ରାଜନୈତିକ ଦଳଗୁଡ଼ିକୁ ଆରଟିଆଇ ପରିସରଭୁକ୍ତ ପ୍ରସଙ୍ଗ : ୬ଟି ରାଜନୈତିକ ଦଳକୁ ନୋଟିସ୍ କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ରାଜନୈତିକ ଦଳଗୁଡ଼ିକୁ କାହିଁକି ସୂଚନା ଅଧିକାର ଆଇନ୍ ପରିସରଭୁକ୍ତ କରା ନ ଯିବ? କାହିଁକି  ଆରଟିଆଇ ପରିସରଭୁକ୍ତ ହେବନାହିଁ ରାଜନୈତକ ଦଳର ଆର୍ଥିକ କାରବାର। କାହିଁକି ସାର୍ବଜନୀନ ହେବନାହିଁ ରାଜନୈତିକ ଦଳଙ୍କ ଖର୍ଚ୍ଚ ? ଏ ନେଇ ଆଜି କେନ୍ଦ୍ର ସରକାର ଓ ନିର୍ବାଚନ କମିଶନଙ୍କୁ ନୋଟିସ ଜାରି କରିଛନ୍ତି ସୁପ୍ରିମକୋର୍ଟ। ବିଜେପି ଓ କଂଗ୍ରେସ ସମେତ ଦେଶର ପ୍ରମୁଖ ୬ଟି ରାଜନୈତିକ ଦଳକୁ ବି ନୋଟିସ୍ ପଠାଯାଇଛି। ଜାତୀୟ ଓ ଆଞ୍ଚଳିକ ରାଜନୈତିକ ଦଳଗୁଡ଼ିକୁ […]

SC

Rakesh Mallick
  • Published: Tuesday, 07 July 2015
  • , Updated: 07 July 2015, 01:58 PM IST

ନୂଆଦିଲ୍ଲୀ: ରାଜନୈତିକ ଦଳଗୁଡ଼ିକୁ କାହିଁକି ସୂଚନା ଅଧିକାର ଆଇନ୍ ପରିସରଭୁକ୍ତ କରା ନ ଯିବ? କାହିଁକି  ଆରଟିଆଇ ପରିସରଭୁକ୍ତ ହେବନାହିଁ ରାଜନୈତକ ଦଳର ଆର୍ଥିକ କାରବାର। କାହିଁକି ସାର୍ବଜନୀନ ହେବନାହିଁ ରାଜନୈତିକ ଦଳଙ୍କ ଖର୍ଚ୍ଚ ? ଏ ନେଇ ଆଜି କେନ୍ଦ୍ର ସରକାର ଓ ନିର୍ବାଚନ କମିଶନଙ୍କୁ ନୋଟିସ ଜାରି କରିଛନ୍ତି ସୁପ୍ରିମକୋର୍ଟ। ବିଜେପି ଓ କଂଗ୍ରେସ ସମେତ ଦେଶର ପ୍ରମୁଖ ୬ଟି ରାଜନୈତିକ ଦଳକୁ ବି ନୋଟିସ୍ ପଠାଯାଇଛି। ଜାତୀୟ ଓ ଆଞ୍ଚଳିକ ରାଜନୈତିକ ଦଳଗୁଡ଼ିକୁ ପବ୍ଲିକ ଅଥରିଟି ଘୋଷଣା କରିବା ଏବଂ ସେଗୁଡ଼ିକୁ ସୂଚନା ଅଧିକାର ଆଇନ୍ ବା ଆରଟିଆଇ ପରିସରଭୁକ୍ତ କରିବା ଦାବିରେ ଦି ଆସୋସିଏସନ ଫର ଡେମୋକ୍ରାଟିକ ରିଫର୍ମସ୍ ନାମକ ସ୍ୱେଚ୍ଛାସେବୀ ସଂସ୍ଥା ଦାଏର କରିଥିବା ମାମଲାର ବିଚାର କରି କୋର୍ଟ ଏହି ନୋଟିସ ଜାରି କରିଛନ୍ତି। ଆବେଦନକାରୀଙ୍କ ପକ୍ଷରୁ ମାମଲା ଲଢୁଥିବା ବରିଷ୍ଠ ଆଇନଜୀବୀ ପ୍ରଶାନ୍ତ ଭୂଷଣ ଯୁକ୍ତି ବାଢ଼ିଥିଲେ, ରାଜନୈତିକ ଦଳ ଗୁଡ଼ିକୁ ପବ୍ଲକ ଅଥିରିଟି ଦର୍ଶାଯାଉ ଏବଂ ଆରଟିଆଇ ଆଇନରେ ମଧ୍ୟ ସଂଶୋଧନ କରାଯାଉ। ଏପରିକି କେନ୍ଦ୍ରୀୟ ସୂଚନା ଆୟୋଗଙ୍କ ପକ୍ଷରୁ ଏ ସଂପର୍କରେ ସ୍ପଷ୍ଟ ନିଦ୍ଦେର୍ଶ ଥିବା ପ୍ରଶାନ୍ତ କୋର୍ଟଙ୍କୁ ଅବଗତ କରିଥିଲେ।

ସୂଚନାଯୋଗ୍ୟ ଯେ, ଆବେଦନକାରୀ ସଂସ୍ଥାର ଯୁକ୍ତି ଅନୁସାରେ ରାଜନୈତିକ ଦଳଗୁଡ଼ିକୁ ମିଳୁଥିବା ଦାନ ବାବଦକୁ ସେମାନେ କୌଣସି ଆୟକର ପୈଠ କରୁନାହାଁନ୍ତି। ସେହିପରି ୨୦ ହଜାର ଟଙ୍କ।ରୁ କମ୍ ଅନୁଦାନ ଦେଉଥିବା ବ୍ୟକ୍ତି ବା ସଂସ୍ଥା ନାମରେ ପ୍ରକାଶ ନ କରିବା ଲାଗି ମଧ୍ୟ ରାଜନୈତକ ଦଳଗୁଡ଼ିକ ପକ୍ଷରୁ ନିୟମ ହୋଇଛି। ରାଜନୈତିକ ଦଳଗୁଡ଼ିକ ବିଭିନ୍ନ ବ୍ୟକ୍ତି, କର୍ପୋରେଟ୍ ସଂସ୍ଥା ଏବଂ ଟ୍ରଷ୍ଟ ପକ୍ଷରୁ ଦାନ ଓ ଅନୁଦାନ ବାବଦରେ ପ୍ରଚୁର ଅର୍ଥ ଆୟ କରୁଥିବା ବେଳେ ଦାତାଙ୍କ ନାଁ ପ୍ରକାଶ କରୁନାହାଁନ୍ତି। ତେଣୁ ରାଜନୈତିକ ଦଳ ଗୁଡ଼ିକ ସେମାନଙ୍କ ଆୟ ଓ ବ୍ୟୟ ସମ୍ପର୍କରେ ସୂଚନା ଦେବା ବାଧ୍ୟତାମୂଳକ କରାଯାଉ ବୋଲି ସଂପୃକ୍ତ ଏନଜିଓ ପକ୍ଷରୁ ସୁପ୍ରିମକୋର୍ଟଙ୍କୁ ନିବେଦନ କରାଯାଇଛି।

Related story