ନୂଆଦିଲ୍ଲୀ: ପାକିସ୍ତାନୀ ଭଉଣୀଙ୍କଠାରୁ ରାଖୀ ପିନ୍ଧିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ବାହାଘର ପରେ କମର ମୋହସିନ୍ ଶେଖ୍ ପାକିସ୍ତାନରୁ ଭାରତ ଚାଲି ଆସିଥିଲେ। ସେହି ଦିନଠାରୁ ସେ ଭାରତରେ ରହି ଆସୁଛନ୍ତି। କମର ମୋହସିନ୍ କହିଛନ୍ତି,“ଯେବେ ମୁଁ ପ୍ରଥମ ଥର ପାଇଁ ମୋଦି ଭାଇଙ୍କୁ ରାଖୀ ବାନ୍ଧି ଥିଲି ସେ ସେତେବେଳେ ଆର୍ଏସ୍ଏସ୍ ଜଣେ କାର୍ଯ୍ୟକର୍ତ୍ତା ଥିଲେ। ଆଜି ସେ କଠିନ ପରିଶ୍ରମ ଓ ଦୂରଦୃଷ୍ଟି ଯୋଗୁଁ ଦେଶର ପ୍ରଧାନମନ୍ତ୍ରୀ ହୋଇଛନ୍ତି। ସେ ବ୍ୟସ୍ତ ଥିବେ ବୋଲି ମୁଁ ଭାବୁଥିଲି, କିନ୍ତୁ ଦୁଇ ଦିନ ତଳେ ତାଙ୍କର ଫୋନ୍ ଆସିଥିଲା। ସେଥିପାଇଁ ମୁଁ ବହୁତ ଖୁସି।”
ସେ ଆହୁରି କହିଛନ୍ତି,“ମୁଁ ଯେତେବେଳେ ମୋ ସ୍ୱାମୀଙ୍କ ସହିତ ଦିଲ୍ଳୀ ଆସିଥିଲି ସେ ସମୟରେ ମୋଦିଙ୍କ ସହିତ ମୋର ସାକ୍ଷାତ ହୋଇଥିଲା। ତାଙ୍କ ବ୍ୟବହାର ବହୁତ ଭଲ ଥିଲା। ସେ ସବୁବେଳେ ମୋତେ ସାକ୍ଷାତ କରୁଥିଲେ ଓ ସେତେବେଳେ ନିଶ୍ଚିତ ପଚାରୁଥିଲେ କେମିତି ଅଛି ମୋ ଭଉଣୀ। ତାଙ୍କୁ ମୁଁ ଦୀର୍ଘ ୩୬ ବର୍ଷ ହେବ ରାଖୀ ବାନ୍ଧି ଆସୁଛି।”
ଏଥର ରାଖୀ ବାନ୍ଧିବା ପାଇଁ ମୋଦି ତାଙ୍କୁ ଦିଲ୍ଲୀ ଡାକିଥିବା କମର ମୋହସିନ୍ କହିଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Politics
କେବଳ ଲୋକସଭା ନିର୍ବାଚନ ପାଇଁ ଗଠନ ହୋଇଥିଲା 'ଇଣ୍ଡିଆ' ମେଣ୍ଟ: ଶରଦ ପାୱାର
ରାଜ୍ୟ ଓ ଆଞ୍ଚଳିକ ନିର୍ବାଚନରେ ଏକାଠି ଲଢ଼ିବାକୁ ଆଲୋଚନା ହୋଇନଥିଲା ବୋଲି କହିଲେ ଶରଦ ପାୱାର।
National
‘ପ୍ୟାରିସ୍ ଭଳି ଦିଲ୍ଲୀ’ କହି କେଜ୍ରିୱାଲଙ୍କୁ ରାହୁଲଙ୍କ କଟାକ୍ଷ, ଦେଖନ୍ତୁ ଭିଡିଓ
ଇଣ୍ଡି ବ୍ଲକ୍ ମଧ୍ୟରେ ସବୁ କିଛି ଠିକ୍ଠାକ୍ ଚାଲି ନଥିବା ବେଳେ ଉଭୟ ଆପ୍ ଓ କଂଗ୍ରେସ ସଦସ୍ୟଙ୍କ ମଧ୍ୟରେ କାନ୍ଦୁଆ ଫିଙ୍ଗାଫିଙ୍ଗି ବଢ଼ିଯାଇଛି। ଏମିତିକି ଅନ୍ୟ ଦଳ ସହିତ ଆଲୋଚନା କଲା ପରେ କଂଗ୍ରେସକୁ ଇଣ୍ଡି ବ୍ଳକ୍ରୁ ବାହାର କରି ଦେବାକୁ ଧମକ ଦେଇଛି ଆପ୍।
Crime
ଦିଲ୍ଲୀରେ ୪୦୦ ସ୍କୁଲକୁ ବୋମା ଧମକ ଦେଇଥିଲା ନାବାଳକ, ଆପ୍-ବିଜେପି ମୁହାଁମୁହିଁ
ଗତ ୮ତାରିଖରେ ମିଳିଥିବା ମେଲକୁ ଟ୍ରାକ୍ କରି ଜଣେ ଯୁକ୍ତ୨ ଛାତ୍ରକୁ ଧରିଛି ପୁଲିସ। ଛାତ୍ର ଓ ଏହାର ଅଭିଭାବକ ଏକ ଏନଜିଓ ସହ ଜଡ଼ିତ। ଏନଜିଓ ଏକ ରାଜନୈତିକ ଦଳ ସହ ଜଡ଼ିତ ବୋଲି କହିଛି ପୁଲିସ।
National
କୁମ୍ଭମେଳାରେ ଅସୁସ୍ଥ ହୋଇ ପଡ଼ିଲେ ଷ୍ଟିଭ୍ ଜବ୍ସଙ୍କ ପତ୍ନୀ
ପ୍ରଥମ ଥର ପାଇଁ କୁମ୍ଭମେଳାରେ ଭାଗ ନେବାକୁ ଆସିଥିବା ଲରେନ୍ ପାୱେଲ ପୂର୍ବରୁ କେବେ ଏପରି ଭିଡ଼ ଦେଖିନଥିଲେ। ରବିବାର ରାତିରୁ ସେ ପ୍ରୟାଗରାଜରେ ସ୍ୱାମୀ କୈଳାଶନନ୍ଦ ଗିରିଙ୍କ ଶିବିରରେ ରହୁଛନ୍ତି।
National
ମା' ବିକି ଦେଲା ବୁଲେଟ୍, ନିଜକୁ ଗୁଳି କରିଦେଲା ପୁଅ
ନବମ ଶ୍ରେଣୀ ଛାତ୍ର ଜଣକ ରାଗରେ ନିଜକୁ ଗୁଳି କରି ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି।