ଖୋଲୁଛି କାମାଶକ୍ତ ବାବାଙ୍କ କେଳେଙ୍କାରୀ:  ଜାମ୍ ଖୁଆଇ ଝିଅଙ୍କୁ ବଶ କରୁଥିଲେ ରାମ ରହିମ

ଚଣ୍ଡିଗଡ଼: ଦୁଇଟି ଦୁଷ୍କର୍ମ ମାମଲାରେ ୨୦ବର୍ଷ ଜେଲ ଦଣ୍ଡ ଭୋଗୁଥିବା ଡେରା ସଚ୍ଚା ସୌଦାର ମୁଖ୍ୟ ଗୁରୁମିତ୍‌ ରାମ ରହିମର ଗୋଟିଏ ପରେ ଗୋଟିଏ କଳା କାରନାମାର ଗୁମର ଫିଟିବାରେ ଲାଗିଛି। ଆହୁରି ଅନେକ ସାଧ୍ୱୀ ଅଭିଯୋଗ କଲେଣି ଯେ ରାମ ରହିମ ସେମାନଙ୍କ ସହିତ ଦୁଷ୍କର୍ମ କରିଥିଲେ। ଆଉ କିଛି ରାମ ରହିମ ଝିଅ ଓ ସାଧ୍ୱୀମାନଙ୍କୁ ଯୌନ ଶୋଷଣ କରିବାର ଦେଖିଛନ୍ତି। ଆଉ ସେମାନେ ଏବେ ମୁହଁ ଖୋଲିବା ଆରମ୍ଭ କରିଛନ୍ତି। ‘ଆଜତକ୍‌’ରେ ଏମିତି ଜଣେ […]

Rakesh Mallick
  • Published: Monday, 11 September 2017
  • Updated: 18 September 2017, 09:49 AM IST

Sports

Latest News

ଚଣ୍ଡିଗଡ଼: ଦୁଇଟି ଦୁଷ୍କର୍ମ ମାମଲାରେ ୨୦ବର୍ଷ ଜେଲ ଦଣ୍ଡ ଭୋଗୁଥିବା ଡେରା ସଚ୍ଚା ସୌଦାର ମୁଖ୍ୟ ଗୁରୁମିତ୍‌ ରାମ ରହିମର ଗୋଟିଏ ପରେ ଗୋଟିଏ କଳା କାରନାମାର ଗୁମର ଫିଟିବାରେ ଲାଗିଛି। ଆହୁରି ଅନେକ ସାଧ୍ୱୀ ଅଭିଯୋଗ କଲେଣି ଯେ ରାମ ରହିମ ସେମାନଙ୍କ ସହିତ ଦୁଷ୍କର୍ମ କରିଥିଲେ। ଆଉ କିଛି ରାମ ରହିମ ଝିଅ ଓ ସାଧ୍ୱୀମାନଙ୍କୁ ଯୌନ ଶୋଷଣ କରିବାର ଦେଖିଛନ୍ତି। ଆଉ ସେମାନେ ଏବେ ମୁହଁ ଖୋଲିବା ଆରମ୍ଭ କରିଛନ୍ତି। ‘ଆଜତକ୍‌’ରେ ଏମିତି ଜଣେ ସାଧ୍ୱୀଙ୍କ ବିଷୟରେ ଖବର ପ୍ରକାଶ ପାଇଛି। ରାମ ରହିମ ମହିଳା ଅନୁଗାମୀମାନଙ୍କୁ ଯୌନ ଶୋଷଣ କରୁଥିବା ସେ ନିଜେ ଦେଖିଥିବା କହିଛନ୍ତି। ଏପରିକି ତାଙ୍କ ସହିତ ମଧ୍ୟ ସେ ଦୁଷ୍କର୍ମ କରିବାକୁ ଉଦ୍ୟମ କରିଥିଲେ ବୋଲି କହିଛନ୍ତି। ରାମ ରହିମ ଏକ ବିଶେଷ ପ୍ରକାର ଜାମ୍ ଖୁଆଇ ଝିଅମାନଙ୍କୁ ବଶ କରୁଥିଲେ।

ଏହି ସାଧ୍ୱୀ ଜଣଙ୍କ କହିଛନ୍ତି,“ମୁଁ ୧୯୯୯ ରୁ ୨୦୦୨ ମସିହା ପର୍ଯ୍ୟନ୍ତ ଡେରାରେ ରହିଥିଲି। ତା’ ପରେ ସେଠାରୁ ଚାଲି ଆସିଲି। ଡେରାରେ ହେଉଥିବା ଖରାପ କାମ ସଂପର୍କରେ ମୋ ବାପାମା’ଙ୍କୁ ବି କହିଥିଲି। କିନ୍ତୁ ସେମାନେ ମୋ କଥାକୁ ବିଶ୍ୱାସ କରିନଥିଲେ। ଆଶ୍ରମରେ ସେମିତି କିଛି ହେଉନାହିଁ ବୋଲି କହିଥିଲେ ଏବଂ ମୋତେ ପୁଣି ଡେରାରେ ରହିବାକୁ କହିଥିଲେ।”

ସେ ଆହୁରି କହିଛନ୍ତି,“ଧାର୍ମିକ କାର୍ଯ୍ୟ କରିବା ସହିତ ପାଠପଢ଼ିବା ପାଇଁ ମୋତେ ମୋ ବାପାମା’ ଡେରାକୁ ପଠାଇଥିଲେ। ମୋତେ ସେଠାରେ ଏକ ଗୁମ୍ଫା ପାଖରେ କାର୍ଯ୍ୟରେ ନିୟୋଜିତ କରାଯାଇଥିଲା। ଗୁମ୍ଫା ଭିତରକୁ ଝିଅମାନଙ୍କୁ ଡକା ଯାଉଥିଲା ଓ ‘ମାଫି’ (ଝିଅଙ୍କ ସହିତ ଶାରୀରିକ ସଂପର୍କ ରଖିବା ପାଇଁ ଏହି ଶବ୍ଦ ବ୍ୟବହାର କରୁଥିଲେ ରାମ ରହିମ)  ଦିଆଯିବ ବୋଲି କୁହାଯାଉଥିଲା। କିନ୍ତୁ ଝିଅମାନେ ଗୁମ୍ଫାରୁ କାନ୍ଦି କାନ୍ଦି ବାହାରୁ ଥିଲେ। ଆମେ ସେମାନଙ୍କୁ କାନ୍ଦିବାର କାରଣ ସଂପର୍କରେ ଯେତେ ପଚାରିଲେ ବି ସେମାନେ କିଛି କହୁ ନଥିଲେ। କିନ୍ତୁ ଥରେ ଜଣେ ଝିଅକୁ ଅଧିକ ଥର ପଚାରିବା ପରେ ସେ ସତ କଥା କହିଥିଲା। ତେବେ ରାମ ରହିମଙ୍କ ବିଷୟରେ ଏମିତି କଥା ବାପାମା’ ଶୁଣିବାକୁ ଚାହୁଁ ନଥିଲେ। ତେବେ ଦୁଇ ଜଣ ସାଧ୍ୱୀ ରାମ ରହିମଙ୍କ ସଂପର୍କରେ ଚିଠି ଲେଖିବା ଘଟଣା ପଦାକୁ ଆସିବା ପରେ ଅନେକ ବାପାମା’ ସେମାନଙ୍କ ଝିଅଙ୍କୁ ଡେରାରୁ ଫେରାଇ ନେଇଥିଲେ।”

ଏହି ମହିଳା ଜଣଙ୍କ କହିଛନ୍ତି,“ଗୁମ୍ଫାରେ ଝିଅମାନଙ୍କୁ ପ୍ରଥମେ ଜାମ୍ ଖାଇବାକୁ ଦିଆଯାଉଥିଲା। ତା’ପରେ ସବୁ କିଛି ହେଉଥିଲା। ଗୁମ୍ଫାରୁ ଝିଅଙ୍କ ଚିତ୍କାର ଶୁଭେ। ମୁଁ ବହୁଥର ଶୁଣିଛି। ଝିଅମାନଙ୍କୁ ରାତି ୧୧ଟାରେ ଗୁମ୍ଫାକୁ ଡକା ଯାଉଥିଲା। ଯେଉଁ ଝିଅକୁ ସେ ପସନ୍ଦ କରୁଥିଲେ ତାଙ୍କୁ ଗୁମ୍ଫାକୁ ନିଆଯାଉଥିଲା। ଗୁମ୍ଫା ଚାରି ପାଖେ କମାଣ୍ଡୋ ଜଗି ରହୁଥିଲେ। ଡେରାରେ କିଛି ସାଧ୍ୱୀଙ୍କୁ ଡରାଇ ଧମକାଇ ପୁରୁଷଙ୍କ ସହିତ ରଖାଯାଉଥିଲା।”

ସେ କହିଛନ୍ତି ଯେ ଏ କଥାକୁ ସେ ପୂର୍ବରୁ କହିଥିଲେ ରାମ ରହିମ ତାଙ୍କ ଘର ଲୋକଙ୍କୁ ମାରି ଦେଇ ଥାଆନ୍ତେ। ସେହି ଭୟରେ ସେ ମୁହଁ ଖୋଲୁ ନଥିଲେ ବୋଲି କହିଛନ୍ତି।

 

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos