ସମଲିଙ୍ଗୀ ହୋଇଯାଇଥିଲେ ରାମ ରହିମଙ୍କ ଅନେକ ପୁରୁଷ ଅନୁଗାମୀ, ଭୟରେ ପତ୍ନୀଙ୍କୁ ଡାକୁଥିଲେ ଭଉଣୀ!

ନୂଆଦିଲ୍ଲୀ: ଦୁଇଟି ଦୁଷ୍କର୍ମ କରି ୨୦ବର୍ଷ ଜେଲ ଦଣ୍ଡ ଭୋଗୁଥିବା ଡେରା ସଚ୍ଚା ସୌଦା ମୁଖ୍ୟ ଗୁରମିତ ରାମ ରହିମଙ୍କର ଅନେକ ଅନୁଗାମୀ ସମଲିଙ୍ଗୀ ହୋଇ ଯାଇଥିଲେ ବୋଲି ଚର୍ଚ୍ଚା ହେଉଛି। ‘ଇଣ୍ଡିଆ ଟୁଡେ’ ରାମ ରହିମଙ୍କ ସମ୍ପର୍କୀୟ ଓ ଅତିପାଖ ଲୋକଙ୍କ ସୂଚନା ଆଧାରରେ ଲେଖିଛି ଯେ ଡେରା ମୁଖ୍ୟ ପୁରଷ ସେବକମାନଙ୍କୁ ନପୁଂସକ କରି ଦେଉଥିଲେ। ଆଉ କିଛି ଲୋକ ଏଥିରୁ ବର୍ତ୍ତି ଯାଇଥିଲେ। ତେବେ ସେମାନେ ସମଲିଙ୍ଗୀ ପାଲଟି ସାରିଥିଲେ। ଡେରା ସଚ୍ଚା […]

Rakesh Mallick
  • Published: Saturday, 23 September 2017
  • Updated: 23 September 2017, 10:40 AM IST

Sports

Latest News

ନୂଆଦିଲ୍ଲୀ: ଦୁଇଟି ଦୁଷ୍କର୍ମ କରି ୨୦ବର୍ଷ ଜେଲ ଦଣ୍ଡ ଭୋଗୁଥିବା ଡେରା ସଚ୍ଚା ସୌଦା ମୁଖ୍ୟ ଗୁରମିତ ରାମ ରହିମଙ୍କର ଅନେକ ଅନୁଗାମୀ ସମଲିଙ୍ଗୀ ହୋଇ ଯାଇଥିଲେ ବୋଲି ଚର୍ଚ୍ଚା ହେଉଛି। ‘ଇଣ୍ଡିଆ ଟୁଡେ’ ରାମ ରହିମଙ୍କ ସମ୍ପର୍କୀୟ ଓ ଅତିପାଖ ଲୋକଙ୍କ ସୂଚନା ଆଧାରରେ ଲେଖିଛି ଯେ ଡେରା ମୁଖ୍ୟ ପୁରଷ ସେବକମାନଙ୍କୁ ନପୁଂସକ କରି ଦେଉଥିଲେ। ଆଉ କିଛି ଲୋକ ଏଥିରୁ ବର୍ତ୍ତି ଯାଇଥିଲେ। ତେବେ ସେମାନେ ସମଲିଙ୍ଗୀ ପାଲଟି ସାରିଥିଲେ।

ଡେରା ସଚ୍ଚା ସୌଦାରେ ୬ବର୍ଷ କାମ କରିଥିବା ନେଇ ଦାବି କରୁଥିବା ଗୁରଦାସ ସିଂହ ତୁରଙ୍କ କହିବା ଅନୁଯାୟୀ ସେଠାରେ ପୁରୁଷ ଅନୁଗାମୀମାନଙ୍କୁ ମହିଳାମାନଙ୍କ ସହ ମିଳାମିଶା କରିବା ଉପରେ ପ୍ରତିବନ୍ଧକ ଲଗାଯାଇଥିଲା। ତେଣୁ ସେମାନେ ସମଲିଙ୍ଗୀ ହେବାକୁ ବାଧ୍ୟ ହେଉଥିଲେ। ଗୁରୁଦାସ ସିଂ କହିଛନ୍ତି,“ରାମ ରହିମ ଅନ୍ୟ ପୁରୁଷଙ୍କୁ ଈର୍ଷା କରୁଥିଲେ। ତେଣୁ ସେ ସେମାନଙ୍କୁ ମହିଳା ଅନୁଗାମୀଙ୍କ ସହ ମିଳାମିଶା କରିବାକୁ ଦେଉ ନଥିଲେ।”

କେବଳ ଏତିକି ନୁହେଁ, ରାମ ରହିମ ତାଙ୍କ ପୁରୁଷ ଅନୁଗାମୀମାନଙ୍କୁ ସେମାନଙ୍କ ପତ୍ନୀମାନଙ୍କୁ ଭଉଣୀ ଡାକିବାକୁ ବାଧ୍ୟ କରୁଥିଲେ। ଯଦି କେହି ପୁରୁଷ ଅନୁଗାମୀ ସାଧ୍ୱୀଙ୍କ ସହ ଧରାପଡ଼ି ଯାଉଥିଲେ ତାଙ୍କୁ ଦଣ୍ଡ ମଧ୍ୟ ଦେଉଥିଲେ। ସେ ସେମାନଙ୍କୁ ସମସ୍ତଙ୍କ ସମ୍ମୁଖରେ ଅପମାନିତ କରି ଗଧ ପିଠିରେ ବସି ବୁଲିବାକୁ କହୁଥିଲେ। ଏହା ବ୍ୟତୀତ ସେମାନଙ୍କୁ ମାଡ଼ ମଧ୍ୟ ମାରୁଥିଲେ ବୋଲି ଗୁରୁଦାସ ସିଂହ ତୁର କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos