦାବି କରାଯାଇଥିଲା। ତେବେ ଦୀର୍ଘ ସମୟର ବିତର୍କ ପରେ ବିଲକୁ ରାଜ୍ୟସଭାର ଅନୁମୋଦନ ମିଳିଛି। ବିତର୍କ ସମୟରେ ଦିଲ୍ଲୀ ଗଣବଳାତ୍କାରରେ ପ୍ରାଣ ହରାଇଥିବା ନିର୍ଭୟାଙ୍କ ବାପା-ମା ଦର୍ଶକ ଗ୍ୟାଲେରିରେ ଉପସ୍ଥିତ ଥିଲେ। ପୂର୍ବରୁ ବିଲକୁ ଲୋକସଭାର ଅନୁମୋଦନ ମିଳିଥିଲା। ରାଜ୍ୟସଭାର ଅନୁମୋଦନ ପରେ ବିଲଟି ଆଇନରେ ପରିଣତ ହେବାର ବାଟ ଫିଟିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story